ବିଶ୍ୱ ସାଇକେଲ ଦିବସ ଅବସରରେ ଗ୍ରାମଂଚଳ ଥାନାର ଭବ୍ୟ ‘Sunday on Cycle’ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ୭/୬ – ବିଶ୍ୱ ସାଇକେଲ ଦିବସ ଅବସରରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ତରଫରୁ Sunday on Cycle’ ପାଳନ ପରିପେକ୍ଷିରେ ଏକ ସାଇକ୍ଲୋଥମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରାମଂଚଳ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଲିସ ବାହିନୀ ସମେତ ଉତ୍ସାହିତ ଯୁବକମାନେ ଅଂଶଗ୍ରହଣ କରିଥିଲେ। ସମସ୍ତ ଅଂଶଗ୍ରହଣକାରୀ ଫିଟ୍ ଇଣ୍ଡିଆ ପ୍ଲେଜ ଗ୍ରହଣ କରି ସୁସ୍ଥ ଜୀବନଶୈଳୀ, ପରିବେଶ ସୁରକ୍ଷା ଓ ସାଇକେଲ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ସଂକଳ୍ପ ନେଇ ଆଖ ପାଖ ଗାଁ ରାସ୍ତା ଅତିକ୍ରମ କରି ଚନ୍ଦନନଗରସ୍ଥିତ ପ୍ରସିଦ୍ଧ ଚନ୍ଦ୍ରମୌଳି ଶୈବପୀଠ ନିକଟରେ ପହଁଚିଥିଲେ। ସେଠାରେ ଉପସ୍ଥିତ ଗ୍ରାମବାସୀଙ୍କୁ ସାଇକେଲ ଦିବସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଇଆଇସି ସଚେତନ କରାଇଥିଲେ। ସାଇକେଲ ଚଳାଇବା ଦ୍ୱାରା ଶାରୀରିକ ସୁସ୍ଥତା ବୃଦ୍ଧି ପାଇବା ସହ ପରିବେଶ ପ୍ରଦୂଷଣ ହ୍ରାସ ପାଏ ଏବଂ ଏକ ସବୁଜ ଓ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ । ସୁସ୍ଥ ଶରୀର ସବୁଜ ପରିବେଶ ଓ ଏକତା’ ର ବାର୍ତର୍ା ପ୍ରସାର ପାଇଁ ଏହି ସାଇକ୍ଲୋଥନ ଏକ ସଫଳ ପ୍ରୟାସ ହୋଇଛି ବୋଲି ଥାନା ଆଇଆଇସି ଶ୍ରୀକାନ୍ତ ବାରିକ ମତ ପ୍ରକାଶ କରି ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଥାନା ଏସଆଇ ରଞ୍ଜନ କୁମାର ମହାରଣା, ଏସଆଇ କୈସରିକା ରାଉତରାୟ,ଏଏସଆଇ ବୈଷ୍ଣବ ବେହେରା, ରାମଚନ୍ଦ୍ର ଦାଶ, ଦେବବ୍ରତ ବଳଙ୍କ ସହ କର୍ମଚାରୀ ବୃନ୍ଦ ଓ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀ ଅଂଶଗ୍ରଣ କରି ସହଯୋଗ କରିଥିଲେ ।
