ସୋମବାର କେନ୍ଦ୍ରାପଡା ଜିଲ୍ଲାର ସବୁ ବିଦ୍ୟାଳୟ ବନ୍ଦ


କେନ୍ଦ୍ରାପଡ଼ା,୨୬ା୭:ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସୋମବାର ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ ରଘୁରାମ ଆର. ଆୟର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଯେ ବଙ୍ଗୋପସାଗରର ଉତ୍ତର ପଶ୍ଚିମରେ ଲଘୁଚାପ ଘନୀଭୂତ ହୋଇଥିବାରୁ ବିଭିନ୍ନ ସ୍ଥାନ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଆଗାମୀ କାଲି ସୋମବାର ପ୍ରବଳରେୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାଦ୍ୱାରା ପିଲାମାନେ ବିଦ୍ୟାଳୟକୁ ଆସିବାରେ ବ୍ୟାଘାତ ସୃଷ୍ଟି ହେବ। ତେଣୁ ଜିଲ୍ଲାରେ ଥିବା ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ, ପ୍ରାଥମିକ, ଉଚ୍ଚମାଧ୍ୟମିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜବାହର ନବୋଦ୍ୱୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଅଙ୍ଗନବାଡି ପ୍ରମୁଖ ବନ୍ଦ ରହିବ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକଙ୍କ ଠାରୁ ସୂଚନା ମିଳିଛି।

Next Post

गोमाता की सेवा, सुरक्षा और सम्मान की मांग

Mon Jul 27 , 2026
केंद्रापडा, 27:7:  गौ सम्मान अभियान का दूसरा चरण पूरा हो गया है। 25 जुलाई को तक देश के 790 जिलों में राष्ट्रपति, प्रधानमंत्री, राज्यपाल और मुख्यमंत्री को 15 करोड़ से ज़्यादा साइन वाली पिटीशन सौंपी गई थी। इसमें पिटीशन के ज़रिए सरकार से 30 से ज़्यादा मांगें की गई हैं, […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading