ପରିବେଶ ସୁରକ୍ଷା ପାଇଁ ଆଇନଗତ ବ୍ୟବସ୍ଥା ରହିଛି , ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

blank
ପଟ୍ଟାମୁଣ୍ଡାଇ ୫/୬ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ କେଶପୁର ପ୍ରାଥମିକ ନୋଡାଲ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ସମିତିି ପକ୍ଷରୁ ଆୟୋଜିତ ସଭାରେ ତାଲୁକ ଆଇନ ସେବା ସମିତିି ଅଧ୍ୟକ୍ଷ ତଥା ଏଡିଜେ ବିଚାରପତି ବିଦ୍ୟାଧର ପୁଷ୍ଟି ଯୋଗ ଦେଇ କହିଥିଲେ ଯେ ଭାରତରେ ପରିବେଶ ସୁରକ୍ଷା ପାଇଁ ଅନେକ ଆଇନଗତ ବ୍ୟବସ୍ଥା ରହିଛି । ଯାହା ପରିବେଶ ପ୍ରଦୂଷଣର ନିରାକରଣ ଏବଂ ସୁରକ୍ଷା , ଜଳ ସ୍ରୋତଗୁଡ଼ିକୁ ପ୍ରଦୂଷଣ ମୁକ୍ତ ରଖିବା , ବାୟୁ ପ୍ରଦୂଷଣ ରୋକିବା ଏବଂ ବାୟୁର ଗୁଣବତା ବଜାୟ ରଖିବା, ବିରଳ ତଥା ବିପନ୍ନ ପ୍ରଜାତିର ବନ୍ୟଜନ୍ତୁ ଏବଂ ପକ୍ଷୀଙ୍କ ସୁରକ୍ଷା ପାଇଁ ଆଇନର ବ୍ୟବସ୍ଥା ଅଛି । ବର୍ତମାନ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଗଲାଣି ଯେ ଏହା ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି । ପ୍ରଦୂଷଣ କାରଣରୁ ଅନେକ ଜୀବଜନ୍ତୁ ଲୋପ ପାଇବାକୁ ବସିଲେଣି । ସେହିପରି ମଣିଷ ମଧ୍ୟ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି । ଏହି ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ନେଇ ଲୋକଙ୍କ ମଧ୍ୟରେ ପରିବେଶ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏହି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଆସୁଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମାରେ ବିଚାରପତି ଡି.କେ ବାଲକ୍ରିସନ୍ ଯୋଗ ଦେଇ ପ୍ରକୃତି ଆମ ଜୀବନର ଏକ ମୁଖ୍ୟ ଅଂଶ ଏବଂ ଏହାର ସୁରକ୍ଷା କରିବା ହେଉଛି ଆମର ଦାୟିତ୍ୱ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବିଜୟ କୁମାର ରାଉତ ଧୀରେନ୍ଦ୍ର ନାଥ ସାହୁ, ଆଡିଶିନାଲ ଡିଏଫ୍‌ଓ ଗଣେଶ ମଲିକ, ପ୍ରଧାନ ଶିକ୍ଷକ ଦିଲ୍ଲୀପ ମଲିକ, ସମିତି ସଭ୍ୟା ବାସନ୍ତୀ ବେହେରା, ଅପର୍ଣ୍ଣା ସାମଲ, ମୋହନ ଦାଶ, ଅରବିନ୍ଦ ପଣ୍ଡା ସମେତ କେଶପୁର ଗ୍ରାମବାସୀ ଉପସି୍ଥତ ଥିଲେ । ବିଦ୍ୟାଳୟ ପରିସରରେ ଅନେକ ମୂଲ୍ୟବାନ ଗଛ ଗୁଡିକ ଲଗାଯାଇଥିଲା ।

Next Post

ଗୋବରାଙ୍ଗ ସେଠୀ ହତ୍ୟା ଘଟଣା ଏକ ଯୋଜନାବଦ୍ଧ ହତ୍ୟା ଅଭିଯୋଗ

Fri Jun 5 , 2026
କେନ୍ଦ୍ରାପଡା ୫/୬: ଗୋବରାଙ୍ଗ ସେଠୀଙ୍କ ମୃତ୍ୟୁ ସାଧାରଣ ଘଟଣା ନୁହେଁ, ବରଂ ଏକ ସୁପରିକଳ୍ପିତ ହତ୍ୟା ବୋଲି ପରିବାର ଏବଂ ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ଅଭିଯୋଗ ଅନୁଯାୟୀ, ସରପଞ୍ଚଙ୍କ ସ୍ୱାମୀ ମଣି ସାହୁଙ୍କ ସମେତ ପ୍ରାୟ ୧୫ରୁ ୨୦ ଜଣ ଲୋକ ଏହି ଘଟଣାରେ ସମ୍ପୃକ୍ତ ଥିଲେ। ଘଟଣାରୁ ପ୍ରକାଶ ଯେ ଗୋବରାଙ୍ଗଙ୍କୁ ଗାଁର ଗାଧୁଆ ତୁଠ ନିକଟରୁ ଧରି ରାସ୍ତା ଉପରେ ଅଟକାଇ ଲୁହା ରଡ଼, ଠେଙ୍ଗା […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading