ପଟ୍ଟାମୁଣ୍ଡାଇ ଓ ବ୍ରାହ୍ମଣୀ କଲେଜରେ ଛାତ୍ର ସଂସଦର ନବନିର୍ବାଚିତ ଛାତ୍ର ନେତାମାନଙ୍କର ଶପଥ ଗ୍ରହଣ


ପଟ୍ଟାମୁଣ୍ଡାଇ ୧୬/୧୦ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ବ୍ରାହ୍ମଣୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଗୁରୁବାର ଦିନ ଘୋଷଣା ହୋଇଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ନବନିର୍ବାଚିତ ଛାତ୍ର ନେତାମାନଙ୍କର ଆନୁଷ୍ଠାନିକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ସଫଳତାର ସହ ସମ୍ପନ୍ନ ହୋଇଛି।
ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ପରିସରସ୍ଥ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଗୌର ପ୍ରସାଦ ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଶପଥ ସମାରୋହ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ର ସଂସଦର ଉପଦେଷ୍ଟା ଡ. ସୁନୀଲ କୁମାର ପ୍ରଧାନ ସମସ୍ତ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଅବସରରେ ନବନିର୍ବାଚିତ ସଭାପତି ରୁଦ୍ର ପ୍ରସାଦ ଦାସ, ଉପସଭାପତି ଅବିନାଶ ସାହୁ, ସମ୍ପାଦିକା ଅର୍ପିତା ମଥାନ, ସହ-ସମ୍ପାଦକ ମିର୍ଜା ମୋଜାହିଦ ବେଗ, ସାଂସ୍କୃତିକ ସମ୍ପାଦକ ସୋମନାଥ ମଲିକ୍‌, ନାଟ୍ୟ ସଂସଦ ସମ୍ପାଦକ ଦୟାନିଧି ସାହୁ, କ୍ରୀଡ଼ା ସମ୍ପାଦିକା ଶୁଭଲକ୍ଷ୍ମୀ ମୁଦୁଲି, ଡେ ସ୍କୋଲାର ସଂସଦ ସମ୍ପାଦକ ଶୁଭମ୍ ନାୟକ ଏବଂ ଓଡ଼ିଆ ସାହିତ୍ୟ ସମାଜ ସମ୍ପାଦିକା ଆଦ୍ୟାଶା ତ୍ରିପାଠୀ ପ୍ରମୁଖ ଶପଥ ଗ୍ରହଣ କରିଥିଲେ। ସମସ୍ତ ନେତା ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ, ଶୃଙ୍ଖଳା ଓ ଛାତ୍ରୀଛାତ୍ରଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ଶପଥ ଗ୍ରହଣ ପରେ ଛାତ୍ର ସଂସଦ ସଭାପତି ରୁଦ୍ର ପ୍ରସାଦ ଦାସ କହିଥିଲେ ଏହି ବିଜୟ ମୋର ନୁହେଁ, ସମଗ୍ର ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଛାତ୍ର ସମାଜର। ମୋର ମୁଖ୍ୟ ଲକ୍ଷ୍ୟ ହେଉଛି କଲେଜର ଶୈକ୍ଷିକ ପରିବେଶକୁ ସୁଦୃଢ଼ କରିବା, ଛାତ୍ରୀଛାତ୍ରଙ୍କ ସମସ୍ୟାର ସମାଧାନ କରିବା ଏବଂ ମହାବିଦ୍ୟାଳୟକୁ ଜିଲାର ଏକ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା। ସମସ୍ତଙ୍କ ସହଯୋଗରେ ଆମେ ଏକ ନୂତନ ପରିବର୍ତନ ଆଣିବୁ। ସମ୍ପାଦିକା ଅର୍ପିତା ମଥାନ ନିଜ ବକ୍ତବ୍ୟରେ କହିଥିଲେ, ଛାତ୍ରୀଛାତ୍ରମାନେ ମୋ ଉପରେ ଯେଉଁ ଆସ୍ଥା ଓ ବିଶ୍ୱାସ ରଖିଛନ୍ତି, ତାହାକୁ ଆଗକୁ ନେବା ମୋର ପ୍ରାଥମିକତା। ମହାବିଦ୍ୟାଳୟରେ ନାରୀ ଶିକ୍ଷା ଓ ସୁରକ୍ଷା ସହିତ ପାଠ୍ୟପ୍ରସଙ୍ଗିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆମେ ମିଳିମିଶି କାର୍ଯ୍ୟ କରିବୁ। ଏହି ଶପଥ ଗ୍ରହଣ ସଭାରେ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ପ୍ରାଧ୍ୟାପକ ମନୋଜ ପରିଡ଼ା, ପ୍ରାଧ୍ୟାପକ ଡ. ରମେଶ କୁମାର ସାହୁ, ସଂସଦ ସହ-ଉପଦେଷ୍ଟା ଅରବିନ୍ଦ ପାଣ୍ଡବ, ରଞ୍ଜନ କୁମାର ବେହୁରା, ଭାରତ ଭୂଷଣ ସାହୁ, ଶ୍ରୀମନ୍ତ କୁମାର ଜେନା, ରଞ୍ଜନ କୁମାର ଗାହାଣ, ସରୋଜ କାନ୍ତ ନାୟକ, ଜିତେନ୍ଦ୍ର ମଲିକ୍‌, ପ୍ରଦ୍ୟୁମ୍ନ ପ୍ରଧାନ, ପୃଥିରାଜ ବିଶ୍ୱାଳ, ପିଂଟୁ ପଟେଲ, ଓ ରୋହିତ ବଗର୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ଏହି ଶପଥଗ୍ରହଣ ଉତ୍ସବରେ ଉପସ୍ଥିତିଥିଲେ। ସେହିପରି ବ୍ରାହ୍ମଣୀ କଲେଜ ଅଧ୍ୟକ୍ଷ ଗୌରୀକୁମାର ସାମଲଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଶୁକ୍ରବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରଥମରେ ନିର୍ବାଚନ ଅଧିକାରୀ ସୁଦାଶୁଂଭୁଷଣ ସାମଲ ସମସ୍ତ ନବନିର୍ବାଚିତ ପ୍ରତିନିଧିଙ୍କୁ ଶପଥପାଠ କରାଇଥିଲେ। ନବନିର୍ବାଚିତ ସଭାପତି ଭାବେ ସୁରଜ କୁମାର ଦାସ ଶପଥ ଗ୍ରହଣ କରିଥିବାବେଳେ ସଂଗ୍ରାମ ଜେନା ଉପସଭାପତି ଭାବେ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଛନ୍ତି।, ସେହିପରି ସମ୍ପାଦିକା ଭାବେ ଅଞ୍ଜଳିପ୍ରିୟା ଧଳ, ସହସାଧାରଣ ସମ୍ପାଦିକା ଶୁଭଲକ୍ଷ୍ମୀ ବେହେରା, କ୍ରୀଡା ସମ୍ପାଦକ ଭାବେ ରୋଶନ ମଲ୍ଲିକ, ସହ ସମ୍ପାଦକ ଭାବେ ବିଷ୍ଣୁପ୍ରସାଦ ମଲିକ, ସାଂସ୍କୃତିକ ସମ୍ପାଦକ ଭାବେ ରାହୁଲ ଜେନା, ସହ ସମ୍ପାଦିକା ଭାବେ ପ୍ରତିକ୍ଷା ଦାସ, ଡିଏସଏ ସମ୍ପାଦିକା ଭାବେ ଲିପି ଜେନା, ସହସମ୍ପାଦକ ଭାବେ ଶୁବାଶିଷ ସାମଲ ପ୍ରମୁଖ ଶପଥଗ୍ରହଣ କରିଥିଲେ।

Leave a Reply

Next Post

କେନ୍ଦ୍ରାପଡା କଲେଜ ଛାତ୍ର ସଂସଦ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ

Fri Oct 16 , 2026
କେନ୍ଦ୍ରାପଡ଼ା,୧୬ା୯:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ରସଂସଦ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ବେଳେ ତାହାକୁ ସ୍ଥଗିତ ରଖାଯାଇଛି। ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କିନ୍ତୁ କେଉଁ କାରଣ ପାଇଁ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ ରଖାଗଲା ତାହାର କୈାଣସି ଯୁକ୍ତିଯୁକ୍ତ କାରଣ ସେ ଗଣମାଧ୍ୟମକୁ ଦେଇପାରି ନାହାନ୍ତି। କେବଳ କେତେକ ଅନିବାର୍ଯ୍ୟ କାରଣ ଯୋଗୁଁ ଏହାକୁ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading