ପଟ୍ଟାମୁଣ୍ଡାଇ ୨୯/୪ -ଭାଷା ଓ ସାହିତ୍ୟ ହେଉଛି ଗୋଟିଏ ଜାତିର ପ୍ରାଣ, ସ୍ୱାଭିମାନ ଓ ପରିଚୟର ମୂଳଦୁଆ ।ଏହା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ, ବରଂ ଜାତିର ଐତିହ୍ୟ, ସଂସ୍କୃତି ଓ ସଭ୍ୟତାକୁ ବଂଚାଇ ରଖେ । ସମୃଦ୍ଧ ସାହିତ୍ୟ ଜାତିର ଚିନ୍ତାଧାରା ଓ ଉନ୍ନତିକୁ ପ୍ରତିଫଳିତ କରେ, ଏବଂ ଭାଷା ହିଁ ଜାତିର ସ୍ୱତନ୍ତ୍ର ଅସ୍ତିତ୍ୱକୁ ସୁଦୃଢ଼ କରି ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ । ଭାଷା […]
କେନ୍ଦ୍ରାପଡ଼ା,୨୯ା୪: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ୬ଜଣ ଛାତ୍ରଛାତ୍ରୀ ଏବଂ ପଦାର୍ଥ ବିଜ୍ଞାନର ଜଣେ ଛାତ୍ର ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ଅଧିନସ୍ତ ଆନ୍ତର୍ଜାତୀୟ ଫାଇନାନସିଆଲ ଟେକନୋଲୋଜି ନେଟୱାର୍କ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ ଇନ ଫିନ୍ଟେକ ଆଣ୍ଡ ଇନସରଟେକ କୋର୍ସ ପାଇଁ ମନୋନୀତ ହୋଇଛନ୍ତି। ସାରା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଲିଖିତ ପରୀକ୍ଷା ମାଧ୍ୟମରେ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି। ଏହି କୋର୍ସ ପାଇଁ […]
କେନ୍ଦ୍ରାପଡ଼ା,୨୯ା୪:ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ୬୬ତମ ପୂଣ୍ୟ ଜନ୍ମ ଉତ୍ସବ୍ୱହାସମାରୋହରେ ପାଳିତ ହୋଇଯାଇଛି। ପବିତ୍ର ସୀତାନବମୀ ଅବସରରେ ନିଆଳି ମେରୀବଟ ଆଶ୍ରମ ପରିସରରେ ଶ୍ରୀମାଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବିଷ୍ଣୁମହାଯଜ୍ଞର ପ୍ରଥମ ଦିବସରେ ଶିଷ୍ୟ ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶ୍ରୀମା’ଙ୍କ ପୂଣ୍ୟ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା। ଏଥିସହିତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ, ପିଙ୍ଗଳ […]
କେନ୍ଦ୍ରାପଡ଼ା,୨୯ା୪:କେନ୍ଦ୍ରାପଡା ସହରର ମୁଖ୍ୟ ରାସ୍ତା ତିନିମୁହାଣି ଛକରୁ ଇଛାପୁର ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବାଲି, ଗୋଡି ପ୍ରଭୃତି ଗଦା କରାଯାଇ କେଉଁଠି ବେପାର କରାଯାଇଛି ତ ଆଉ କେଉଁଠି ଗୃହ ନିର୍ମାଣ କରାଯାଉଛି। ଫଳରେ ସହରର ମୁଖ୍ୟ ରାସ୍ତା ସଂକୁଚିତ ହେବା ସହ ଦୁର୍ଘଟଣାକୁ ଆମନ୍ତ୍ରଣ କରାଯାଉଛି। ପ୍ରବଳ ଖରାରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ରାସ୍ତାରେ ଯାଉଥିବା ବେଳେ ଏଭଳି ଭାବରେ ରାସ୍ତା ଉପରେ ଗୋଡି ଓ […]
କେନ୍ଦ୍ରାପଡା ୨୭/୪: ୧୪ବର୍ଷ କମ୍ ବାଳକ ଓ ବାଳିକା ବିଭାଗର ସିଏମ୍ ଟ୍ରଫି ପ୍ରଥମ ସଂସ୍କାରଣ ଖୋ ଖୋ ପ୍ରତିଯୋଗିତା ପଟ୍ଟାମୁଣ୍ଡାଇ ସ୍ଥିତ ହରିହରାନନ୍ଦ ଆଶ୍ରମ ସ୍କୁଲ ପଡିଆ ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଅଛି । ଆଜି ଉଦଘାଟନ ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ସ ଥାନାର ଅଧିକାରୀ ବନ୍ଦନା ପାତ୍ର ମୁଖ୍ୟ ଅତିଥି ରୁପର ଯୋଗ ଦେଇ ଶରୀରକୁ ନିରୋଗ, ସୁସ୍ଥ ଏବଂ କର୍ମକ୍ଷମ ରଖିବା ପାଇଁ କ୍ରୀଡ଼ା ବା […]
ପଟ୍ଟାମୁଣ୍ଡାଇ ୨୬/୪ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତ ମାଳିପୁର ଗ୍ରାମର ଶନି ମନ୍ଦିର ପ୍ରାଙ୍ଗଣରେ ଶନିଦେବଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଗତ ୨୩, ୨୪, ୨୫ ତାରିଖ ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ ଯଜ୍ଞ କଳସ ଶୋଭାଯାତ୍ରା ଭଜନ ସମାରୋହ ଜଳାଭିଷେକ ଅନୁଷ୍ଠିତ ହୋଇ ଶନିବାର ରାତ୍ରୀରେ ଯଜ୍ଞ ପୂର୍ଣ୍ଣାହୂତି ଦିଆଯାଇଥିଲା । ପୂଜକ ସନ୍ତୋଷ କୁମାର ପଣ୍ଡା ପ୍ରଭୁ ଶନିଦେବଙ୍କ ପୂଜାର୍ଚ୍ଚନା କରିବା […]
କେନ୍ଦ୍ରାପଡ଼ା ୨୬ା୪: କେନ୍ଦ୍ରାପଡା ସହର ସ୍ଥିତ ମହିପାଳସ୍ଥିତ ବାୟାବଜାରର ନ୍ୟାୟ ଦେବତା ପୂଜା କମିଟି ଦ୍ୱାରା ଆୟୋଜିତ ଚର୍ତୁଦଶତମ ଜନ୍ମ ବାର୍ଷିକ ଉପଲକ୍ଷେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି ଓ ସେହିପରି ସହରସ୍ଥ ଗଣାମାହାଲ ସ୍ଥିତ ବାଲାବାବା ମନ୍ଦିର ପ୍ରାଙ୍ଗଣରେ ଶନୈଶ୍ଚରାୟ ବିଶ୍ୱଶାନ୍ତି ମହାଯଜ୍ଞ କମିଟି ଆନୁକୂଲ୍ୟରେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଶୁଭାଧିବାସ କରାଯାଇ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଶନିବାର ଦିନ ପ୍ରାତଃ ୬ଟା […]
କେନ୍ଦ୍ରାପଡା ୨୫ / ୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଧର୍ମପରାୟଣ ଆଦର୍ଶ ମଣିଷ ସ୍ୱର୍ଗତ ନରହରି ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ କବି ଅମର ପ୍ରସାଦ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଏବଂ “ସତୀର୍ଥ’ ର ମିଳିତ ଆନୁକୂଲ୍ୟରେ ପ୍ରାୟୋଜିତ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭାକୁ ରାଜଶ୍ରୀର ସଭାପତି ତଥା […]
ପଟ୍ଟାମୁଣ୍ଡାଇ ୨୫/୪ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଗତ କିଛିଦିନ ହେବ ପାରଦ ଉପରମୁହାଁ ରହିଥିବା ବେଳେ ଅଂଚଳରେ ଶତାଧିକ ବେଆଇନ ଇଟାଭାଟି ପୋଡ଼ା ଚାଲିଛି। ସେଥିରୁ ନିର୍ଗତ ନିଆଁ ପ୍ରକୋପରେ ସ୍ଥାନୀୟ ଅଂଚଳରେ ଅସ୍ୱାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ପ୍ରଚଣ୍ଡ ରୌଦ୍ରତାପ ଲୋକେ ଘରୁ ପଦାକୁ ବାହାରି ପାରୁ ନାହାଁନ୍ତି । ଘରେ ମଧ୍ୟ ଇଟାଭାଟିର ନିଆଁ ଧୁଆଁ ଧାସରେ ପ୍ରାୟତ ଅଣନିଶ୍ୱାସି […]
କେନ୍ଦ୍ରାପଡା ୨୫/୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମ ପଞ୍ଚାୟତ ସିଦ୍ଧ ମରିଚାରିଣୀ ମନ୍ଦିର ପରିସରରେ ବରିଷ୍ଠ ନାଗରିକ ସାମାଜିକ ସୁରକ୍ଷା ପରିଚୟ ପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଜ୍ରକିଶୋର ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ବଗଡା ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରତାପ କୁମାର ନାୟକଙ୍କ ଅଧ୍ୟକ୍ଷରେ ବରିଷ୍ଠ ନାଗରିକ ସାମାଜିକ ସୁରକ୍ଷା ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । […]

