ପଟ୍ଟାମୁଣ୍ଡାଇ ୧୭/୩ -ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପେକ୍ଷାଳୟ ଠାରେ ମଙ୍ଗଳବାର ଏକ କ୍ଷେତ୍ରସ୍ତରୀୟ ଆର୍ôଥକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇ ଆର୍ôଥକ ଯୋଜନା, ସଂଚୟ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା, ପେନସନ, ଶିକ୍ଷା ଋଣ ଆଦି ଉପରେ ଲୋକମାନଙ୍କୁ ଆର୍ôଥକ ବାର୍ତା […]
କେନ୍ଦ୍ରାପଡ଼ା,୧୪ା୩:ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିମ୍ନମାନର କାର୍ଯ୍ୟ ହେତୁ ଭୁଷୁଡି ପଡିଥିବା ଦେଖାଯାଇଛି। ଏହି ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁରଗଡା ନିକଟସ୍ଥ ରାସ୍ତାର ପ୍ରାୟ ୨ଶହ ମିଟରରୁ ଉର୍ଦ୍ଧ୍ୱ ନବନିର୍ମିତ ରାସ୍ତା ନିମ୍ନମାନର କାର୍ଯ୍ୟ କରାଯାଇଥିବା ଯୋଗୁଁ ଭୁଷୁଡି ପଡିଛି। ସେହି ରାସ୍ତାଦେଇ ଯାଉଥରବା ପଥଚାରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାସ୍ତା ଭୁଷୁଡି ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦ କରିବା ସହ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିକଟରେ […]
केंन्द्रापड़ा, 14/3: चंडीखोल-पारादीप 53 नंबर राष्ट्रीय राजमार्ग निर्माणा काम घटिया गुणवत्ता के कारण ढह गया है। इस राष्ट्रीय राजमार्ग पर शमसुंदरपुरगड़ा के पास नवनिर्मित सड़क का लगभग 200 मीटर हिस्सा घटिया गुणवत्ता के काम के कारण ढह गया है। उस सड़क पर चलने वाले पैदल यात्रियों को कुछ देर के […]
କେନ୍ଦ୍ରାପଡ଼ା,୧୭ା୩:ଆସନ୍ତା ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମାଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, […]
ପଟ୍ଟାମୁଣ୍ଡାଇ ୧୭/୩ -ଡିଜିଟାଲ୍ ଯୁଗରେ ଅନ୍ଲାଇନ୍କୁ ବହୁଳ ବ୍ୟବହାର କରାଯାଉଛି । କିନ୍ତୁ ଆବଶ୍ୟକ ସଚେତନା ଓ ସତର୍କତା ଅଭାବରୁ କିଛି ଲୋକ ସାଇବର ଠକେଇର ଶିକାର ହେଉଛନ୍ତି। ସାଇବର ଅପରାଧି ମାନେ ଜାଲ ବିଛାଇ ରଖିଥିବା ବେଳେ ସୁଯୋଗ ପାଇଲେ ସବୁ ଟଙ୍କା ଆକାଉଂଟରୁ ଖାଲି କରିଦେଉଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ସରକାର ସାଇବର ଅପରାଧ ମାନଙ୍କୁ ରୋକ ଲଗାଇବାରେ ବିଫଳ ରହିଥିବା ବେଳେ ସୋମବାର […]
କେନ୍ଦ୍ରାପଡ଼ା,୧୬ା୩:ସଦଗୁରୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଐତିହାସିକ ଜଳୈାକା ଆନନ୍ଦଧାମରେ ବାବାଙ୍କ ଆଶ୍ରିତ ମହାବୀର ସତ୍ୟସେବା ମଣ୍ଡଳର ଗୁରୁଭାଇ କେଶବ ସେଠୀଙ୍କ ତୃତୀୟ ସୃଷ୍ଟି କବିତା ପୁସ୍ତକ “କବିତା କସ୍ତୁରୀ” ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ପଣ୍ଡିତ ହୃଷୀକେଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କଟକ ରାଧାନାଥ ଉଚ୍ଚତର ଶିକ୍ଷାନୁଷ୍ଠାନର ସହକାରୀ ପ୍ରାଧ୍ୟାପକ ଡ଼. ଅଭୟ କୁମାର ରାଉତ ମୁଖ୍ୟ ଅତିଥି, କବି ମେଜର ଭରତ ଚନ୍ଦ୍ର ଜେନା ମୁଖ୍ୟବକ୍ତା, କବି […]
କେନ୍ଦ୍ରାପଡ଼ା, ୧୬/୩ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛିି। ଏହି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଶିବିରରେ ମୋଟ ୧୨୬ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥି ମଧ୍ୟରୁ ୧୦୨ଟି ବ୍ୟକ୍ତିଗତ ଓ ୨୪ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ […]
କର୍ମନିଯୁକ୍ତି ପାଇଁ ଦାଦନ ଖଟିବାକୁ ମଧ୍ୟପ୍ରାଚ୍ୟ ଯାଇ ପସିଛନ୍ତି ବହୁ ଲୋକେ ପଟ୍ଟାମୁଣ୍ଡାଇ ୧୬/୩ – ସରକାରଙ୍କ ଆତ୍ମନିର୍ଭର ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କହୁଥିବା ବେଳେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କମୁନିକେଶନ ବିଭାଗର ନିର୍ଦ୍ଦେଶକ ଗେରି ରାଇସ ସେପଟେମ୍ବର ୨୦୨୦ରେ ଏକ ଖବରଦାତା ସମ୍ମିଳନୀରେ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ହେଲେ ମଧ୍ୟପ୍ରାଚ୍ୟ ସଂଘର୍ଷ ସରକାରଙ୍କ ମୁଖା ଖୋଲିଦେଇଛି । ଇରାନ-ଅମେରିକା ଯୁଦ୍ଧ ଦ୍ୱାରା ଏଲପିଜି ଯୋଗାଣ […]
ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଟ୍ଟାମୁଣ୍ଡାଇ ୧୫/୩ – ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଦୀର୍ଘଦିନ ହେଲା ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦବୀ ଖାଲିପଡିଛି। ୫୫ ଡାକ୍ତରଙ୍କ ଜାଗାରେ ବର୍ତମାନ ୧୦ ଡାକ୍ତରରେ ରୋଗୀଙ୍କୁ ଚିକିତ୍ସା କାରାଯାଉଛି । ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହା ଫାଇଦାରେ ଗାଁ ରୁ ସହର ପର୍ଯ୍ୟନ୍ତ କେତେକ ଔଷଧ ଦୋକାନୀ ଓ ପାଥୋ ଲାବରେ ଡାକ୍ତରଙ୍କ ପ୍ରକୋଷ୍ଠ ଖୋଲି […]
ପ୍ରଶାସନର ଦେଖାନାହିଁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଧାରଣା ସ୍ଥଳରେ ପହିଁଚି ଚାଷୀଙ୍କ ଅସୁବିଧା ବୁଝିଲେ ପଟ୍ଟାମୁଣ୍ଡାଇ ୧୫/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଏକାଧିକ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଛି । ସେଥିମଧ୍ୟରୁ ଶ୍ୟାମସୁନ୍ଦରପୁର ସମ୍ପାଦକ ଚାଷୀଙ୍କୁ ହତସନ୍ତ କରୁଥିବା ଅଭିଯୋଗ ହୋଇଆସୁଥିବା ବେଳେ ବହୁଦିନ ଧରି ଧାନ ପଡି ରର୍ହିଛି । ଯାହାକୁ ନେଇ ଚାଷୀ ଶନିବାର ପୂର୍ବାହ୍ନରୁ ସମବାୟ ସମିତି ଆଗରେ ଧାରଣା ଦେଇଥିଲେ । ହେଲେ […]

