
ପଟ୍ଟାମୁଣ୍ଡାଇ ତା ୧୭/୮- ପଟ୍ଟାମୁଣ୍ଡାଇ ଓକିଲମାନଙ୍କ ଆନୁକୂଲ୍ୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସରକାରୀ ଓକିଲ ପ୍ରମୋଦ କୁମାର ସାହୁଙ୍କ ସହିତ ସୁଶୀଲ କୁମାର ଦାସ, ରାଜେନ୍ଦ୍ର କୁମାର ମିଶ୍ର ଓ ବିଜ୍ଞାନ ମିହିର ଜେନାଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଓକିଲ ସଂଘର ପୂର୍ବତନ ସମ୍ପାଦକ ଆଡଭୋକେଟ୍ ପ୍ରମୋଦ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ଆଡଭୋକେଟ୍ ରାମକୃଷ୍ଣ ଦାଶ ପ୍ରମୋଦ କୁମାର ଦାସ ଯୋଗ ଦେଇଥିଲେ । ଚଳିତବର୍ଷ ପ୍ରଥମ କରି ‘ଆୟୋଜିତ ହର ଘର ତିରଙ୍ଗା’ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓକିଲ ସଂଘର ଆଡଭୋକେଟ୍ ଭରତ ଭୂଷଣ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଆଡଭୋକେଟ୍ ବିଦ୍ୟାଧର ଦାସ, ବିଜୟ ମହାନ୍ତି,ଶରତ ମଲିକ, ରିତାଞ୍ଜଳି ଦାସ, , ଗଣେଶ ବାରିକ, ସୁଧୀର ଦାସ, ଦେବାଶିଷ ଦାସ, ସୁମନ୍ତ ମାଝୀ,ସରକାରୀ ଓକିଲ ପ୍ରଣତି ଦାସ ଓ ସୁଶାନ୍ତ ସାମଲ ଶିକ୍ଷାବିତ ପ୍ରଫୁଲ୍ଲ ଦାସ, କାଉନସିଲର ବିଦ୍ୟାଧର ସେଠୀ ମାନସ ଚୌଧୁରୀ, ଚନ୍ଦନ ପାତ୍ର ସମୀର ପାତ୍ର, ଉପେନ୍ଦ୍ର ନାୟକ, ଶଶିକାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।
