ବିଶ୍ୱ ପରିବେଶ ଦିବସ ପାଳନ

blank
କେନ୍ଦ୍ରାପଡ଼ା,୫ା୬:କେନ୍ଦ୍ରାପଡ଼ା ଉପକଣ୍ଠସ୍ଥ ଗୁଲନଗରରେ ଥିବା ସଞ୍ଜିବନୀ ବିଦ୍ୟାଳୟ ପରିସରରେ କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ମାଇଁ ଭାରତ ୟୁବା ଭାରତ କେନ୍ଦ୍ରାପଡ଼ାର ମିଳିତ ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ଅଧ୍ୟକ୍ଷ ଚିତ୍ତରଞ୍ଜନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଳପୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ସମାସେବୀ ଶ୍ରୀଧର କୁମାର ମହାନ୍ତି ଯୋଗଦେଇ ସମସ୍ତଙ୍କୁ ବୃକ୍ଷ ରୋପଣ ପାଇଁ ସଂକଳ୍ପ ବଦ୍ଧ କରାଇଥିଲେ। ପରେ ପିଲାମାନଙ୍କ ମଧ୍ୟରେ ତର୍କ ଓ କୁଇଜ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା। ଏଥିସହିତ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃ୍‌କ୍ଷର ଚାରା ରୋପଣ କରାଯାଇଥିଲା। କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଓ ମାଇଁ ଭାରତ ଯୁବା ଭାରତ ର କର୍ମକର୍ତ୍ତା ଲକ୍ଷ୍ମୀକାନ୍ତ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ଜଗନ କୁମାର ଦାସ, ଜସ୍ମିନ୍ ଭୂୟାଁ, ଗଙ୍ଗାରାଣୀ ପରିଡ଼ା, କୈବଲ୍ୟ ବେହେରା, ରାଜା ମଳିକ, ଅଙ୍କିତା ମିଶ୍ର, ଜ୍ୟୋତିରେଖା ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

Next Post

ପରିବେଶ ସୁରକ୍ଷା ପାଇଁ ଆଇନଗତ ବ୍ୟବସ୍ଥା ରହିଛି , ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

Fri Jun 5 , 2026
ପଟ୍ଟାମୁଣ୍ଡାଇ ୫/୬ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ କେଶପୁର ପ୍ରାଥମିକ ନୋଡାଲ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ସମିତିି ପକ୍ଷରୁ ଆୟୋଜିତ ସଭାରେ ତାଲୁକ ଆଇନ ସେବା ସମିତିି ଅଧ୍ୟକ୍ଷ ତଥା ଏଡିଜେ ବିଚାରପତି ବିଦ୍ୟାଧର ପୁଷ୍ଟି ଯୋଗ ଦେଇ କହିଥିଲେ ଯେ ଭାରତରେ ପରିବେଶ ସୁରକ୍ଷା ପାଇଁ ଅନେକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading