ପଟ୍ଟାମୁଣ୍ଡାଇ ବ୍ଲକ ନୂତନ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଲେ ଅଜିତ ବାରିକ

blank
ପଟ୍ଟାମୁଣ୍ଡାଇ ୧୫/୫ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଭାବେ ଅଜିତ ବାରିକ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ଆନନ୍ଦପୁରରେ ବିଇଓ ରୂପେ କାର୍ଯ୍ୟ କରୁଥିଲେ। ନୂତନ ବ୍ଲକ ଶିକ୍ଷାଧିକାରୀ ଭାବେ ବିଦାୟୀ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ବିଇଓ ବାରିକ ପୂର୍ବରୁ ଦୀର୍ଘ ୬ବର୍ଷ ଧରି ରାଜନଗର ବ୍ଲକ ବି.ଆର.ସି.ସି ଭାବେ ଦକ୍ଷତାର କାର୍ଯ୍ୟ କରିଛନ୍ତି । ଏହି ଉପଲକ୍ଷେ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଠାରେ ନୂତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଏକ ଉତ୍ସବ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ବି.ଆର.ସି.ସି ପ୍ରେମବାଳା ମହାପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସୁନିତୀ ଦାଶ, ରାଜ୍ୟ ଶିକ୍ଷକ ସଂଘ ନେତା ସିଆରସିସି ମଳୟ ଜେନା, ସଂଘମିତ୍ରା ନାୟକ, ରଞ୍ଜନ ସାହୁ, ଅରବିନ୍ଦ ବଳ, ପ୍ରଦୀପ ତରାଇ, ଓ ଲଷ୍ମଣ ସେଠୀ, ମୁଖ୍ୟକିରାଣୀ ହିମାଂଶୁ ବେହୁରା, ଏମଆଇଏସ ଆମ୍ରପଲ୍ଲୀ ସାହୁ ଓ ବିଷ୍ଣୁ ପ୍ରସାଦ ବାରିକ ପ୍ରମୁଖ ଶିକ୍ଷା ବିଭାଗ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ନୂତନ ବିଇଓ ବାରିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Next Post

ଗଡମେକର୍ କଣ୍ଠଶିଳ୍ପୀ ସୁଶ୍ରୀ ସମନ୍ୱିତାଙ୍କ ଜାତୀୟ ବୃତିଲାଭ

Fri May 16 , 2025
ପଟ୍ଟାମୁଣ୍ଡାଇ ୧୬/୫ -ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର(ଗଡମେକର)ର ଶିଳ୍ପୀ ସୁଶ୍ରୀ ସମନ୍ୱିତା ଦାଶ ଓଡ଼ିଶୀ କଣ୍ଠ ସଙ୍ଗୀତରେ କେନ୍ଦ୍ର ସରକାରଙ୍କ ମର୍ଯ୍ୟାଦାଜନକ ସିସିଆରଟି ଜାତୀୟ ପ୍ରତିଭା ବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇ ବୃତିଲାଭ କରିଛନ୍ତି। କଣ୍ଠଶିଳ୍ପୀ ସମ୍ୱନ୍ୱିତା କଦଳୀବଣ ଗ୍ରାମର ସରୋଜ କାନ୍ତ ଦାଶ ଓ ପଦ୍ମଜା ପ୍ରିୟଦର୍ଶିନୀ କରଙ୍କ ସୁପୁତ୍ରୀ ଅଟନ୍ତି । ସୁଶ୍ରୀ ସମନ୍ୱିତା ବାଲ୍ୟକାଳରୁ ଚମତ୍କାର ସଙ୍ଗୀତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading