କେନ୍ଦ୍ରାପଡ଼ା,୨୦ା୩:ଓଡିଶା ସରକାରଙ୍କ ଏମଏସଏମଇ ବିଭାଗର କମିଶନର-ତଥା-ସଚିବ ରଶ୍ମିତା ପଣ୍ଡା କେନ୍ଦ୍ରାପଡା ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ରସ୍ତରୀୟ କାର୍ଯ୍ୟନ୍ୱୟନର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସେ ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା, କ୍ରୀଡ଼ା ଅବସ୍ଥାପନା, ଗ୍ରାମୀଣ ଉନ୍ନୟନ, ପାନୀୟ ଜଳ, ଜୀବିକା ସୃଷ୍ଟି ଓ କୌଶଳ ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପର ପ୍ରଗତିକୁ ଅନୁଧ୍ୟାନ କରିଥିଲେ। ଏହି […]
କେନ୍ଦ୍ରାପଡ଼ା,୨୦ା୩:କେନ୍ଦ୍ରାପଡା ୨ନମ୍ବର ପୂର୍ତ୍ତ ଡିଭିଜନ ଅଧିନ ଜିଲ୍ଳାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କରଞ୍ଜ ଠାରୁ ଦହିମାଛ ରାସ୍ତା ଛଅ କୋଟି ୬୭ ଲକ୍ଷ ୭୭ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ମାତ୍ର ଦୁଇ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅଧିନ ମହୁ ଗ୍ରାମର ସ୍ୱର୍ଗତ ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ […]
ପଟ୍ଟାମୁଣ୍ଡାଇ ୨୦/୩–ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥିଶଲ୍ୟ, ଶିଶୁ, ମାନସିକରୋଗ ଚକ୍ଷୁ,ଅସ୍ତ୍ରୋପଚାର ଆଦି ବିଭିନ୍ନ ବିଭାଗରେ ୨୬୯ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ । ସେଥି ମଧ୍ୟରୁ ୨୧୬ ଭିନ୍ନକ୍ଷମଙ୍କୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ପରୀକ୍ଷା କରିଥିବା ୨୧୬ ଭିନ୍ନକ୍ଷମଙ୍କ ମଧ୍ୟରେ ମାନସିକ […]
କେନ୍ଦ୍ରାପଡା ୧୯/୩- କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଭିନ୍ନକ୍ଷମଙ୍କ ଥେରାପି ଚିକିତ୍ସା, ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ପ୍ରଶିକ୍ଷଣ ପ୍ରଦାନ ଆରମ୍ଭ କରାଯାଇଛି। ଜାତୀୟ ଶିକ୍ଷାନୀତି-୨୦୨୦ ଅନ୍ତର୍ଗତ ପାଠ୍ୟସୂଚୀ ଅନୁଯାୟୀ ମହାବିଦ୍ୟାଳୟର +୩ ଚତୁର୍ଥ ସେମିଷ୍ଟାରଠାରୁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୨୦ ଘଣ୍ଟାର ଏକ ଇଣ୍ଟର୍ଣ୍ଣସିପ୍ ପ୍ରଶିକ୍ଷଣର […]
ପଟ୍ଟାମୁଣ୍ଡାଇ ତା ୧୯/୩-ପଟ୍ଟାମୁଣ୍ଡାଇ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ଓ ବଣିକ ସଂଘ ମିଳିତ ଆନୁକୂଲ୍ୟରେ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ ୧୯ ତାରିଖ ଠାରୁ ୨୭ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ସ୍ଥାନୀୟ ଶ୍ରୀରାମ ମନ୍ଦିର ମାନସ ମଣ୍ଡପ ଠାରେ ଆୟୋଜିତ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରାଯାଇଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ […]
କେନ୍ଦ୍ରାପଡ଼ା,୧୯ା୩:ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ କେନ୍ଦ୍ରାପଡା ନଗର ଖଣ୍ଡ ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ସାନ୍ତସାହିସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ପାଳିତ ହୋଇଯାଇଛି। ନଗର ସଙ୍ଘ ଚାଳକ ବାଇଧର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲାର ସହ ଜିଲ୍ଲା ସଙ୍ଘ ଚାଳକ ସଞ୍ଜୟ କୁମାର ପତ୍ରୀ ଯୋଗଦେଇ ବର୍ଷ ପ୍ରତିପଦା ଉତ୍ସବ ପାଳନର ଆଭିମୁଖ୍ୟ ଉପରେ ମାର୍ଗଦର୍ଶନ କରିଥିଲେ। […]
କେନ୍ଦ୍ରାପଡ଼ା,୧୯ା୩:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଚିକିତ୍ସାଳୟର ପ୍ରତିଷ୍ଠାତା ପ୍ରଫେସର ଡା.ବିମଳକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ରାକ୍ତନ ପ୍ରଫେସର ଡା. ହିମାଂଶୁ ରାଜଗୁରୁଙ୍କ ସମେତ ବହୁ ବିଶିଷ୍ଟବ୍ୟକ୍ତି ଯୋଗଦେଇ ଓସ୍ତପୁର ଭଳି ଏକ ନିପଟ […]
କେନ୍ଦ୍ରାପଡା, ୧୯/୩- ଓଡ଼ିଶାର ଏମଏସଏମଇ ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା ଗୁରୁବାର କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରଛନ୍ତି । ଏହି ଗସ୍ତରେ ଶିଳ୍ପ ବିକାଶ ଓ ହିତାଧିକାରୀଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ବ୍ଲକ୍ରେ ଚାଲୁଥିବା ସରକାରୀ ଯୋଜନା ଓ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥଳ ପରିଦର୍ଶନ କରିଥିଲେ। ଗସ୍ତ ଅବସରରେ ସେ ଡେରାବିଶ ଓ କେନ୍ଦ୍ରାପଡା […]
କେନ୍ଦ୍ରାପଡା ୧୯/୩-୨୦୨୬-୨୭ ବର୍ଷ ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ନିଯୁକ୍ତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି। ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ, କେନ୍ଦ୍ରାପଡା ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ଭାରତୀୟ ସେନାର ଅଗ୍ନିବୀର ଯୋଜନା ସମ୍ପର୍କରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ସଚେତନତା ଶିବିର ଜରିଆରେ ଯୁବକମାନଙ୍କୁ ସେନାରେ ସ୍ଥାୟୀ ନିଯୁକ୍ତିର ସୁଯୋଗ […]
ପଟ୍ଟାମୁଣ୍ଡାଇ ୧୮/୩ –ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଆୟୋଜିତ ଏକ ସପ୍ତା କାର୍ଯ୍ୟକ୍ରମରେ ଅଘଟଣ ଦେଖିବାକୁ ମିଳିଛି ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସ୍ତୁତ ପ୍ରସାଦ ହଣ୍ଡାରେ ସାପ ଦେଖିବାକୁ ମିଳିଥିଲା । ପ୍ରସାଦ ଡାଲମା ଖାଇଥିବା ଲୋକମାନେ ଭୟଭୀତ ହୋଇ ପଡ଼ିଥିବାବେଳେ ସାଧାରଣରେ ଆତଙ୍କ ଦେଖା ଦେଇଥିଲା ।ବିଷାକ୍ତ ସାପ ପଡ଼ିଥିବା ଡାଲମା ଖାଇଥିବା ଶତାଧିକ ଲୋକ ଭୟ ଭୀତ ହୋଇ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ […]

