ମଧ୍ୟସ୍ଥତା ଦ୍ୱାରା ମାମଲାର ସମାଧାନ ଓ ଏସିଡ୍ ଆଟାକ୍ ସମ୍ବନ୍ଧରେ ସଚେତନତା

ପଟ୍ଟାମୁଣ୍ଡାଇରେ ତାଲୁକ ଆଇନ୍ ସେବା ସମିତିର ସଚେତନତା ସଭା

blank

ପଟ୍ଟାମୁଣ୍ଡାଇ ୬ା୯-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତି ତରଫରୁ ସ୍ଥାନୀୟ ବରିଷ୍ଠ ନାଗରିକ ମଂଚ ଚିତବିନୋଦନ ଗୃହ ପରିସରରେ ଏସିଡ ଆଟାକ ଓ ମେଡିଏସନ୍ (ମଧ୍ୟସ୍ଥତା) ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଆଇନ ସଚେତନତା ସଭାରେ ପଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତିର ଅଧ୍ୟକ୍ଷ ତଥା ଏଡିଜେ କୋର୍ଟ ବିଚାରପତି ବିଦ୍ୟାଧର ପୃଷ୍ଟି ସଭାପତିତ୍ୱ କରି ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକର ସହଜ ଓ ଶୀଘ୍ର ସମାଧାନ ପାଇଁ ମଧ୍ୟସ୍ଥତା ଏକ ପ୍ରମୁଖ ଓ ଅତ୍ୟନ୍ତ ଫଳପ୍ରଦ ମାଧ୍ୟମ ବୋଲି ଆଲୋକପାତ କରିଥିଲେ। ଆପୋଷ ବୁଝାମଣା ଦ୍ୱାରା କୋର୍ଟ କଚେରୀର ଦୀର୍ଘକାଳୀନ ବିବାଦରୁ ମୁକ୍ତି ମିଳିବା ସହ ଉଭୟ ପକ୍ଷ ମଧ୍ୟରେ ସମ୍ପର୍କ ସୁଦୃଢ଼ ରହୁଥିବା ସମ୍ପର୍କରେ ସଚେତନ କରାଇଥିଲେ। ଏହା ସହିତ ସମାଜରେ ଏସିଡ୍ ଆକ୍ରମଣ ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ ଦୃଢ଼ କଦମ ଗ୍ରହଣ କରିବା, ପୀଡ଼ିତାଙ୍କ ପାଇଁ ଥିବା ଆଇନଗତ ସହାୟତା ଓ କ୍ଷତିପୂରଣ ବ୍ୟବସ୍ଥା ଉପରେ ବିସ୍ତୃତ ଚର୍ଚ୍ଛା କରାଯାଇଥିଲା। ବିଚାରପତି କହିଥିଲେ ଏସିଡ୍ ଆକ୍ରମଣ ପରି ସଂଗୀନ ଅପରାଧିକ ମାମଲାରେ ମୁଖ୍ୟ ଅପରାଧର ଆପୋଷ ବୁଝାମଣା ବା ମେଡିଏସନ୍ ହୋଇନଥାଏ । କିନ୍ତୁ ପୀଡ଼ିତଙ୍କ ପରିବାରର ଅନ୍ୟାନ୍ୟ ଦେୱାନୀ ସମସ୍ୟା, ସାମାଜିକ ବିବାଦ ବା କ୍ଷତିପୂରଣ ଆଦାୟ ପ୍ରକ୍ରିୟାକୁ ଶୀଘ୍ର ସମାଧାନ କରିବା ପାଇଁ ମେଡିଏସନ୍ ଡେସ୍କ ସାହାଯ୍ୟ କରିଥାଏ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେକୌଣସି ସରକାରୀ କିମ୍ବା ବେସରକାରୀ ହସ୍ପିଟାଲ୍ ଏସିଡ୍ ପୀଡ଼ିତଙ୍କୁ ପ୍ରାଥମିକ ଚିକିତ୍ସା ମାଗଣାରେ ଯୋଗାଇବା ବାଧ୍ୟତାମୂଳକ। ଏହା ସୁନିଶ୍ଚିତ କରିବାରେ ସମିତି ସାହାଯ୍ୟ କରେ ବୋଲି ସେ ମତ ବ୍ୟକ୍ତ କରିଥିଲେ।

blank

ଆୟୋଜିତ ସଭାରେ ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ, ବରିଷ୍ଠ ସଭ୍ୟ ଡ. କେଳୁଚରଣ ସ୍ୱାଇଁ, ମଂଚ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ସରକାରୀ ଓକିଲ ଧିରେନ୍ଦ୍ରନାଥ ସାହୁ ପ୍ରମୁଖ ଏସିଡ୍ ବିକ୍ରି ଉପରେ କଡ଼ା କଟକଣା ଓ ଆଇନର ସଠିକ୍ ପ୍ରୟୋଗ ଦ୍ୱାରା ଏପରି ଅପରାଧକୁ ପ୍ରତିହିତ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ରମେଶ ଚନ୍ଦ୍ର ଜେନା, କୈଳାସ ଚନ୍ଦ୍ର ପାତ୍ର, ପରିକ୍ଷୀତ ପାତ୍ର, ଚର୍ତୁଭୂଜ ରାଉଳ, ତ୍ରିଲୋଚନ ସୁତାର, ତପନ ପାତ୍ର, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ବିଜୟ ରାଉତ, ବିଜୟ ସାହୁ, ପ୍ରଦୀପ ନାୟକ, ସୁରେଶ ଚନ୍ଦ୍ର ଜେନା, ସଚିତ୍ର ବେହୁରା, ସନ୍ତୋଷ ରାଉତ, ଗନ୍ଧର୍ବ ଲେଙ୍କା ଗୋପାଳ ଖଣ୍ଡାଇ, ବଂଶୀଧର ନାୟକ, ଜଗନ୍ନାଥ ନାୟକ, ଖଗେଶ୍ୱର ଖଣ୍ଡାଇ, ପ୍ରମୋଦ ସାହୁ, ପ୍ରମୋଦ ଜେନା, ରିଟେନର ଗୀତାଞ୍ଜଳୀ ପ୍ରୁଷ୍ଟି, ଓକିଲ ସୁମନ୍ତ ମାଝି ପ୍ରମୁଖ ଯୋଗଦେଇ ମଧ୍ୟସ୍ଥତା ମାଧ୍ୟମରେ କେସ ଗୁଡିକର ସମାଧାନ ଓ ଏସିଡ ଆଟକକୁ ପ୍ରତିହିତ କରିବାକୁ ନେଇ ଆଇନଗତ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ଏହି ସଚେତନତା ସଭାରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଏନ୍‌.ସି.ସି.କ୍ୟାଡେଟ୍ ଏବଂ ପଟ୍ଟାମୁଣ୍ଡାଇ ମହିଳା କଲେଜର ଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ସେମାନେ ମେଡିଏସନ, ଏସିଡ୍ ଆଟାକ୍ ପ୍ରତିରୋଧ ଓ ସୁସ୍ଥ ସମାଜ ଗଠନ ପାଇଁ ଆଇନଗତ ଜ୍ଞାନର ଗୁରୁତ୍ୱ ସମ୍ପର୍କରେ ସଚେତନ ହୋଇଥିଲେ। ବିଦ୍ୟାର୍ଥୀମାନଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିଥିଲା।

Leave a Reply

Next Post

ରେଫର ଚକ୍ରବ୍ୟୁହରେ ଯାଉଛି ରୋଗୀଙ୍କ ଜୀବନ ,୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ସଙ୍ଗିନ

Sun Sep 6 , 2026
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରସଙ୍ଗ ପଟ୍ଟାମୁଣ୍ଡାଇରେ ଭିତିିଭୂମି ଅଛି, ଡାକ୍ତର ନାହାନ୍ତି ପଟ୍ଟାମୁଣ୍ଡାଇ, ୫ା୯-ପଟ୍ଟାମୁଣ୍ଡାଇ ସହରାଂଚଳରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଭିତିିଭୂମିର ବିକାଶ ପାଇଁ ସରକାରୀ କୋଷାଗାରରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆଧୁନିକ କୋଠା ଓ ରୋଗ ନିରୂପଣ ଯନ୍ତ୍ରପାତି ଠିଆ କରିଛନ୍ତି। କିନ୍ତୁ ଏହି କୋଠାଗୁଡ଼ିକ ଭିତରେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ବିଶେଷଜ୍ଞ ନଥିବାରୁ ସ୍ତାନାନ୍ତର ଓ […]
blank

ଲୋକମତ

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading