
ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ସରକାର ଗଢିଲେ ଓଡିଶାକୁ ମଦ ମୁକ୍ତ କରିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥିପାଇଁ ଭାଜପା ସରକାରକୁ ଆସିବା ପରେ ଓଡିଶାକୁ ନିଶା ମୁକ୍ତ କରିବା ଲାଗି ଯୋଜନା ହେବ ବୋଲି ୨୦୨୪ ଜୁନ ମାସ ୨୬ ରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଥିଲେ। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି ପର୍ଯ୍ୟାୟକ୍ରମେ ଏନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ହେଲେ ମଦ ମୁକ୍ତି ନେଇ ଓଡିଶାରେ କୌଣସି ଯୋଜନା ଅଦ୍ୟବଧି କାର୍ଯ୍ୟକାରି ହୋଇନାହିଁ ।ସାମାଜିକ ମେଡିଆରେ ମଦ ବନ୍ଦନେଇ ଯୁକ୍ତି ବାହାରିଥିବା ବେଳେ ରାଜ୍ୟ ସ୍ତରରେ ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ମଦ ନିଷେଧ ହେଲେ ଓଡିଶାରେ ଅର୍ଥନୀତି ଉପରେ ବହୁତ ଚାପ ପଡ଼ିବ। ମାତ୍ର ମଦ ବ୍ୟବସାୟ ଦ୍ୱାରା ରାଜ୍ୟକୁ ରାଜସ୍ୱ କେତେ ମିଳୁଛି ଓ ନିଶା ଦ୍ୱାରା ଆମର କ୍ଷତି କେତେ ହେଉଛି ତାହାର ଆକଳନ ହେବାର ସମୟ ଆସିଛି । ଓଡିଶାକୁ ନିଶା ମୁକ୍ତ କରିବା ପାଇଁ ଭାଜପା ସରକାର କାର୍ଯ୍ୟ କରିବ ବୋଲି ସାମାଜିକ ଗଣମାଧ୍ୟମରେ ଟୋଲ କରାଯାଉଛି । ମାତ୍ର ଭାଜପା ସରକାରର ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବା ଯୋଜନା ଫସରଫାଟି ଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଯୋର ଧରିଛି ।
ଓଡିଶାର ଗାଁ ଗହଳିରେ ନିଶା କାରବାର ଦିନକୁ ଦିନ ବଢିବାରେ ଲାଗୁଛି । ସରକାରୀ ଦାମ ଠାରୁ ଅଧିକ ଅଧିକ ମୂଲ୍ୟରେ ଲୋକେ ମଦ କିଣି ପିଉଛନ୍ତି । ବେଆଇନ ଚୋରା ନିଶା କାରବାର ସହର ରୁ ଗାଁ ସବୁଆଡେ ବଢି ଚାଲିଛି । ନିଶା ଦ୍ୱାରା ଦୁର୍ଘଟଣା ବଢୁଛି । ମହିଳା ଅତ୍ୟାଚାରୀତ ହେଉଛନ୍ତି । ନିଶା କାରବାର ଦ୍ୱାରା ଅପରାଧ ମଧ୍ୟ ବଢ଼ୁଛି । ୯୦ ପ୍ରତିଶତ ଅପରାଧ ନିଶା ପରେ ହେଉଛି । ହେଲେ ଭାଜପା ଓଡିଶା ସରକାରଙ୍କ ଅଭିଳାସ ସ୍ୱପ୍ନ ରହିଯାଇଛି ।
ମାତ୍ର ବିହାର ଭଳି ମଦବହୁଳ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ଜିଦରେ ଅଟଳ ରହି ତଥା ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରି ବିହାରରୁ ସମ୍ପୂର୍ଣ୍ଣ ଭାବେ ମଦ ନିଷେଧ କରିଥିଲେ । ନିତିଶଙ୍କ ସୁଫଳତା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।ଏପ୍ରିଲ ୧, ୨୦୧୬ଠାରୁ ବିହାରକୁ ସମ୍ପୂର୍ଣ୍ଣ ମଦ ନିଷେଧ କରାଯାଇଛି।
ନଭେମ୍ବର ୨୬, ୨୦୧୫ରେ ନୀତୀଶ କୁମାର ଏହା ଘୋଷଣା କରିବା ବେଳେ ସମଗ୍ର ବିହାର ଓ ଦେଶସ୍ତରରେ ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । କେହି କେହି କହିଥିଲେ, ମଦ ନିଷେଧ ହେବା ଦ୍ୱାରା ବିହାରରେ ଚୋରା ମଦର ପ୍ରସାର ବହୁଳ ଭାବେ ବୃଦ୍ଧି ପାଇବ ବୋଲି କହୁଥିଲେ। ଆଉ କେତେ ଅର୍ଥନୀତିଜ୍ଞମାନେ ମତ ଦେଇଥିଲେ, ମଦ ନିଷେଧ ହେବା ଦ୍ୱାରା ବିହାର ଅର୍ଥର୍ନିତୀ ରୁଗ୍ଣ ହୋଇଯିବା ଭଳି ଆଲୋଚନା କରୁଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ଜିଦରେ ଅଟଳ ରହି ତଥା ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରି ବିହାରରୁ ସମ୍ପୂର୍ଣ୍ଣ ଭାବେ ମଦ ନିଷେଧ କରିଥିଲେ । ଯାହାର ସୁଫଳ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।
ଓଡିଶା ଭଳୀ ଏକାଧ୍ୱକ ରାଜ୍ୟ ମଦ ନିଷେଧ ନ କରିବା ପାଇଁ ବିଭିନ୍ନ ପ୍ରକାର ବାହାନା କରୁଥିବା ବେଳେ, ବିହାର ସାରା ଦେଶରେ ଏକ ଉଦାହରଣ ଭାବେ ଉଭା ହୋଇଛି। ଲୋକମାନଙ୍କ କଷ୍ଟାର୍ଜିତ ରୋଜଗାର ମଦ ବାଟେ ବୋହି ନ ଯାଇ ସେମାନଙ୍କ ପିଲାମାନଙ୍କ ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ ବାଟେ ଖର୍ଚ୍ଚ ହେଉଛି।
ସମ୍ପ୍ରତି ଓଡ଼ିଶା ସମେତ ଅନେକ ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବା ପାଇଁ ମହିଳା ଓ ସାଧାରଣ ଲୋକମାନେ ରାସ୍ତାକୁ ଓହ୍ଲାଇଲେଣି। ମଦବିରୋଧୀ ଆନ୍ଦୋଳନ ସାରା ଦେଶରେ ତୀବ୍ର ରୂପ ନେଲାଣି। ମହିଳାମାନେ ସଂଘବଦ୍ଧ ହୋଇ ଅନେକ ସ୍ଥାନରେ ମଦ ଦୋକାନ ଭାଙ୍ଗୁଥିବା ଘଟଣା ସାମ୍ନାକୁ ଆସୁଛି। ତଥାପି ରାଜ୍ୟ ସରକାର ନିଦାବିଷ୍ଣୁ ସାଜି ମଦର ପ୍ରସାରକୁ ବ୍ୟାପକ କରୁଛନ୍ତି। ସମ୍ପ୍ରତି ସାରା ଦେଶରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣା ଓ ସଡ଼କ ଦୁର୍ଘଟଣା ପଛର ମୁଖ୍ୟ ଖଳନାୟକ ହେଉଛି ମଦ, ଏହା ସମସ୍ତେ ଜାଣନ୍ତି । କିନ୍ତୁ ରାଜ୍ୟ ସରକାର ଅବକାରୀ ଶୁଳ୍କ ଓ ଚୋରା ମଦ କାରବାର ବୃଦ୍ଧିର ବାହାନା କରି ମଦକୁ ନିଷେଧ କରିବା ଦାବିକୁ କାନକୁ ନେଉନାହାନ୍ତି। ମଦ ନିଷେଧ ହେଲେ ପ୍ରଥମେ କିଛିଦିନ ଚୋରା ମଦ କାରବାର ବୃଦ୍ଧି ପାଇବ, ଏହା ଠିକ୍। କିନ୍ତୁ ଏଥପାଇଁ ପୋଲିସ ଅଛନ୍ତି। ଅନ୍ୟ ଅର୍ଥରେ କହିଲେ, ଯେତେ ଚୋରା ମଦ କାରବାର ବୃଦ୍ଧି ପାଇଲେ ବି ମଦର ସାର୍ବଜନୀନତା ନିଶ୍ଚୟ ।
ଟଙ୍କା ମଦ ପଛରେ ଖର୍ଚ୍ଚ ହେଉଥିଲା, ତାହା ନିଶ୍ଚୟ କମିବ ଓ ଲୋକମାନଙ୍କ ପାଖରେ ଟଙ୍କା ସଂଚୟ ହେବା ଆରମ୍ଭ ହେବ, ଯାହା ସେମାନଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବାରେ ସାହାଯ୍ୟ କରିବ। ବିହାର ଘଟଣାରୁ ଆମକୁ ଏହା ଶିଖୁବାକୁ ମିଳୁଛି। ତେଣୁ ଓଡ଼ିଶା ସରକାର ଦୃଢ଼ ମନୋବଳ ନେଇ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ମଦ ବନ୍ଦ ପ୍ରତିଶୃତି ପଳନ କରିବା ଉଚିତ ବୋଲି ଜନସାଧାର ପ୍ରକାଶ କରିଛନ୍ତି ।
