କେନ୍ଦ୍ରାପଡ଼ା କଲେକ୍ଟୋରେଟ୍ ଯୁବକଙ୍କ ଆତ୍ମହତ୍ୟା ଘଟଣା , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି

blank
କେନ୍ଦ୍ରାପଡ଼ା,୬ା୬:ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡି ଦୈାଡି ନ୍ୟାୟ ନ ପାଇବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଜିଲ୍ଲା ବିଜେଡି ପକ୍ଷରୁ ଏହାର ତଦନ୍ତ ଦାବିକରି ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଜେଡି ନେତା ଓ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧଷେଇ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ କର୍ମଚାରୀମାନେ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। କାର୍ଯ୍ୟାଳୟ ଫାଟକ ବାହାରେ ନେତା ଓ କର୍ମୀମାନେ ଆନ୍ଦୋଳନ କରିଥିଲେ। ଫଳରେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟାଳୟରୁ ବାହାରି ପାରି ନଥିଲେ। ବିଜେଡି ଜିଲ୍ଲା ସଭାପତି ଶ୍ରୀ ଭଳ କହିଲେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସାଧାରଣ ଜନତା ବିଭିନ୍ନ ସମସ୍ୟା ନେଇ ଆସୁଥିବା ବେଳେ ସେମାନଙ୍କ ସମସ୍ୟା ସମାଧାନ ହେଉନାହିଁ। ଗରିବ ଲୋକମାନେ ବାରମ୍ବାର ଜିଲ୍ଲା କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି। ଏହାଦ୍ୱାରା ସେମାନେ ଖର୍ଚ୍ଚାନ୍ତ ହେଉଛନ୍ତି। କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ହେଉନାହିଁ। ମାନସିକ ଓ ଆର୍ଥିକ ଚାପର ବଶବର୍ତ୍ତୀ ହୋଇ ସେମାନେ ଜୀବନ ହାରିଦେବା ପାଇଁ ନିଷ୍ପତ୍ତି ନେଉଛନ୍ତି। ଯାହାର ଉଦାହରଣ ହେଉଛି ଶୁକ୍ରବାର ଡେରାବିଶ ବ୍ଲକ ରାଇତୁଣ୍ଡି ଗ୍ରାମର ଯୁବକ ଶ୍ରୀଚନ୍ଦନ ଦାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା ଘଟଣା। ଜିଲ୍ଲା ପ୍ରଶାସନରରେ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀଙ୍କ ଏହିଭଳି ମାନସିକତା ପାଇଁ ଜଣେ ଶ୍ରୀଚନ୍ଦନ ନୁହଁନ୍ତି କେତେ ଯେ ଶ୍ରୀଚନ୍ଦନ ଜୀବନ ହାରିବେ ତାହା କରିହେବ ନାହିଁ। ପ୍ରଶାସନିକ ଅଧିକାରୀମାନେ ହେଉଛନ୍ତି ବାସ୍ତବରେ ଜନତାଙ୍କ ଚାକର। କିନ୍ତୁ ସେମାନେ ନିଜକୁ ମାଲିକ ଭାବୁଛନ୍ତି। ଏହାଦ୍ୱାରା ଗଣତାନ୍ତ୍ରିକ ମୂଲ୍ୟବୋଧ ହ୍ରାସ ପାଉଛି। ସମୟ ଏପରି ଆସିବ ଲୋକେ ଆଇନ୍‌କୁ ହାତକୁ ନେବାକୁ ପଛଘୁଞ୍ଚା ଦେବେ ନାହିଁ। ପ୍ରଶାସନିକ ଅଧିକାରୀଙ୍କୁ ଲୋକେ ଗୋଡାଇ ଗୋଡାଇ ପିଟିବେ। ରାଜ୍ୟ ସରକାର ଏ ନେଇ ପ୍ରଶାସନିକ ଅଧିକାରୀମାନଙ୍କୁ କଡ଼ା ଚେତାବନୀ ଦିଅନ୍ତୁ ବୋଲି ଶ୍ରୀ ଭଳ କହିଥିଲେ। ଜିଲ୍ଲା ଯୁବ ଜନତା ସଭାପତି ରାଜେଶ ଦାସ କହିଥିଲେ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଶ୍ରୀଚନ୍ଦନଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ। ଏହାସହ ତାଙ୍କ ମୃତ୍ୟୁ ପାଇଁ ଯେଉଁ କର୍ମଚାରୀମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଫଳରେ ରାଜ୍ୟରେ କୌଣସି ସ୍ଥାନରେ ଏଭଳି ଘଟଣା ଘଟିବ ନାହିଁ। ସାଧାରଣ ଲୋକେ ଯେପରି ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ନିର୍ଯ୍ୟାତିତ ନ ହେବେ ସେହିଭଳି ପ୍ରଶାସନିକ ବ୍ୟବସ୍ଥା ରାଜ୍ୟ ସରକାର ନିର୍ଦ୍ଧାରଣ କରନ୍ତୁ। ୭ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ନ ମିଳିଲେ ବିଜୁ ଜନତା ଦଳ ପକ୍ଷରୁ ରାଜ ରାସ୍ତାରେ ଆନ୍ଦୋଳନ ହେବ। ଏହାସହ ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି ହେବ। ମୁଖ୍ୟମନ୍ତ୍ରୀ ଉଭୟ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ(ଜିଏ)କୁ ନିଜ ଅଧିନରେ ରଖିଛନ୍ତି। ତେଣୁ ଏହି ଘଟଣାର କିପରି ନିରପେକ୍ଷ ତଦନ୍ତ ହେବ ତାହାକୁ ନେଇ ଜିଲ୍ଲାବାସୀ ପ୍ରଶ୍ନ କରିଛନ୍ତି ବୋଲି ଶ୍ରୀ ଦାସ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲା ସଭାପତି ଶ୍ରୀ ଭଳ, ଜିଲା ଯୁବ ଜନତା ସଭାପତି ରାଜେଶ ଦାସ, ରାଜ୍ୟ ସମ୍ପାଦକ କାଳୀ ପ୍ରସନ୍ନ ମିଶ୍ର, ନଗର ସଭାପତି ଯଯାତୀ କେଶରୀ ମହାନ୍ତି, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ପୌରସଭ୍ୟ ଉମେଶ ନାୟକ, ଜିଲ୍ଲାପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ପ୍ରଶାନ୍ତ କୁମାର ସିଂ, ଧନେଶ୍ୱର ସେଠୀ, ବିଜେଡିର ବରିଷ୍ଠ ନେତା ମୋହନ ଚରଣ ଆଚାର୍ଯ୍ୟ, ଗଣେଷ ମେକାପ, ଚୌଧୁରୀ ସୁକୁମାର ଦାସ, ରମେଶ ଦାସ, ପ୍ରଦିପ ନାୟକ, ସମିତି ସଭ୍ୟ ନିରଞ୍ଜନ ବାରିକ, ଅଜୟ କୁମାର ମହାନ୍ତି, ରାଜଲକ୍ଷ୍ମୀ ବେହେରା, ସେକ ଚନ୍ଦନ, ମୁକ୍ତାର ଖାଁ, ବିଜୟ ମଣ୍ଡଳ, ମାନସ ରଞ୍ଜନ ଦାସ, ସାହେବ ସାହିଲ ରାଉତ, ପ୍ରଫୁଲ୍ଲ ମଲ୍ଲିକ, ସମିତିସଭ୍ୟ ରଞ୍ଜନ କୁମାର ସାହୁ, ଅଜିତ କୁମାର ପରିଡା, ଲୋହିତ ମହାନ୍ତି, ସୁମନ୍ତ ପରିଡା, ଦେବବ୍ରତ ବରାଳ, କମଳ ପ୍ରସାଦ ଶ୍ରୀଚନ୍ଦନ, ସେକ ନସିମ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇ ପ୍ରଶାସନିକ ସ୍ଥାଣୁତାକୁ ନିନ୍ଦା କରିଥିଲେ।

Next Post

ସବୁଜ ଓ ସୁସ୍ଥ ସମାଜ ଗଠନରେ ସାଇକ୍ଲୋଥନ ଏକ ସଫଳ ପ୍ରୟାସ

Sun Jun 7 , 2026
 ବିଶ୍ୱ ସାଇକେଲ ଦିବସ ଅବସରରେ ଗ୍ରାମଂଚଳ ଥାନାର ଭବ୍ୟ ‘Sunday on Cycle’ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ୭/୬ – ବିଶ୍ୱ ସାଇକେଲ ଦିବସ ଅବସରରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ତରଫରୁ  Sunday on Cycle’ ପାଳନ ପରିପେକ୍ଷିରେ ଏକ ସାଇକ୍ଲୋଥମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରାମଂଚଳ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଲିସ ବାହିନୀ ସମେତ ଉତ୍ସାହିତ ଯୁବକମାନେ ଅଂଶଗ୍ରହଣ କରିଥିଲେ। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading