କେନ୍ଦ୍ରାପଡ଼ା, ୧୨/୫: ଆଜି ଏସ୍ୱଏସ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ ପ୍ରାଙ୍ଗଣରେ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ୨୦୬ତମ ଜନ୍ମ ଜୟନ୍ତୀ ତଥା ଅନ୍ତର୍ଜାତୀୟ ନସିଂ ସପ୍ତାହ ପାଳିତ ହୋଇଯାଇଛି। ଆଜିର ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା ମେଡ଼ିକାଲ ସୁପରିଣ୍ଟେଣ୍ଡେଣ୍ଟ ତଥା ଓଡ଼ିଶା ମେଡ଼ିକାଲ ସର୍ଭିସ ଆସୋସିଏସନ୍ର ସଭାପତି ଡଃ. କିଶୋର ଚନ୍ଦ୍ର ମିଶ୍ର ଯୋଗଦେଇ କହିଥିଲେ ଯେ ନସିଂ ଛାତ୍ରୀଛାତ୍ରମାନେ ସେମାନଙ୍କର ଅନ୍ତଃର୍ନିହିତ କାର୍ଯ୍ୟକୁ ବିକାଶ କରିବା ସହିତ ରୋଗୀଙ୍କ […]
ପଟ୍ଟାମୁଣ୍ଡାଇ ୧୨/୫- କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ମଙ୍ଗଳବାର ବେଆଇନ ଗୋରୁ ବୋଝେଇ ଦୁଇଟି ଗାଡି ଜବତ କରିଛି। ପଟ୍ଟାମୁଣ୍ଡାଇ ବଜାର ଅଂଚଳରେ ଦୁଇ ଗାଡିରେ ଗୋରୁ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ସଦଳବଳେ ଚଢ଼ାଉ କରଥିଲେ । ପଟ୍ଟାମୁଣ୍ଡାଇ ବାଇପାସ୍ ଛକ ନିକଟରୁ ୨ଟି ଗୋରୁ ବୋଝେଇ ଗାଡି ଭିତରେ ଦୟନୀୟ ଭାବେ ବନ୍ଧାଯାଇଥିବା ୮ […]
ଜିଲ୍ଲା ଭିଜିଲାନ୍ସ ଓ ନିରୀକ୍ଷଣ କମିଟି ବୈଠକ କେନ୍ଦ୍ରାପଡ଼ା,୧୨ା୫:ଜିଲ୍ଲା ଭିଜିଲାନ୍ସ ଓ ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲୀକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏସସି ଓ ଏସଟି ଅତ୍ୟାଚାର ମାମଲା, ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ, ଅନ୍ତର୍ଜାତୀୟ ବିବାହ ପ୍ରୋତ୍ସାହନ ଯୋଜନା “ସୁମଙ୍ଗଳ” ଏବଂ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରେ ଅତ୍ୟାଚାର ମାମଲାର ପୀଡ଼ିତମାନଙ୍କୁ […]
କେନ୍ଦ୍ରାପଡ଼ା, ୧୨ା୫: ଜିଲ୍ଲା ପ୍ରତିଭାପୂଜା ସଂସଦ ଆନୁକୁଲ୍ୟରେ ଗରାପୁରସ୍ଥିତ ରେସୱା ଶକ୍ତିସଦନରେ ଅନ୍ତେବାସୀମାନଙ୍କ ଗହଣରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସର୍ବଜନପ୍ରିୟ ସମାଜସେବୀ ସ୍ୱର୍ଗତା କ୍ୟାଥରିନ୍ ଦାସଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଅତିଥିମାନେ ସ୍ୱର୍ଗତା ଦାସଙ୍କ ଗରୀବ ନଷ୍ପେଶିତ ଲୋକଙ୍କ ପ୍ରତି ତାଙ୍କର ମନୋଭାବ ଓ ଦୟାପରାୟଣତା ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ […]
ପଟ୍ଟାମୁଣ୍ଡାଇ ୮/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ପୌରପାଳିକା କର୍ତୃପକ୍ଷଙ୍କ ଦ୍ୱାରା ହୋଟେଲ ଓ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରାଯାଇଛି । ବିଭିନ୍ନ ଭୋଜନାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଖାଦ୍ୟର ଗୁଣବତା ଯାଂଚ କରାଯିବା ସହ ବାସୀ ଖାଦ୍ୟ ନଷ୍ଟ କରିଦିଆଯାଇଛି । ଏକକ ବ୍ୟବହୃତ ପଲିଥିନ ଏବଂ ପ୍ଲାଷ୍ଟିକ ଜବତ କରାଯାଇ ଜରିମାନା ବାବଦରେ ୩୦ହଜାର ୫୦୦ଟଙ୍କା ଆଦାୟ କରାଯାଇଛି । […]
ପଟ୍ଟାମୁଣ୍ଡାଇ ତା ୮/୫- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ତରଡ଼ିପାଳ ଗ୍ରାମର ପ୍ରଶାନ୍ତ ମହାନ୍ତି ସୁଦୂର ହାଇଦ୍ରାବାଦରେ କାମ କରନ୍ତି । ସପରିବାର ସହ ପ୍ରଶାନ୍ତ ହାଇଦ୍ରା ବାଦରେ ରହୁଥିଲେ । ତାଙ୍କ ପତ୍ନୀ ଗର୍ଭବତୀ ଥିଲେ । ତେବେ ହାଇଦ୍ରାବାଦରେ ଥିବା ସମୟରେ ନିକଟରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ତେବେ ମୃତ ପ୍ରଶାନ୍ତଙ୍କ ମର ଶରୀର ନିଜ ଗାଁ ତରଡ଼ିପାଳ ରେ ପହଂଚିବା […]
କେନ୍ଦ୍ରାପଡା୮/୫: ଦିବଂଗତ ଗବେଷକ ନିରଞ୍ଜନ ମେକାପଙ୍କ ଦ୍ୱାଦଶହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନ ମଧ୍ୟଖଣ୍ଡି ଇଚ୍ଛାପୁର ଠାରେ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାଟିକୁ ସଂଚାଳନ କରିଥିଲେ ଶୈଳଜା ଶଙ୍କର ସାମଲ ଓ ମନୋରଞ୍ଜନ ତ୍ରିପାଠୀ ଏହି ସଭାରେ ପ୍ରାଧ୍ୟାପକ ଅଜୟ ସାମଲ, ଆଦିକନ୍ଦ ରାଉଳ, ମୁକ୍ତାର ଖାନ୍, ରମେଶ ଚନ୍ଦ୍ର ସାହୁ, ଅବଧୂତ ରାଉତ, ଅଲେଖ ପଟ୍ଟନାୟକ, ବାପିନ […]
ପଟ୍ଟାମୁଣ୍ଡାଇ ୮/୫ -ୟୁନିସେଫ୍ ସହଯୋଗରେ ଓଡ଼ିଶା ପୋଲିସ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଭିସି ମାଧ୍ୟମରେ ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଓ ଆଦର୍ଶ ଥାନାରେ ‘ଜୁଭେନଟିକା–ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଡିଜିଟାଲ୍ ଦୁନିଆରେ ମହିଳା ଓ ଶିଶୁମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ଓ ସମ୍ଭାବନା ବିଷୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଶାସକ, ବରିଷ୍ଠ ପୋଲିସ ଅଧିକାରୀ, […]
କେନ୍ଦ୍ରାପଡ଼ା,୮ା୫:କେନ୍ଦ୍ରାପଡ଼ା ଜିଲାରେ କାର୍ଯ୍ୟ କରି ଅବସର ନେଇଥିବା ପ୍ରାଥମିକ ଶିକ୍ଷକମାନଙ୍କ ବେତନରୁ ଭବିଷ୍ୟନିଧି ପାଣ୍ଠି ପାଇଁ ଯେଉଁ ଅର୍ଥ କଟା ଯାଇଥିଲା ତାହା ୨୨ ବର୍ଷ ପରେ ମଧ୍ୟ ସେମାନଙ୍କୁ ମିଳିନ ଥିବାରୁ ଶୁକ୍ରବାର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେବା ନିବୃତ୍ତ ଶିକ୍ଷକମାନେ ଧାରଣା ଦେଇଛନ୍ତି। ଏହି ଅବସରରେ ଶିକ୍ଷକ ନେତା କାଶୀନାଥ ରାଉତରାୟ କହିଲେ ବକେୟା ବାବଦକୁ ୧୫୦ରୁ ଅଧିକ ଶିକ୍ଷକ ୫୦ ଲକ୍ଷ ଟଙ୍କା ପାଇବେ। […]
. କେନ୍ଦ୍ରାପଡା, ୮-୫: ଓଡିଶା ପୋଲିସ ପକ୍ଷରୁ ୟୁନିସେଫର ସହଯୋଗରେ ରାଜ୍ୟର ସମସ୍ତ ଥାନାରେ “JUVENTICA – CWPO Outreach with Adolescents” ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଓ କିଶୋର କିଶୋରୀମାନଙ୍କ ସୁରକ୍ଷା, ସଚେତନତା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି କେନ୍ଦ୍ରାପଡା ପୁଲିସର CAW & CW Wing ପକ୍ଷରୁ ଏହି ଅଭିଯାନ ଆରମ୍ଭ […]

