୫ ସପ୍ତାହ ଧରି ଖରାପ ହୋଇ କେନ୍ଦ୍ରାପଡ଼ାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ମୁମ୍ବାଇ ଗଲା

blank
କେନ୍ଦ୍ରାପଡ଼ା,୧୬ା୭: ଗତ ୫ ସପ୍ତାହ ଧରି କେନ୍ଦ୍ରାପଡ଼ାରେ ଖରାଫ ହୋଇ ପଡିଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବୁଧବାର ମରାମତି ନିମନ୍ତେ ମୁମ୍ବାଇକୁ ପଠାଯାଇଛି। ଏହାକୁ ଏକ କ୍ରେନ ସହାୟତାରେ ଟ୍ରଲର ଉପରେ ରଖାଯାଇ ମୁମ୍ବାଇ ନିଆଯାଇଛି। ସେଠାରେ ଏହାର ମରାମତି କରାଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଅଧିକାରୀ ଜଣକ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁନମାସ ୯ ତାରିଖରେ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିଲେ । ସେହି ଦିନ ଅପରାହ୍ଣରେ ଫେରିବା ବେଳେ ବଜ୍ରପାତ ସହ ବର୍ଷା ହୋଇଥିଲା। ବଜ୍ରପାତ ପ୍ରଭାବରେ ହେଲିକପ୍ଟରରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା। ଫଳରେ ହଲିକପ୍ଟରଟି ଷ୍ଟାର୍ଟ ହୋଇପାରି ନଥିଲା। ଏଥିପାଇଁ ପାଇଲଟ ହେଲିକପ୍ଟର ଉଡାଇବା ପାଇଁ ବାରଣ କରିଥିଲେ। ପାଇଲଟ ହେଲିକପ୍ଟର ଯାଂଚ କରିବା ପରେ ଜାଣିବାକୁ ପାଇଥିଲେ ଯେ ସେଥିରେ ତ୍ରୁଟି ଦେଖା ଦେଇଛି। ଏହା ଉଡ଼ି ପାରିବ ନାହିଁ। ଗୋଟିଏ ପକ୍ଷରେ ପାଗ ପ୍ରତିକୂଳ ଥିଲା ଓ ଅନ୍ୟପକ୍ଷରେ ହେଲିକପ୍ଟରରେ ତ୍ରୁଟି ଦେଖା ଦେଇଥିଲା। ଫଳରେ ବାଧ୍ୟହୋଇ ମୁଖ୍ୟମନ୍ତ୍ରୀ କାର ଯୋଗେ ଭୁବନେଶ୍ୱର ଫେରିଯାଇଥିଲେ। ସେବେଠାରୁ ହେଲିକପ୍ଟରଟି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଥୁଆ ହୋଇଥିଲା। ଗତ ୧୨ ତାରିଖରେ ଏକ ବୈଷୟିକ ଦଳ ମୁମ୍ବଇରୁ ଆସି ହେଲିକପ୍ଟରରୁ ଇନ୍ଧନ ଖାଲି କରିଥିଲେ। ଏହାପରେ ହେଲିକପ୍ଟରର ଡେଣା ଖୋଲାଯାଇଥିଲା। କ୍ରେନ୍ ସାହାଯ୍ୟରେ ହେଲିକପ୍ଟରକୁ ଟ୍ରଲରରେ ଲୋଡ କରାଯାଇଥିଲା। ଏହାପରେ ଟ୍ରଲରଟି ମୁମ୍ବାଇ ଅଭିମୁଖେ ବାହାରି ଯାଇଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି।

Next Post

ଯନ୍ତ୍ରୀଙ୍କ ଘରୁ ୩୦ଲକ୍ଷ ଟଙ୍କାର ସୁନାଅଳଙ୍କାର ଚୋରି

Wed Jul 16 , 2025
କେନ୍ଦ୍ରାପଡ଼ା,୧୬ା୭ :କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ରାମିଆଗଞ୍ଜ ଗ୍ରାମରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ୩୦ ଳକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି। ଏ ନେଇ କନିଷ୍ଠ ଯନ୍ତ୍ରୀ ଜଣକ ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। କନିଷ୍ଠ ଯନ୍ତ୍ରୀ କମଳ ଲୋଚନ ଲେଙ୍କା କୌଣସି କାର୍ଯ୍ୟରେ ମଙ୍ଗଳବାର କେନ୍ଦ୍ରାପଡ଼ା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading