ଜିଲ୍ଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ

blank
କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲାପାଳ ରଘୁରାମ ଆର.ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଜଣେ ଆଦର୍ଶ ଶିକ୍ଷକ ହେବାକୁ ଆହ୍ୱାନ ଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଉଥିବା ପ୍ରତ୍ୟେକ ଶିକ୍ଷକ ଅନ୍ତତ ୫ଜଣ ଶିକ୍ଷକଙ୍କୁ ଆଗାମୀ ବର୍ଷ ଏହି ପୁରସ୍କାର ପାଇବା ପାଇଁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ହେଉଛି ଏକ ମଣିଷ ତିଆରି କାରଖାନା। ସେଠାରେ ଆଦର୍ଶ ଛାତ୍ର ସୃଷ୍ଟି କରିବାକୁ ଜିଲ୍ଲାପାଳ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ଯୋଗଦେଇ କହିଲେ ଯେ ଶିକ୍ଷକଟିଏ ସେତେବେଳେ ଆନନ୍ଦିତ ହୁଏ ଯେତେବେଳେ ତା’ର ଛାତ୍ରଟି ତାକୁ ଟପି ଅଧିକ ସଫଳତା ହାସଲ କରିଥାଏ। ସମ୍ମାନିତ ଅତିଥି ଭାବେ ବାଲିଆ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ସୁଲୋଚନା ଦେହୁରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭସ୍ମିତା ତ୍ରିପାଠୀ ଓ ଦିପ୍ତିମୟୀ ନାୟକ, ଇଛାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣୀ ଦାଶ, କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ,ରାଜନଗର ମଣ୍ଡଳ ଶିକ୍ଷାଅଧିକାରୀ ମନୋରଞ୍ଜନ ସେଠୀ, କେନ୍ଦ୍ରାପଡା ସହମଣ୍ଡଳ ଶିକ୍ଷା ଅଧିକାରୀ ବଳଦେବ ପ୍ରସାଦ ଜେନା ପ୍ରମୁଖ ଯୋଗଦେଇ ଗୁରୁଦିବସ ପାଳନର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଜିଲ୍ଲାର ୮ଜଣ ପ୍ରାଥମିକ ଶିକ୍ଷକ,ଶିକ୍ଷୟିତ୍ରୀ, ୨୮ଜଣ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଜଣେ ସି.ଆର.ସି.ସି.ଙ୍କୁ ଏହି ସମାରୋହରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସ୍ୱରୂପ ମାନପତ୍ର, ପୁଷ୍ପଗୁଛ ଓ ଉତ୍ତରୀୟ ଜିଲ୍ଲାପାଳ ପ୍ରଦାନ କରିୁଥିଲେ। ମାଧ୍ୟମିକ ଶିକ୍ଷକଙ୍କ ମଧ୍ୟରୁ ଓଡିଆ ବିଷୟରେ ୪ଜଣ, ଇଂରାଜୀରେ ୪ଜଣ, ସଂସ୍କୃତ ଓ ହିନ୍ଦୀରେ ୪ଜଣ, ଗଣିତରେ ୪ଜଣ, ସାଧାରଣ ବିଜ୍ଞାନରେ ୮ଜଣ ଓ ଶାରିରୀକ ଶିକ୍ଷା ବିଭାଗରେ ୪ଜଣ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପ୍ରାଥମିକ ଶିକ୍ଷକ ଶିକ୍ଷା ପୁରସ୍କାର ପାଇଁ ଗରଦପୁର ବ୍ଲକରୁ କୈାଣସି ଶିକ୍ଷକ ଆବେଦନ କରିନଥିବା ସୂଚନା ଦିଆଯାଇଥିଲା। ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ କୁମାର ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଶିକ୍ଷକ ଶୁଭାଂଶୁ କୁମାର ଦାସ ଓ ରଘୁନାଥ ଦାସ ମଞ୍ଚ ପରିଚାଳନା କରିଥିଲେ। ଉତ୍ସବ ପରିଚାଳନାରେ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ, ଭାଗିରଥି ମହାନ୍ତି, କାନନବାଳା ନାୟକ, ମନୋରଞ୍ଜନ ମହାନ୍ତିଙ୍କ ସମେତ ଇଛାପୁର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

Next Post

ଗ୍ରୀନ ଡେଭଲପମେଣ୍ଟ ଫାଉଣ୍ଡେସନ ଓ ଓଡିଶା ପ୍ରଗତି ମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ଆଦର୍ଶ ଗୁରୁ ସମ୍ବର୍ଦ୍ଧନା ଉତ୍ସବ

Fri Sep 5 , 2025
କେନ୍ଦ୍ରାପଡ଼ା,୫ା୯:ଗ୍ରୀନ ଡେଭଲପମେଣ୍ଟ ଫାଉଣ୍ଡେସନ ଏବଂ ଓଡିଶା ପ୍ରଗତି ମଞ୍ଚ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଆନନ୍ଦମାର୍ଗ ବିଦ୍ୟାଳୟ ପରିସରରେ ଦଶମ ରାଜ୍ୟ ସ୍ତରୀୟ ଆଦର୍ଶ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଭୟ ଅନୁଷ୍ଠାନର ଅଧ୍ୟକ୍ଷ ପରିବେଶବିତ ସନ୍ତୋଷ କୁମାର ଜେନା ସଭାପତିତ୍ୱ କରି ଦେଶର ଆଗାମୀ କାଲିର ଭବିଷ୍ୟତଙ୍କୁ ଗଠନ କରିବାରେ ଜଣେ ଗୁରୁଙ୍କର ପ୍ରମୁଖ ଭୂମିକା ରହିଛି ବୋଲି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading