କେନ୍ଦ୍ରାପଡ଼ା,୭ା୩ : କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ ମକ୍କଦ୍ଦମ ଦୋଳମେଲଣ ମହାସମାରୋହରେ ଉଦଯାପିିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଦମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଦୋଳ ମେଲଣରେ ୧୮ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ମେଲଣ […]

କେନ୍ଦ୍ରାପଡ଼ା,୬ା୩:ପିଏମଶ୍ରୀ କେନ୍ଦ୍ରାପଡ଼ା ଉଚ୍ଚ ବିଦ୍ୟାଳୟ ପଡିଆରେ ଜିଲ୍ଲାଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ-୨୦୨୬କୁ ଜିଲ୍ଲାପାଳ ରଘୁରାମ ଆର. ଆୟର ଶୁଭ ଉଦଘାଟନ କରିଛନ୍ତି। ଜିଲ୍ଲାଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଯୋଗ ଦେଇଥିଲା ବେଳେ ମୁଖ୍ୟବକ୍ତା ଭାବେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ସମ୍ମାନୀୟ ଅତିଥି ଭାବେ […]

କେନ୍ଦ୍ରାପଡ଼ା,୬ା୩:ତୁଳସୀ ମହିଳା ମହାବିଦ୍ୟାଳୟରେ ଆଜି ବରିଷ୍ଠ ପ୍ରଫେସର ଡ. ବାସନ୍ତୀ ଶୁକ୍ଳା ନୂତନ ଅଧ୍ୟକ୍ଷା ଭାବେ ଯୋଗଦେଇଛନ୍ତି। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଇଂରାଜୀ ବିଭାଗ ଅଧ୍ୟାପକ ତପନ କୁମାର ଦାସଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନୂତନ ଅଧ୍ୟକ୍ଷା ଡ. ଶୁକ୍ଳାଙ୍କୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ଡ. ଶୁକ୍ଳା କହିଲେ ଶିକ୍ଷାନୁଷ୍ଠାନକୁ ସର୍ବୋଚ୍ଚ […]

କେନ୍ଦ୍ରାପଡ଼ା, ୬ା୩: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଓଡ଼ିଶା ଗସ୍ତରେ ଥାଇ ଭର୍ଚୁଆଲ୍ ମାଧ୍ୟମରେ ଅନେକ ନୂଆ ଥାନା ବିଲଡିଂର ଉଦଘାଟନ କରିଛନ୍ତି। ସେଥିମଧ୍ୟରୁ କେନ୍ଦ୍ରାପଡ଼ାର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ଓ ପଟ୍ଟାମୁଣ୍ଡାଇ ଗ୍ରମାଂଚଳ ଥାନା ନୁର୍ତ୍ତନ ଗୃହକୁ ଗୃହମନ୍ତ୍ରୀ ଶାହ ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରାପଡ଼ା ଉପଖଣ୍ଡ ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା କାର୍ଯ୍ୟକାରୀ ହେବ। ଏହି […]

କେନ୍ଦ୍ରାପଡ଼ା,୫ା୩:ଚଳିତବର୍ଷର ବଜେଟ ଉପସ୍ଥାପନା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୪ଟି ନୂତନ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି। ଏହାମଧ୍ୟରୁ ଗୋଟିଏ କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠା ହେବ ବୋଲି ସେ ଘୋଷଣା କରିଛନ୍ତି। ଏହି ଘୋଷଣାରେ ଜିଲ୍ଲାବାସୀଙ୍କ ସହ ଜିଲ୍ଲାର ସର୍ବପ୍ରାଚୀନ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍କଣ୍ଠା ପ୍ରକାଶ ପାଇଛି ବୋଲି ସଂସଦର ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡା ଓ ସମ୍ପାଦକ […]

କେନ୍ଦ୍ରାପଡ଼ା,୫ା୩:କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ, ମାଇଁ ଭାରତ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ)ର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାର୍ଚ୍ଚ ୬ ତାରିଖ ଠାରୁ ମାର୍ଚ୍ଚ ୮ ତାରିଖ ତିନିଦିନ ବ୍ୟାପି ଅସ୍ମିତା ଅନ୍ତର୍ଜାତୀୟ ମହିଳା ଦିବସ-୨୦୨୬ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ମହିଳା ଦିବସ ପାଳନରେ କେନ୍ଦ୍ର ତଥା ରାଜ୍ୟସରକାରଙ୍କ ମୂଳ ଲକ୍ଷ୍ୟ ରହିଛି “ସଶକ୍ତମହିଳା ସଶକ୍ତ ରାଷ୍ଟ୍ର” ଗଠନ। […]

କେନ୍ଦ୍ରାପଡ଼ା,୩ା୩:କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଘର ନିର୍ମାଣ କରିବା ପାଇଁ ରଡ ଓ ସିମେଣ୍ଟ ଶସ୍ତା ଦରରେ ଯୋଗାଇ ଦେବାକୁ କହି ସାଇବର ଠକ ଜଣକ ୬ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି। ଏ ନେଇ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଗୁଲନଗର ଗ୍ରାମର ଖଗେଶ୍ୱର ସେଠୀ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ […]

କେନ୍ଦ୍ରାପଡ଼ା,୨ା୩:ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜ୍ୟୋତିଯାତ୍ରା ଓ ତୁଳସୀକ୍ଷେତ୍ର ପରିକ୍ରମା ଆସନ୍ତା ୧୫ତାରିଖରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ତଥା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ […]

କେନ୍ଦ୍ରାପଡ଼ା,୨ା୩:ଓଡିଶା କୃଷକ ସଭା, କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ରାଜନଗର ବ୍ଲକ ଅନ୍ତର୍ଗତ ଡାଙ୍ଗମାଳ ସେବା ସମବାୟ ସମିତି, ଈଶ୍ୱରପୁର ଅଧିନସ୍ଥ ଜୁଣଗଡି ଗ୍ରାମର ଚାଷୀ ତ୍ରିଲୋଚନ ନାୟକଙ୍କର ମୃତ୍ୟୁ ନୁହେଁ ବରଂ ଏହା ବ୍ୟବସ୍ଥାଗତ ବା ସରକାରୀ ପ୍ରାୟୋଜିତ ହତ୍ୟା ବୋଲି ଓଡିଶା କୃଷକସଭା ଦାବି କରିଛି। ଗତ ଦୁଇଦିନ ତଳେ କୃଷକସଭାର ଏକ ପ୍ରତିନିଧି ଦଳ ମୃତ ଚାଷୀଙ୍କ […]

  କେନ୍ଦ୍ରାପଡା ୨/୩-ଫାଲ୍‌ଗୁନ ଆସିଲେ ଆରମ୍ଭ ହୋଇଯାଏ ବସନ୍ତର ବେଗ। ତତ୍‌ସହିତ ଦେଖାଦିଏ ପୁରାତନ ଉତ୍କଳର ଧର୍ମ, ସଂସ୍କୃତି, ଐତିହ୍ୟ ଚେତନାର ପରମ୍ପରା ଭିତରେ ପ୍ରକୃତିର ଏକ ଅପୂର୍ବ ପରିବର୍ତ୍ତନର ଦୃଶ୍ୟପଟ । ସୁନ୍ଦର ସୁଶୋଭିତ ଏବଂ ରମଣୀୟ ପରିବେଶ ଭିତରେ ଆରମ୍ଭ ହୁଏ ପ୍ରେମମୟ ପୁରୁଷୋତ୍ତମ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ ଦୋଳୋତ୍ସବ ବା ଦୋଳଯାତ୍ରା। ହେଇ ଯେମିତି କେନ୍ଦ୍ରାପଡ଼ା ଓ କଟକ ଜିଲାର ସୀମାନ୍ତ […]

Breaking News