କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଅଂଶୀଦାର ଦକ୍ଷତା ମୂଲ୍ୟାଙ୍କନ କର୍ମଶାଳା

blank
କେନ୍ଦ୍ରାପଡ଼ା,୧୦ା୯:ସଂଯୁକ୍ତ ଜାତିସଙ୍ଘର ଖାଦ୍ୟ ଓ କୃଷି ସଂଗଠନ (ଫାଓ) ଏବଂ ଶାନ୍ତା ମେମୋରିଆଲ ରିହାବିଲଷ୍ଟେସନ ସେଣ୍ଟର (ଏସ.ଏମ.ଆର.ସି ) ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ବୁଧବାର ଜିଲ୍ଲା ମୁଖ୍ୟ କୃଷି ଅଧିକାରଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଏସ.ଏମ.ଆର.ସିର କାର୍ଯ୍ୟକାରୀ ଉପସଭାପତି ତଥା ପ୍ରକଳ୍ପ ଉପଦେଷ୍ଟା ପ୍ରଫେସର ଆଶାହଂସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇ.ଓ.ଏମ ପକ୍ଷରୁ ଡାକ୍ତର ନବନିତା ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେନ୍ଦ୍ର କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବୈଷୟକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏସ.ଏମ.ଆର.ସିର ଜେଣ୍ଡର ଏକ୍ସପୋର୍ଟ ସ୍ମୃତିମୟୀ ତ୍ରିପାଠୀ ଓ ଚାଇଲ୍ଡ ଏକ୍ସପୋର୍ଟ ପ୍ରଣତି ମିଶ୍ର ପ୍ରସନ୍ନପୁର, ପ୍ରହରାଜ ପୁର ଏବଂ କଜଳପାତିଆରେ ହୋଇଥିବା ସମୂହ ଆଲୋଚନାର ନିଷ୍କର୍ସକୁ ଉପସ୍ଥାପନ କରିଥିଲେ। ଏହି ଆଲୋଚନାରେ ନାରୀ,ଶିଶୁ ଓ ଯୁବଗୋଷ୍ଠୀଙ୍କ ଉପରେ ଜଳବାୟୁ ପରିବାର୍ତ୍ତନ, ସ୍ଥାନାନ୍ତରଣ ଓ ଗ୍ରାମୀଣ ଜୀବିକାର ପ୍ରସଙ୍ଗ କେତେ ସମ୍ବେଦନଶୀଳ ସେ ସମ୍ପର୍କରେ ରାଜନଗର ଓ ମହାକାଳପଡ଼ାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ଅଧିକାରୀ ନିଜର ବକ୍ତବ୍ୟ ରଖିଥିଲେ। ଜିଲ୍ଲାର ବିଭିନ୍ନ ବର୍ଗର ପ୍ରତିନିଧିଗଣ ଯୋଗେଦେଇ ଜିଲ୍ଲାର ଦାଦନ ଶ୍ରମିକ ହଟାଇବା, ଗ୍ରାମୀଣ ପରିବେଶରେ ଅର୍ଥନୀତିକୁ ଅଭିବୃଦ୍ଧି, ଶିକ୍ଷାର ଗୁଣାତ୍ମକ ବିକାଶ, ପାନୀୟ ଜଳ, ପରିମଳ ସେବା ବିପର୍ଯ୍ୟସ୍ତ ଆଡକୁ ଅଗ୍ରସର ହେଉଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା। ଏହାର ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଜିଲ୍ଲା ସଂଯୋଜକ ରବି ନାରାୟଣ ନାୟକ, ପବିତ୍ର କୁମାର ସ୍ୱାଇଁ, ୱାସନର ଜିଲ୍ଲା ସଂଯୋଜକ ଶିତିକଣ୍ଠ ସାମନ୍ତସିଂ, ଆଡ଼ଏଟ ଆକ୍ସନର ଏମଆରସି ସଂଯୋଜିକା ସସ୍ମିତା ଦାସ ଓ ସେବାର ସମ୍ପାଦିକ ଅଳକା ସାହୁ ପ୍ରମୁଖ କାର୍ଯ୍ୟକ୍ରମର ସଂଚାଳନା ସହିତ ସହଯୋଗ କରିଥିଲେ । ଶେଷରେ ଚାଇଲ୍ଡ ଏକ୍ସପୋର୍ଟ ପ୍ରଣତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଡେରାବିଶ ଗାନ୍ଧୀ ମୂର୍ତ୍ତୀ ଭଙ୍ଗା ଘଟଣାର ଅପରାଧୀଙ୍କୁ ଗିରଫ ଓ ପ୍ରତିମୂତ୍ତିର ପୁନଃସ୍ଥାପନ ଦାବି

Thu Sep 11 , 2025
କେନ୍ଦ୍ରାପଡ଼ା,୧୧ା୯: ରକ୍ତପାତ ଓ ଯୁଦ୍ଧ ବିଭୀଷିକାର ବାରୁଦ ଗଦା ଉପରେ ଠିଆ ହୋଇଥିବା ସମଗ୍ର ବିଶ୍ୱ ଏବେ ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସାର ବିଚାରକୁ ଆଦର କରୁଥିବା ବେଳେ ଏବଂ ବିଶ୍ୱର ବିଭିନ୍ନ ଦେଶରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେଉଥିବା ବେଳେ ଆମ ଦେଶରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ବିଖଣ୍ଡିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଏପରି ଘଟଣାର ପୁନରାବୃତ୍ତି ନ ଘଟିବା ପାଇଁ ସମ୍ପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading