କଳା ସଂସ୍କୃତି ସଂଘର ପୂର୍ବତନ ସଭାପତିଙ୍କ ବିରୋଧରେ ଟଙ୍କା ଆତ୍ମସାଥ, ଜିିଲ୍ଲାପାଳଙ୍କୁ ଅଭିଯୋଗ

blank
କେନ୍ଦ୍ରାପଡା,୫ା୮: କେନ୍ଦ୍ରାପଡା ବ୍ଲକ କଳାସଂସ୍କୃତି ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର କର୍ମକର୍ତ୍ତାମାନେ ଶାଖାର ପୂର୍ବତନ ସଭାପତିଙ୍କ ସମ୍ପର୍କରେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କୁ ସରକାରୀ ଅର୍ଥ ଆତ୍ମସାଥ କରିଥିବା ଅଭିଯୋଗ କରିଛନ୍ତି । ଘଟଣାରୁ ପକାଶ ଯେ ଜିଲ୍ଲାର ପୂର୍ବତନ ଅସ୍ଥାୟୀ ଉପ ସଭାପତି ଗଗନ ବିହାରି ସିଂ ଜିଲ୍ଲାର ଅନେକ କଳାକାରଙ୍କଠାରୁ କେନ୍ଦ୍ର ସରକାରଙ୍କ ଠାରୁ ଆସୁଥିବା ଭତ୍ତା ଓ ସରକାରୀଭାବେ ଆସୁଥିବା ବିଭିନ୍ନ ସହାୟତା ଯୋଗାଇଦେବାର ପ୍ରଲୋଭନ ଦେଖାଇ ଜଲ୍ଲା କଳାକାର ମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଛନ୍ତି । ଏହାର ଉପଯୁକ୍ତ ପ୍ରମାଣ ସଂଘ ପାଖରେ ଅଛି ବୋଲି ସଂଘର ସଦସ୍ୟ ରମେଶ ଚନ୍ଦ ମହାନ୍ତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଆହୁରି କହିଛନ୍ତି ଯେ କଳାକାରମାନଙ୍କ ଠାରୁ ଟଙ୍କା ଆତ୍ମସାଥ କରିଥିବାର ଭିଡିଓ ରେକର୍ଡିଂ ଓ କଳାକାରମାନଙ୍କ ଅଭିଯୋଗ ପତ୍ର ସଂଘ ପାଖରେ ଅଛି । ଏହାର ଉଚିତ ତଦନ୍ତ କରି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଜିଲ୍ଲାପାଳ ଏହାର ଉଚିତ ତଦନ୍ତ କରି ଉଚିତ ପଦକ୍ଷେପ ନେବେ ବୋଲି ସଦସ୍ୟମାନଙ୍କୁ କହିଛନ୍ତି । ଆଜିର ଅଭିଯୋଗ ପତ୍ର ଦେବା ସମୟରେ ଜିଲ୍ଲା ସଭାପତି ବସନ୍ତ କୁମାର ବେହେରା, ସମ୍ପାଦକ ବିଶ୍ୱମ୍ବର ପ୍ରସାଦ ରଣା, ସୁରେନ୍ଦ୍ର ନାଥ ସେଠୀ, ଗୋଲଖ ବିହାରୀ ସ୍ୱାଇଁ, ଭାଗବତ ପ୍ରସାଦ ବେହେରା, ପ୍ରଶାନ୍ତ କୁମାର ଦାଶ, ବିଷ୍ଣୁ ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Next Post

ପୋଡି ହୋଇ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ସାଧାରଣରେ ଆଲୋଡନ

Wed Aug 6 , 2025
ସୁଧୁରୁନି ପୋଲିସ ବ୍ୟବସ୍ଥା ! ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ବଡ଼ପଦା ପଂଚାୟତ କାଠିଆପଡା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ +୩ ଶେଷ ବର୍ଷର କଲେଜ ଛାତ୍ରୀ ନିଜ ଘରେ ଦେହରେ କିରାସିନି ଢାଳି ନିଆଁ ଲଗାଇ ଜୀବନ ହାରି ଥିବା ନେଇ ଆଲୋଚନା ହେଉଛି । ବାପା, ମା ବଜାର ଯାଇଥିବା ବେଳେ ଝିଅ ଏଭଳିକାଣ୍ଡ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading