ଛାତ୍ର ସଂସଦ ନିର୍ବାଚନ ଓ ଫଳଫଳ ଘୋଷଣା

ପଟ୍ଟାମୁଣ୍ଡାଇ୧୫/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ପଟ୍ଟାମୁଣ୍ଡାଇ କଲେଜ ଓ ବ୍ରାହ୍ମଣୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳଫଳ ଘୋଷଣା ହୋଇଛି। ଏ ଦୁଇଟି କଲେଜରେ ବିଜୁ ଛାତ୍ର ଜନତା ଦଳ ବାଜିମାତ୍ କରିଛି। ପଟ୍ଟାମୁଣ୍ଡାଇ କଲେଜରେ ସଭାପତି ଭାବେ ରୁଦ୍ର ପ୍ରସାଦ ଦାସ ଏବଂ ସାଧାରଣ ସମ୍ପାଦକ ଅର୍ପିତା ମଥାନ ବିଜୟୀ ହୋଇଛନ୍ତି।ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ସଭାପତି ଭାବେ ସୁରଜ କୁମାର ଦାସ ଓ ସାଧାରଣ ସମ୍ପାଦକ ଭାବେ ଅଞ୍ଜଳିପ୍ରିୟା ଧଳ ବିଜୟୀ ହୋଇଛନ୍ତି ।

ପଟ୍ଟାମୁଣ୍ଡାଇ କଲେଜରେ ସମୁଦାୟ ୧୩୫୪ ଛାତ୍ରୀଛାତ୍ର ଭୋଟ ଦେବାକୁ ଥିବା ବେଳେ ୧୦୫୦ ଛାତ୍ରୀଛାତ୍ର ଡଭୋଟ ଦାନ କରିଥିଲେ । ସେଥିରେ ବିସିଜେଡି ସଭାପତି ଭାବେ ରୁଦ୍ର ପ୍ରସାଦ ଦାସ ୬୫୦ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି ଏବିଭିପିର ସଭାପତି ପ୍ରାର୍ଥୀ ଅଭିଜିତ ଦାସ ୩୩୨ ଓ ଛାତ୍ର କଂଗ୍ରେସର ସଭାପତି ପ୍ରାର୍ଥୀ ସୁମନ ମଲ୍ଲିକ ୫୪ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିସିଜେଡି ପ୍ରାର୍ଥୀ ଅବିନାଶ ସାହୁ ନିକଟମ ଏବିଭିପି ପ୍ରାର୍ଥୀ ମୀରା ମଲିକଙ୍କୁ ୪୦୨ ଭୋଟରେ ପରାଜିତ କରି ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବିସିଜେଡି ପ୍ରାର୍ଥୀ ଅର୍ପିତା ମଥାନ ନିକଟମ ଏବିଭିପି ପ୍ରାର୍ଥୀ ବିଶ୍ୱଜିତ ପ୍ରଧାନଙ୍କୁ ୩୦୨ ଭୋଟରେ ପରାଜିତ କରି ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହୋଇଛନ୍ତି । ବିସିଜେଡି ପ୍ରାର୍ଥୀ ମିର୍ଜା ମୋଜାହିଦ ବେଗ ନିକଟମ ଏବିଭିପି ପ୍ରାର୍ଥୀ ଅଭିଷେକ ପ୍ରଧାନଙ୍କୁ ୨୯୦ ଭୋଟରେ ପରାଜିତ କରି ସହସାଧାରଣସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହାଛଡା ସାଂସ୍କୃତିକ ସମ୍ପାଦକ ଭାବେ ବିସିଜେଡି ପ୍ରାର୍ଥୀ ସୋମନାଥ ମଲିକ ନାଟ୍ୟ ସମ୍ପାଦକ ଭାବେ ବିସିଜେଡି ପ୍ରାର୍ଥୀ ଦୟାନିଧି ସାହୁ କ୍ରୀଡା ସମ୍ପାଦକ ଭାବେ ବିସିଜେଡି ପ୍ରାର୍ଥୀ ଶୁଭଲଷ୍ମୀ ମୁଦୁଲି, ଡିଏସଏ ସମ୍ପାଦକ ଭାବେ ବିସିଜେଡି ପ୍ରାର୍ଥୀ ଶୁଭମ କୁମାର ନାୟକ ଓ ଓଡ଼ିଆ ସାହିତ୍ୟ ସମାଜ ସମ୍ପାଦିକା ଭାବେ ବିସିଜେଡି ପ୍ରାର୍ଥୀ ଆଦ୍ୟାଶା ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି ବୋଲି ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଗୌର ପ୍ରସାଦ ଷଢଙ୍ଗୀ ସୂଚନା ଦେଇଛନ୍ତି ।

ସେହିପରି ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ସଭାପତି ଭାବେ ସୁରଜ କୁମାର ଦାସ , ଉପ ସଭାପତି ଭାବେ ସଂଗ୍ରାମ ଜେନା, ସାଧାରଣ ସମ୍ପାଦକ ଅଞ୍ଜଳିପ୍ରିୟା ଧଳ, ସହସାଧାରଣ ସମ୍ପାଦକ ଶୁଭଲକ୍ଷ୍ମୀ ବେହେରା, କ୍ରୀଡା ସମ୍ପାଦକ ଭାବେ ରୋଶନ ମଲ୍ଲିକ, ସହ ସମ୍ପାଦକ ଭାବେ ବିଷ୍ଣୁପ୍ରସାଦ ମଲିକ ସାଂସ୍କୃତିକ , ସାଂସ୍କୃତିକ ସମ୍ପାଦକ ଭାବେ ରାହୁଲ ଜେନା, ସହ ସମ୍ପାଦକ ଭାବେ ପ୍ରତିକ୍ଷା ଦାସ, ଡିଏସଏ ସମ୍ପାଦକ ଭାବେ ଲିପି ଜେନା, ସହସମ୍ପାଦକ ଭାବେ ଶୁବାଶିଷ ସାମଲ ବିଜୟୀ ହୋଇଛନ୍ତି ବ୍ରାହ୍ମଣୀ କଲେଜ ଅଧ୍ୟକ୍ଷ ଗୌରୀ କୁମାର ସାମଲ ସୂଚନା ଦେଇଛନ୍ତି ।
ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଉଭୟ କଲେଜ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ସାଢେ ୨ଟାପରେ ଭୋଟ ଗଣତି କରାଯାଇ ସଂନ୍ଧ୍ୟାରେ ଫଳାଫଳ ଘୋଷଣା କରାଯାଇଛି। ୧୬ ତାରିଖ ପୂର୍ବାହ୍ନ ୧୧ ଟାରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
