କେନ୍ଦ୍ରାପଡ଼ା,୧୮ା୩: ଦୁଇଦିବସୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଗରାପୁର ପ୍ରାଥମିକ ବିଦ୍ୟାଳୟରେ ସାଧନକର୍ମୀ ନିରୋଜ ନଳିନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଆରସି ବଳଦେବ ପ୍ରସାଦ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସେହିପରି ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବି.ଇଓ ରଞ୍ଜନ କୁମାର ରାଉତରାୟ ଯୋଗ ଦେଇଥିବା ବେଳେ ବି.ଆର.ଟି ହିମାଂଶୁ ଶେଖର ନାୟକ ସମ୍ମାନୀତ ଅତିଥି […]
କେନ୍ଦ୍ରାପଡ଼ା,୧୬ା୩ : ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ସାନ ଭାଇ ସର୍ବେଶ୍ୱର ବେହେରା(୪୬)ଙ୍କ ମୃତ୍ୟୁ ଘଟିଛି। ସେ ଗତ ଏକ ସପ୍ତାହ ତଳେ ନିଶ୍ଚିତ କୋଇଲି ଠାରେ ସର୍ବେଶ୍ୱର ଏକ ବାଇକରେ କେନ୍ଦ୍ରାପଡ଼ା ଫେରୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବୁଧବାର ସର୍ବେଶ୍ୱରଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ୬ନଂ […]
ପଟ୍ଟାମୁଣ୍ଡାଇ ୧୮/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶଥାନା ଅଂଚଳର ଅମୃତମଣୋହି ଏକପବ୍ଲିକ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ ବୁଧବାର ପୂୂର୍ବାହ୍ନରେ ଅଣ୍ଢରା ପ୍ରାଣୀ ଚିକିତ୍ସାଳୟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ପିଲାମାନଙ୍କ ସମେତ ଡ୍ରାଇଭରଙ୍କୁ ଉଦ୍ଧାର କରି ଅଣ୍ଢରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେ ଗାଡିରେ ୧୩ରୁ ଊର୍ଦ୍ଧ୍ୱ ପିଲା ଥିବା ଜଣାଯାଇଛି। ପିଲାମାନଙ୍କ ମଧ୍ୟରୁ ଜଣଙ୍କ […]
ପଟ୍ଟାମୁଣ୍ଡାଇ ତା ୧୮/୩- ପଟ୍ଟାମୁଣ୍ଡାଇ ଅଂଚଳର ସଂଗ୍ରାମୀ ଦୁଃସାହସୀ ସାଲିସବିହୀନ ନେତା ଭାବେ ପରିଚିତ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀକାନ୍ତ ସାହୁ ( ସୁକନ)ଙ୍କ ଏକାଦଶାହ ଅବସରରେ ଜନ୍ମମାଟି ଅରଡ଼ପଲ୍ଲୀ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ରାଜ କୁମାର ସାହୁଙ୍କ ପୌରହିତ୍ୟ ଓ ନଳିନୀକାନ୍ତ ସ୍ୱାଇଁଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ଜିଲ୍ଲା […]
କେନ୍ଦ୍ରାପଡା, ୧୮ /୩-: କେନ୍ଦ୍ରାପଡା୍ନ ଜିଲ୍ଲାରେ ଗ୍ରୀଷଋତୁ୍ ପୂର୍ବରୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛିି । ଏହି ବୈଠକରେ ମେଗା ପ୍ରକଳ୍ପ, ନଳକୂପ ମରାମତି ଏବଂ ପାଇପ୍ ପାଣି ଯୋଗାଣର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇ, ଅଚଳ ପ୍ରକଳ୍ପକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ […]
କେନ୍ଦ୍ରାପଡ଼ା,୧୮ା୩:”ଅନୁସନ୍ଧିତ୍ସୁ ହେଲେ ହିଁ ବିଜ୍ଞାନରେ ଉନ୍ନତି ସମ୍ଭବ’ ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବିଜ୍ଞାନ ଓ ଗଣିତ ବୃତ୍ତ ପ୍ରଦର୍ଶନୀରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଓ ବରିଷ୍ଟ ଶିକ୍ଷକ ଜଗନ୍ନାଥ ପ୍ରସାଦ ଉପାଧ୍ୟାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ମୁଖ୍ୟବକ୍ତା ଭାବେ ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟର ଗଣିତ […]
କେନ୍ଦ୍ରାପଡ଼ା,୧୮ା୩:କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସପ୍ତମ ବାର୍ଷିକ ଉତ୍ସବ ମାଧପୁରସ୍ଥିତ ଅମରଉଦ୍ୟାନରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର.ଆୟର ଯୋଗଦେଇ କହିଲେ ବରିଷ୍ଠ ନାଗରିକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯାଉଛି ଓ ଆଗକୁ ମଧ୍ୟ କରାଯିବ। ଏହି ଅବସରରେ ଜିଲ୍ଲାପାଳ ଆସନ୍ତା ଅପ୍ରେଲମାସରୁ ଆରମ୍ଭ […]
ପଟ୍ଟାମୁଣ୍ଡାଇ ୧୮/୩ -ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଂଚଳରେ ସାଇବାର ଠକ ମାନେ ସକ୍ରୀୟ ହୋଇ ଆଶାକର୍ମୀାନଙ୍କୁ ହାତ କରି ଗର୍ବବତୀ ମହିଳାମାନଙ୍କୁ ଠକି ଚାଲିଛନ୍ତି । ଏ ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଚାଲିଛି ।ଯାହାକୁ ନେଇ ବୁଧବାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ପକ୍ଷରୁ ସବଡ଼ିଭିଜନ ହସ୍ପିଟାଲ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଆଇଆଇସି ଶ୍ରୀକାନ୍ତ ବାରିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା […]
କେନ୍ଦ୍ରାପଡା, ୧୮/୩: କେନ୍ଦ୍ରାପଡା ଜିଲାପ୍ରଶାସନ ସମ୍ମିଳନୀ କକ୍ଷରେ ଆସନ୍ତା ୨୮ତାରିଖରେ ଜିଲ୍ଲାର ବିଭିନ୍ନ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ଶିକ୍ଷକ ସହ ଅଣଶିକ୍ଷକ କର୍ମଚାରୀମାନଙ୍କ ସେବାଜନିତ ଓ ପ୍ରାପ୍ୟ ଅଧିକାର ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଏକ ବିଶେଷ ଅଭିଯୋଗ ଶୁଣାଣି ସଭା ଅନୁଷ୍ଠିତ ହେବ । ଏହା ଉକ୍ତ ଦିବସ ପୂର୍ବାହ୍ନ ସେଢେ ୧୦ ଟା ଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ହେବ । […]
କେନ୍ଦ୍ରାପଡା,୧୭/୦୩/- କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ। ଏହି ଦାବି ନେଇ ମଙ୍ଗଳବାର କେନ୍ଦ୍ରାପଡ଼ା ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଲିଖିତ ଦାବିପତ୍ରକୁ ଜିଲ୍ଲାପାଳ ରଘୁରାମ ଆର ଆୟାର ଙ୍ ଜରିଆରେ ପ୍ରଦାନ କରାଯାଇଛି । ଏହି ଐତିହାସିକ ଲଢେଇରେ ସାରା ଜିଲ୍ଲାର ଆବଳ ବୃଦ୍ଧ ବନିତା, ଦଳମତ […]

