ପଟ୍ଟାମୁଣ୍ଡାଇ ୧୪/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଏକାଧିକ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଥିବା ବେଳେ ଶ୍ୟାମସୁନ୍ଦରପୁର ସମ୍ପାଦକ ଚାଷୀଙ୍କୁ ହତସନ୍ତ କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଟୋକେନ୍ ପାଇ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରିନାହିଁ। ମଣ୍ଡିରେ ଦଲାଲ ଗିରି ଚାଲୁଥିବାରୁ ପ୍ରକୃତ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଶନିବାର ପୂର୍ବାହ୍ନରୁ ଚାଷୀମାନେ ବାଧ୍ୟ ହୋଇ ସମବାୟ ସମିତି ସମୁଖରେ ଧାରଣା ଦେଇଥିଲେ। ଦୀର୍ଘ ସମୟପରେ […]
ପଟ୍ଟାମୁଣ୍ଡାଇ ୧୪/୩ -ପଟ୍ଟାମୁଣ୍ଡାଇ ଗ୍ରାମାଚଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି । ଶ୍ରୀରାମପୁର ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀକୁ ପୂଜା ମଲିକ, (୧୫) ଓ ପରି ମଲିକ (୧୨ ) ଗାଧୋଇ ଯାଇଥିବାବେଳେ ନଦୀର ଗଭୀର ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ନଦୀରେ ଗାଧୋଉ ଥିବା ଶ୍ରୀରାମପୁର ଗ୍ରାମର ବୃଦ୍ଧ ପୀତବାସ ପରିଡା (୬୨) କାଳ ବିଳମ୍ବ ନକରି […]
ପଟ୍ଟାମୁଣ୍ଡାଇ ୧୨/୩ ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଅଳପୁଆ ମୁଖ୍ୟ ରାସ୍ତା କଡ଼ରେ ଥିବା ମଦ ଦୋକାନ ନେଇ ଉପୁଜିଛି ସମସ୍ୟା । ଦିନକୁ ଦିନ ଚୋରି ଡକାୟତି ପରି ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ମଦ ଦୋକାନ ଅନତି ଦୂରରେ ବହୁ ଶିକ୍ଷାନୁଷ୍ଠାନ ସମେତ ଦକ୍ତରଖାନା ରହିଛି।ଏଠାରେ ମଦ ଦୋକାନ ଖୋଲାଯିବା ଫଲରେ ପ୍ରତିଦିନ ମଦୁଆମାନେ ଏହି ପରିବେଶକୁ ଦୂଷିତ କରିବା ସହ ମହିଳାମାନଙ୍କ ପ୍ରତି […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ବେଆଇନ ଏବଂ ଅତ୍ୟଧିକ ବାଲି ଖନନ ଯୋଗୁଁ ଜଳସ୍ତର ହ୍ରାସ ପାଇଛି । ଯାହା ଦ୍ୱାରା ପରିବେଶ ଏବଂ ଭୂତଳ ଜଳସ୍ତର ବିପଦପୂର୍ଣ୍ଣ ହେବା ସହ ଚାଷ ଓ ପାନୀୟ ଜଳକୁ ପ୍ରଭାବ ପକାଉଛି । ଯାହାକୁ ନେଇ ଲୋକେ ନାନା ହଇରାଣ ହରକତ ହେଉଛନ୍ତି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । […]
ପଟ୍ଟାମୁଣ୍ଡାଇ ୧୦/୩ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୯୦ ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ରଞ୍ଜନ ନାୟକ ଏବଂ ଦେବାଶିଷ ଦାସଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ଖଗେଶ୍ୱର ପରିଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ପରୀକ୍ଷିତ ରାୟ ସଂଯୁକ୍ତା କୁଣ୍ଡ, ବଳରାମ ବିଶ୍ୱାଳ, ରବୀନ୍ଦ୍ର ସାହୁ, ଚତୃର୍ଭୁଜ ରାଉଳ ପ୍ରମୁଖ […]
ପଟ୍ଟାମୁଣ୍ଡାଇ ୧୦/୩ – ଓଡ଼ିଶା ସରକାର କନ୍ୟା ବିବାହ ଯୋଜନା ଅଧୀନରେ ବିବାହ ପାଇଁ ଆର୍ôଥକ ସହାୟତା ଯୋଗାଇ ଦେଉଛନ୍ତି। ଏଥିନେଇ କନ୍ୟାକୁ ୫୧ ହଜାର ସହାୟତା ରାଶି ସିଧାସଳଖ ବ୍ୟାଙ୍କଖାତାକୁ ପ୍ରଦାନ କରାଯାଉଛି। ହେଲେ ପଟ୍ଟାମୁଣ୍ଡାଇ ଅଂଚଳର ଏକ ସାମାଜିକ ଅନୁଷ୍ଠାନ ଶ୍ରୀ ସ୍ୱୟଂ ପ୍ରଭା ଗଣବିବାହ ସେବା ସମିତି ପକ୍ଷରୁ ଗରିବ ପୁଅ-ଝିଅଙ୍କ ବିବାହ ପାଇଁ ଆର୍ôଥକ ଓ ସାମଗ୍ରୀକ ସହାୟତା ପ୍ରଦାନ କରି ବିବାହ ଆୟୋଜନ, […]
କେନ୍ଦ୍ରାପଡ଼ା,୧୦ା୩:ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦୨୫–୨୬ ଖରିଫ ବର୍ଷର ଧାନ ସଂଗ୍ରହ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ମୋଟ ୧୬,୧୨,୦୦୦ କୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିବା ବେଳେ ଆଜି ସୁଦ୍ଧା ୧୨, ୬୧, ୪୭୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଏପର୍ଯ୍ୟନ୍ତ ଜିଲ୍ଲାର ୩୭,୩୯୯ ଜଣ […]
କେନ୍ଦ୍ରାପଡ଼ା,୯ା୩:କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଆଳି ବିଧାୟକ ପ୍ରତାପକେଶରୀ ଦେବ, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର.ଆୟର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା […]
କେନ୍ଦ୍ରାପଡ଼ା,୯ା୩:ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବାସନ୍ତୀ ଶୁକ୍ଳାଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ନାରୀ ସଶକ୍ତିକରଣ ସମ୍ପର୍କରେ ଅଧ୍ୟକ୍ଷା ଡ. ଶୁକ୍ଳା ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ନାରୀ ନିଜର ଆତ୍ମବିଶ୍ୱାସ, ସାହସ ଓ କାର୍ଯ୍ୟଦକ୍ଷତା ମାଧ୍ୟମରେ ସଫଳତା ପାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଓଡିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଡ. ଏଲୋରା କବି ନାରୀମାନେ ସୁରକ୍ଷିତ ହେଲେ ସମଗ୍ର ସମାଜର ଉନ୍ନତି […]
କେନ୍ଦ୍ରାପଡ଼ା,୯ା୩:ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଶିବିରରେ ମୋଟ ୧୦୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ ୮୮ଟି ବ୍ୟକ୍ତିଗତ ଏବଂ ୧୮ଟି ସାମୁହିକ ଅଭିଯୋଗ ଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଜଣଙ୍କୁ ୪୫ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ୭ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା। […]

