ପଟ୍ଟାମୁଣ୍ଡାଇ ତା ୧୫/୩- କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବରେ ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରି ରାଜ୍ୟ ସ୍ତରକୁ ମନୋନୀତ ହେବା ସହିତ ସ୍କୁଲର ଗୌରବ ବୃଦ୍ଧି କରିଛନ୍ତି ।  ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବରେ ଜିଲ୍ଲାର ୧୧ଟି ହାଇସ୍କୁଲ ଯୋଗ ଦେଇଥିଲେ । ଏମ ଏନ ହାଇସ୍କୁଲର ୪୦ଜଣ […]

କେନ୍ଦ୍ରାପଡ଼ା,୧୫ା୩:ବିଶ୍ୱ ଖାଉଟି ଅଧିକାର ଦିବସ ପାଳନ ଅବସରରେ ଆଜି କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମା ଗୋପ (ୱାର୍ଡ ନମ୍ବର ୫) ରେ ଅବସ୍ଥିତ ସେଣ୍ଟଜାଭିୟର ସ୍କୁଲ୍ ପରିସରରେ ଜିଲ୍ଲା ସ୍ତରୀୟ ଖାଉଟି ଅଧିକାର ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଆୟୋଜିତ ସଭାରେ ଜିଲ୍ଲା ଉପନିୟନ୍ତ୍ରକ ବୈଧମାପ ବିଜ୍ଞାନ ବିଭାଗ କେନ୍ଦ୍ରାପଡା ଲିଳାମୟ ଦତ୍ତମୁଖ୍ୟ ବକ୍ତା ଭାବରେ ଯୋଗଦେଇ ନୂତନ ବୈଧମାପ, ଓଜନର ନିୟମ ବିଷୟରେ ଭିଡିଓ ଚିତ୍ର […]

କେନ୍ଦ୍ରାପଡ଼ା,୧୫ା୩:ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ଓଡିଶା ବିକାଶର ଯୋଜନା ପ୍ରଣେତା ଜନନେତା ପ୍ରହ୍ଲାଦ ମଲ୍ଲିକଙ୍କ ୩୬ତମ ଶ୍ରାଦ୍ଧୋତ୍ସବ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ସ୍ୱସ୍ତିକ ମଣ୍ଡପରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଶ୍ରାଦ୍ଧୋତ୍ସବ ସମାରୋହରେ କେନ୍ଦ୍ରାପଡା କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ସଭାପତିତ୍ୱ କରିଥିବା ବେଳେ ଓଡିଶାର ବରିଷ୍ଠ ସାମ୍ବାଦିକ ଓଡିଶା ଭାଷ୍କରର ସମ୍ପାଦକ ତଥା ଓଡିଶାର ପୂର୍ବତନ ସୂଚନା କମିଶନ ଦିଲ୍ଲିପ କୁମାର ବିଷୋୟୀ ଏବଂ […]

କେନ୍ଦ୍ରାପଡ଼ା,୧୫ା୩:ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜ୍ୟୋତିଯାତ୍ରା ଓ ତୁଳସୀକ୍ଷେତ୍ର ପରିକ୍ରମା ରବିବାର ପ୍ରଥମଥର ପାଇଁ କେନ୍ଦ୍ରାପଡାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ତଥା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇ ରଥଦାଣ୍ଡରେ ପୂଜାର୍ଚ୍ଚନା କରାଯାଇଥିଲା। ହୂଳହୋଳି ଓ ହରିବୋଲ […]

କେନ୍ଦ୍ରାପଡ଼ା,୧୪ା୩:କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସପ୍ତମ ବାର୍ଷିକ ଉତ୍ସବ ପାଇଁ ଶେଷ ପ୍ରସ୍ତୁତି ବୈଠକ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଖଡିଅଙ୍ଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଓ ପ୍ରସ୍ତୁତି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସାଧାରଣ ସମ୍ପାଦକ ନରୋତ୍ତମ ଜେନା ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ଆଗାମୀ ବାର୍ଷିକ ଉତ୍ସବର ପୂର୍ଣ୍ଣ […]

ପଟ୍ଟାମୁଣ୍ଡାଇ ୧୪/୩ -ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ କେନ୍ଦ୍ରାପଡା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇ ତାଲୁକ ଆଇନସେବା ସମିତି ପକ୍ଷରୁ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ବିଚାରପତି ବିଦ୍ୟାଧର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଦାଲତରେ ସାଲିସଯୋଗ୍ୟ ଫୌଜଦାରୀ, ଚେକ୍ ବାଉନ୍ସ, ମୋଟର ଯାନ ଦୁର୍ଘଟଣା, […]

ପଟ୍ଟାମୁଣ୍ଡାଇ ୧୪/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଏକାଧିକ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଥିବା ବେଳେ ଶ୍ୟାମସୁନ୍ଦରପୁର ସମ୍ପାଦକ ଚାଷୀଙ୍କୁ ହତସନ୍ତ କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଟୋକେନ୍ ପାଇ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିପାରିନାହିଁ। ମଣ୍ଡିରେ ଦଲାଲ ଗିରି ଚାଲୁଥିବାରୁ ପ୍ରକୃତ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଶନିବାର ପୂର୍ବାହ୍ନରୁ ଚାଷୀମାନେ ବାଧ୍ୟ ହୋଇ ସମବାୟ ସମିତି ସମୁଖରେ ଧାରଣା ଦେଇଥିଲେ। ଦୀର୍ଘ ସମୟପରେ […]

ପଟ୍ଟାମୁଣ୍ଡାଇ ୧୪/୩ -ପଟ୍ଟାମୁଣ୍ଡାଇ ଗ୍ରାମାଚଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି । ଶ୍ରୀରାମପୁର ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀକୁ ପୂଜା ମଲିକ, (୧୫) ଓ ପରି ମଲିକ (୧୨ ) ଗାଧୋଇ ଯାଇଥିବାବେଳେ ନଦୀର ଗଭୀର ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ନଦୀରେ ଗାଧୋଉ ଥିବା ଶ୍ରୀରାମପୁର ଗ୍ରାମର ବୃଦ୍ଧ ପୀତବାସ ପରିଡା (୬୨) କାଳ ବିଳମ୍ବ ନକରି […]

ପଟ୍ଟାମୁଣ୍ଡାଇ ୧୨/୩ ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଅଳପୁଆ ମୁଖ୍ୟ ରାସ୍ତା କଡ଼ରେ ଥିବା ମଦ ଦୋକାନ ନେଇ ଉପୁଜିଛି ସମସ୍ୟା । ଦିନକୁ ଦିନ ଚୋରି ଡକାୟତି ପରି ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ମଦ ଦୋକାନ ଅନତି ଦୂରରେ ବହୁ ଶିକ୍ଷାନୁଷ୍ଠାନ ସମେତ ଦକ୍ତରଖାନା ରହିଛି।ଏଠାରେ ମଦ ଦୋକାନ ଖୋଲାଯିବା ଫଲରେ ପ୍ରତିଦିନ ମଦୁଆମାନେ ଏହି ପରିବେଶକୁ ଦୂଷିତ କରିବା ସହ ମହିଳାମାନଙ୍କ ପ୍ରତି […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ବେଆଇନ ଏବଂ ଅତ୍ୟଧିକ ବାଲି ଖନନ ଯୋଗୁଁ ଜଳସ୍ତର ହ୍ରାସ ପାଇଛି । ଯାହା ଦ୍ୱାରା ପରିବେଶ ଏବଂ ଭୂତଳ ଜଳସ୍ତର ବିପଦପୂର୍ଣ୍ଣ ହେବା ସହ ଚାଷ ଓ ପାନୀୟ ଜଳକୁ ପ୍ରଭାବ ପକାଉଛି । ଯାହାକୁ ନେଇ ଲୋକେ ନାନା ହଇରାଣ ହରକତ ହେଉଛନ୍ତି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।         […]

Breaking News