ପୂର୍ବତନ ରାଷ୍ଟ୍ରପତି ଡଃ ଏ . ପି. ଜେ. ଅବଦୁଲ କଲାମଙ୍କ ୯୫ ତମ ଜୟନ୍ତୀ ପାଳିତ


କେନ୍ଦ୍ରାପଡା ୧୫/୧୦: ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ଏ . ପି. ଜେ. ଅବଦୁଲ କଲାମଙ୍କ ୯୫ ତମ ଜୟନ୍ତୀ କେନ୍ଦ୍ରାପଡ଼ାର ଭାରତରତ୍ନ ଡଃ ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ପାଳନ କରାଯାଇଅଛି । କେନ୍ଦ୍ରାପଡାର ପୁରାତନ ମେଡିକାଲ ରୋଡ ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ହେମନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଉପସ୍ଥିତ ଥିବା ବକ୍ତାମାନେ ଡଃ କଲାମ ଜଣେ ଉଚ୍ଚକୋଟୀର ଦାର୍ଶନିକ, ବୈଞ୍ଜାନିକ, ଦେଶପ୍ରେମୀ, ଶିକ୍ଷକ ଥିଲେ ବୋଲି ସ୍ମୃତିଚାରଣ କରିଥିଲେ । ରାଷ୍ଟ୍ରପତି ଭାବରେ ନିରାଡମ୍ବର ଜୀବନ ଯାପନ ତାଙ୍କର ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ଥିଲା । ଏହି ସଭାରେ ବ୍ରଜ କିଶୋର ଜେନା ଗୋପିନାଥ ବାରିକ ଅକ୍ଷୟ କୁମାର ନାୟକ, ପରମାନନ୍ଦ ତ୍ରିପାଠୀ, ତପନ କୁମାର ସିଂହ, ବିଜୟ କୁମାର ଦାସ, ସେକ୍ ମନସୁର ଅଲ୍ଲୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ସଂଗଠନ ସମ୍ପାଦକ ତଥା ପରିବେଶବିତ୍ କାଶୀନାଥ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Next Post

ପଟ୍ଟାମୁଣ୍ଡାଇ ଓ ବ୍ରାହ୍ମଣୀ କଲେଜରେ ଛାତ୍ର ସଂସଦର ନବନିର୍ବାଚିତ ଛାତ୍ର ନେତାମାନଙ୍କର ଶପଥ ଗ୍ରହଣ

Fri Oct 16 , 2026
ପଟ୍ଟାମୁଣ୍ଡାଇ ୧୬/୧୦ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ବ୍ରାହ୍ମଣୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଗୁରୁବାର ଦିନ ଘୋଷଣା ହୋଇଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ନବନିର୍ବାଚିତ ଛାତ୍ର ନେତାମାନଙ୍କର ଆନୁଷ୍ଠାନିକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ସଫଳତାର ସହ ସମ୍ପନ୍ନ ହୋଇଛି। ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ପରିସରସ୍ଥ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଗୌର ପ୍ରସାଦ ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଶପଥ ସମାରୋହ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ର […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading