
ପଟ୍ଟାମୁଣ୍ଡାଇ ୧୪/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ଓ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଛାତ୍ର ସଂସଦ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନକୁ ନେଇ କଲେଜ ପରିସର ଏବେ ସରଗରମ ରହିଛି। ବୁଧବାର ହ୍ୱାଟ ଆଇ ଷ୍ଟାଣ୍ଡ ଫର ସଭା ପାଇଁ ବିଭିନ୍ନ ରାଜନୈତିକ ଦଳର ସମର୍ଥନପ୍ରାପ୍ତ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଜୋରଦାର ପ୍ରଚାର କରାଯାଇ କଲେଜରେ ପହଁଚିଥିଲେ । ଶାସକ ଦଳ ସମର୍ôଥତ ଏବିଭିପି, ବିରୋଧୀ ବିଜେଡି ସମର୍ôଥତ ଛାତ୍ର ବିଜେଡି ଏବଂ କଂଗ୍ରେସ ସମର୍ôଥତ ଛାତ୍ର କଂଗ୍ରେସର ବିଭିନ୍ନ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ। ସେମାନେ ମୁଖ୍ୟତଃ କଲେଜର ବିକାଶ ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଭୋଟ୍ ଭିକ୍ଷା କରିଥିଲେ।

ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଗୌର ପ୍ରସାଦ ଷଢ଼ଙ୍ଗୀଙ୍କ ପୌରହିତ୍ୟରେ “ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର’ ସଭା ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଏବିଭିପିର ସଭାପତି ପ୍ରାର୍ଥୀ ଅଭିଜିତ ଦାସ ଏବଂ ସାଧାରଣ ସମ୍ପାଦକ ପ୍ରାର୍ଥୀ ବିଶ୍ୱଜିତ ପ୍ରଧାନଙ୍କ ସମେତ ଅନେକ ଭାଜପା ନେତା ଓ କର୍ମୀ ଶୋଭାଯାତ୍ରାରେ ଆସି ସଭା ସ୍ତଳରେ ପହଁଚିଥିଲେ।

ଛାତ୍ର ବିଜେଡିର ସଭାପତି ପ୍ରାର୍ଥୀ ରୁଦ୍ର ପ୍ରସାଦ ଦାସ ଏବଂ ସାଧାରଣ ସମ୍ପାଦକ ଅର୍ପିତା ମଥାନଙ୍କ ସମେତ ଦଳୀୟ କର୍ମକର୍ତ।।ମାନେ ଶୋଭାଯାତ୍ରାରେ ଆସି ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର’ ସଭାରେ ଯୋଗଦେଇଥିଲେ।

ସେହିପରି ଛାତ୍ର କଂଗ୍ରେସର ସଭାପତି ପ୍ରାର୍ଥୀ ସୁମନ ମଲ୍ଲିକ ଓ ସମ୍ପାଦକ ପ୍ରିୟା ମଲ୍ଲିକଙ୍କ ପ୍ରଚାର କାର୍ଯ୍ୟକୁ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦ ଆସି ସଭାରେ ପହିଁଥିଲେ । ଏହି ସମସ୍ତ ଦଳୀୟ ସମର୍ଥିତ ପ୍ରାର୍ଥୀ ସମର୍ଥତମାନେ ଶୋଭାଯାତ୍ରାରେ ଆସି କଲେଜରେ ପହଁଚି ହ୍ୱାଟ ଆଇ ଷ୍ଟାଣ୍ଡ ଫର ମିଟିଂରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ପ୍ରମୋଦ ସ୍ୱାଇଁ ଅଧ୍ୟାପକ ରଞ୍ଜନ ବେହୁରା ଅଧ୍ୟାପକ ଭାରତ ଭୂଷଣ ସାହୁ ଅଧ୍ୟାପକ ଅରବିନ୍ଦ ପାଣ୍ଡ୍ୱବ ଯୋଗ ଦେଇ ଛାତ୍ର ସଂସଦ ନିର୍ବାଚନ ନିୟମାବଳୀ ଓ ସଠିକ ଭୋଟ ଦାନ ପଦ୍ଧତି ଉପରେ ଉପସ୍ଥିତ ପ୍ରାର୍ଥୀ ଓ ଛାତ୍ରୀଛାତ୍ରଙ୍କୁ ସଚେତନ କରାଇଥିଲେ ।

ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ ପଦବୀ ପାଇଁ ୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ସମସ୍ତ ଦଳ ଏହି ସଂସଦ ହାତେଇବାକୁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ଗୁରୁବାର ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବା ପାଇଁ ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ ପାତ୍ର ଏବଂ ଆଦର୍ଶ ଥାନା ଆଇଆଇସି ମାନସ ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ବାହିନୀ କଲେଜ ପରିସରରେ କଡ଼ା ନଜର ରଖିଛନ୍ତି। କୌଣସି ପରିସ୍ଥିତିରେ ବି ଆଇନ ଶୃଙ୍ଖଳା ଭଙ୍ଗ ହେବାକୁ ଦିଆଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ପଟ୍ଟାମୁଣ୍ଡାଇ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇ ଅପରାହ୍ନରେ ଫଳାଫଳ ଘୋଷଣା ହେବା ଆଶା କରାଯାଉଛି ।

ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଂଚଳସ୍ଥିତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ମଧ୍ୟ ଅଧ୍ୟକ୍ଷ ପ୍ରଫେସର ଗୌରୀ କୁମାର ସାମଲଙ୍କ ପୌରହିତ୍ୟରେ ସମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଠାରେ ୨୧ ଜଣ ପ୍ରାର୍ଥୀ ଭାଗ ନେଇଥିବାବେଳେ ଗୁରୁବାର ସେଠାରେ ମଧ୍ୟ ମତଦାନ ଓ ଫଳାଫଳ ଘୋଷଣା ହେବ। ଅନ୍ୟପକ୍ଷରେ, ଛାତ୍ର ସଂସଦ ନିର୍ବାଚନରେ ହିଂସାକାଣ୍ଡ ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକର ଅନ୍ୟତମ କଲେଜ ମଦନପୁର ୟୁ କେ ମହାବୀର କଲେଜ ସାଇନ-ଏ-ଡ଼ାଏ ଘୋଷଣା କରାଯାଇ ନିର୍ବାଚନ ସ୍ଥଗିତ ରଖାଯାଇଛି ।
