ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଙ୍ଘର ଏକଦିବସୀୟ ଧାରଣା


କେନ୍ଦ୍ରାପଡ଼ା,୧୫ା୧୦:ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଙ୍ଘ ପକ୍ଷରୁ ୬ଦଫା ଦାବିରେ ଆଜି କେନ୍ଦ୍ରାପଡା ଡାକ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଏକଦିବସୀୟ ଧାରଣା ଦିଆଯାଇଥିଲା। ସଙ୍ଘର କେନ୍ଦ୍ରାପଡା ମଣ୍ଡଳ ସଭାପତି କପିଳ ଚରଣ ଦାସ, ସମ୍ପାଦକ ବିଜୟ କିଶୋର ଦାସ ଓ କୋଷାଧ୍ୟକ୍ଷ ଭଞ୍ଜକିଶୋର ସାହୁଙ୍କ ନେତୃତ୍ୱରେ ସଙ୍ଘର ସଦସ୍ୟମାନେ ଧାରଣାରେ ବସିରହିଥିଲେ। ସେମାନଙ୍କ ଦାବି ଗୁଡିକ ମଧ୍ୟରେ ଗ୍ରାମୀଣ ଡାକସେବକ ମାନଙ୍କୁ ଅଷ୍ଟମ ବେତନ କମିଶନରେ ସାମିଲ କରାଯିବା ସହ ଏଥିନିମନ୍ତେ ଯେତେଶୀଘ୍ର କମିଟି ଗଠନ କରାଯିବ,ଗ୍ରାମୀଣ ଡାକସେବକମାନଙ୍କୁ ସରକାରୀ ଚାକିରିର ମାନ୍ୟତା ପ୍ରଦାନ, ପେନସନ ଓ ପରିବାର ପେନସନ ପ୍ରଦାନ, ସେମାନଙ୍କୁ ମାନସିକ ଓ ଆର୍ôଥକ ଚାପରୁ ମୁକ୍ତ କରାଯିବା, ସେମାନଙ୍କୁ କାର୍ଯ୍ୟ କରିବା ପାଇଁ ଟେବୁଲ, ଚେୟାର, କମ୍ପ୍ୟୁଟର, ପ୍ରିଣ୍ଟର, ଇଣ୍ଟରନେଟ ଭଳି ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯିବା ସହିତ ସପ୍ତମ ବେତନ କମିଶନର ବକେୟା ସେମାନଙ୍କୁ ପ୍ରଦାନ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି। ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ବିପଦଭଞ୍ଜନ ବେରା, ହରିହର ମହାନ୍ତି, ଶରତ କୁମାର ହାତି, ରବିନ୍ଦ୍ର ଲେଙ୍କା, ଭଞ୍ଜକିଶୋର ସାହୁ, ଉତ୍ତମ କୁମାର ପ୍ରଧାନ, ସନ୍ତୋଷ କୁମାର ବାରିକ, ପ୍ରକାଶ ବେହେରା, ଗଗନବିହାରୀ ସାହୁ, ସୁଦିପ୍ତ କୁମାର ନାୟକ, ସ୍ୱରାଜ ଖଟୁଆ, ବିଭୁଦତ୍ତ ଜେନା, ଦିପ୍ତିରଞ୍ଜନ ସ୍ୱାଇଁ, ବିଜୟକାନ୍ତ ଦାସ, ବିକାଶ ମଲ୍ଲିକଙ୍କ ସମେତ ଶତାଧିକ ସଙ୍ଘର ସଦସ୍ୟ ଧାରଣାରେ ବସିରହିଥିଲେ। ସେମାନଙ୍କୁ ସମର୍ଥନ ଜଣାଇ ସିପିଆଇ(ଏମ) ଜିଲ୍ଲା ସାଧାରଣ ସମ୍ପାଦକ ଗୟାଧର ଧଳ ମଧ୍ୟ ଧାରଣାରେ ସାମିଲ ହୋଇଥିଲେ।

Leave a Reply

Next Post

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଶୁଭମ ସଭାପତି, ଶୁଭେନ୍ଦୁବିକାଶ ସାଧାରଣ ସଂପାଦକ

Thu Oct 15 , 2026
କେନ୍ଦ୍ରାପଡ଼ା,୧୫ା୧୦:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ଯୁକ୍ତ ୩ ତୃତୀୟ ବର୍ଷ(ବିଜ୍ଞାନ) ଛାତ୍ର ଶୁଭମରଞ୍ଜନ ଦାସ ସଭାପତି ପଦରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳସୀ ମଲ୍ଲିକଙ୍କୁ ୭୬ ଭୋଟରେ ପରାସ୍ତ କରିଛନ୍ତି। ସାଧାରଣ ସଂପାଦକ ପଦରେ ଯୁକ୍ତ ୩ ତୃତୀୟ ବର୍ଷ(କଳା)ର ଛାତ୍ର ଶୁଭେନ୍ଦୁ ବିକାଶ ମଲ୍ଲିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୨୨୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉପସଭାପତି […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading