ଋାସ୍ତାକୁ ଢଳି ରହିଛି ଗଛ , ଯାତାୟତରେ ବାଧା

ପ୍ରଶାସନ ପକ୍ଷରୁ ନିଆଯାଉନି ପଦକ୍ଷେପ, ଘଟୁଛି ଦୁର୍ଘଟଣା

blank

ପଟ୍ଟମୁଣ୍ଡାଇ ୫/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସନ୍ନିକଟ ବ୍ୟସ୍ତ ବହୁଳ ରାସ୍ତାରେ ଏକ ବିରାଟକାୟ ଗଛ ଉପୁଡ଼ି ଦୀର୍ଘ ଦିନ ହେବ ପଂଚାୟତ ସମିତି ପାଚେରୀ ଉପରେ ପଡ଼ିରହିଛି । ରାସ୍ତାର ୩୦ଭାଗ ଉପରେ ଗଛଟି ଢଳି ରହିଥିବାରୁ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ବହୁ ପଥଚାରୀଙ୍କ ମୁଣ୍ଡ ବାଜି ଛେଲି ହେଉଥିବା ଦେଖିବାକୁ ମିଳୁଛି । ହେଲେ ଗଛ କଟା ପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

blank
ଗତ ଆଠ ଦିନ ପୂର୍ବରୁ ଝଡ଼ ପବନ କାଳବୈଶାଖୀ ଯୋଗୁଁ ବ୍ଲକ ପାଚେରୀ ଭିତରେ ଥିବା ଏକ ଅଡମ୍ବର ଗଛ ଭାଙ୍ଗି ବ୍ଲକ ରାସ୍ତାକୁ ଢଳି ରହିôଛିା ଗଛଟି ରାସ୍ତାର ଉପରକୁ ଢଳିପଡ଼ିଥିବାରୁ କେତେକ ପଥଚାରୀଙ୍କ ମୁଣ୍ଡ ବାଜି ଛେଲିଛାଲି ହେଉଥିବା ଦେଖିବାକୁ ମିଳିଛି । ଚାରିଚକିଆ ଯାନ ସମେତ ଅନ୍ୟାନ୍ୟ ଗାଡ଼ି ଚଳାଚଳରେ ଅସୁବିଧା ଭୋଗ କରୁଛନ୍ତି । ଏ ନେଇ ବ୍ଲକ ପ୍ରଶାସନ ନିକଟରେ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଡାଇପାଲା ହଟାଯାଇଥିଲେ ମଧ୍ୟ ଗଛ ଖୁଂଟିଆ ବାହାରି ଆହୁ ବିପଦ ଜନକ ପରିସ୍ଥିତି ସୃଷ୍ଟି କରିଛି । ହେଲେ ସ୍ଥାନୀୟ ପୌର କି ବ୍ଲକ ପ୍ରଶାସନ କାହାର ନଜର ପଡୁନି । ଏହି ରାସ୍ତା ଦେଇ ସବୁଦିନ ହଜାର ହଜାର ଲୋକେ କୋର୍ଟ, ଟ୍ରେଜରି, ବ୍ଲକ ଓ ଭେଟନାରୀକୁ ଆସିଥାନ୍ତି । ସ୍ଥାନୀୟ ଲୋକେ ବଜାରକୁ ସାମଗ୍ରୀ ଆଣିବା ପାଇଁ ଏହି ରାସ୍ତା ବ୍ୟବହାର କରିଥାନ୍ତି । କିନ୍ତୁ ୮ ଦିନ ବିତିଯାଇଥିଲେ ବି ଗଛଟି ସେମିତି ରାସ୍ତାରେ ଢଳି ରହିଛି । ଟିକେ ଅନ୍ୟ ମନସ୍କ ହୋଲେ ଦୁର୍ଘଟଣା ଘଟିବା ଥୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତୁରନ୍ତ ସେହି ରାସ୍ତାରେ ଢଳି ରହିଥିବା ଗଛକୁ ହଟାଇବାକୁ ସାଧାରଣରେ ଦାବି ହୋଇଛି ।

Next Post

ଦିଲ୍ଲୀର ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ

Sat Jun 6 , 2026
ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି’ (cjp)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପାଇଁ ଶନିବାର ଦିନ ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀ ପୋଲିସ ଠାରୁ ଅନୁମତି ପାଇବା ପରେ, କୋକ୍ରୋଚ୍ ଜନତା ପାର୍ଟି ତାର ପ୍ରତିବାଦ ଆରମ୍ଭ କରଥିଲା। ପ୍ରତିବାଦକାରୀମାନେ ସ୍ଲୋଗାନ ଦେଇ ଜନ୍ତର ମନ୍ତରରେ ପହଞ୍ଚିବା ପୂର୍ବରୁ, ବହୁ ସଂଖ୍ୟକ ଛାତ୍ର, ଯୁବ ବୃତ୍ତିଗତ, ଅଭିଭାବକ ଏବଂ ସ୍କୁଲ ପିଲାମାନେ ପ୍ରତିବାଦ ସ୍ଥଳରେ ଏକାଠି ହେବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading