ଅଜଣା ଗାଡି ଧକ୍କାରେ ଯୁବକ ମୃତ


ପଟ୍ଟାମୁଣ୍ଡାଇ ୧୫/୧୦- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଚୂନଡିହ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ମହେନ୍ଦ୍ର ସାହୁଙ୍କ ପୁଅ ମହେଶ୍ୱର ସାହୁ (୩୧) ଗୁରୁବାର ଅପରାହ୍ନରେ ଏକ ହିରୋ ସ୍ପେ୍ଲଣ୍ଡର ପ୍ଲସ ମୋଟରସାଇକେଲ ଯୋଗେ କଟକରୁ ଘରକୁ ଫେରୁଥିଲେ। ସେହି ସମୟରେ ଚୂନଡିହ ଛକ ଠାରେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବାରୁ ସେ ରାସ୍ତାରେ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଅତ୍ୟନ୍ତ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ତତ୍କାଳ ଚିକିତ୍ସା ନିମନ୍ତେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର କାୟା ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Next Post

ପଟ୍ଟାମୁଣ୍ଡାଇ ଓ ବ୍ରାହ୍ମଣୀ କଲେଜରେ ବାଜିମାରିଲା ବିସିଜେଡି

Thu Oct 15 , 2026
 ଛାତ୍ର ସଂସଦ ନିର୍ବାଚନ ଓ ଫଳଫଳ ଘୋଷଣା ପଟ୍ଟାମୁଣ୍ଡାଇ୧୫/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ପଟ୍ଟାମୁଣ୍ଡାଇ କଲେଜ ଓ ବ୍ରାହ୍ମଣୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳଫଳ ଘୋଷଣା ହୋଇଛି। ଏ ଦୁଇଟି କଲେଜରେ ବିଜୁ ଛାତ୍ର ଜନତା ଦଳ ବାଜିମାତ୍ କରିଛି। ପଟ୍ଟାମୁଣ୍ଡାଇ କଲେଜରେ ସଭାପତି ଭାବେ ରୁଦ୍ର ପ୍ରସାଦ ଦାସ ଏବଂ ସାଧାରଣ ସମ୍ପାଦକ ଅର୍ପିତା ମଥାନ ବିଜୟୀ ହୋଇଛନ୍ତି।ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ସଭାପତି […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading