ଜଳବନ୍ଦୀରୁ ମୁକ୍ତି ପାଇଲେ ୨୪୦ ଛାତ୍ରୀଛାତ୍ର , ବ୍ରାହ୍ମଣୀ ବନ୍ୟାରେ ଫସିଥିଲେ କୁଳସାହି ଆବାସିକ ସ୍କୁଲପିଲା , ଓଡ୍ରାଫ ଓ ଅଗ୍ନିଶମ ବାହିନୀ କଲେ ଉଦ୍ଧାର

blank

ପଟ୍ଟାମୁଣ୍ଡାଇ ୧୯/୮ -ବ୍ରାହ୍ମଣୀ ନଦୀର ଭୟଙ୍କର ବନ୍ୟା ଜଳରେ ଗତ ୫ ଦିନ ଧରି ଜଳବନ୍ଦୀ ହୋଇ ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କୁଳସାହି ଆବାସିକ ସ୍କୁଲର ପ୍ରାୟ ୨୪୦ ଜଣ ଛାତ୍ରୀଛାତ୍ରଙ୍କୁ ବୁଧବାର ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ସ୍ଥାନୀୟ ତହସିଲ ଓ ଜିଲା ପ୍ରଶାସନର ତତ୍କାଳ କାର୍ଯ୍ୟାନୁଷ୍ଠାନ ଏବଂ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ୬ଟି ସ୍ୱତନ୍ତ୍ର ବୋଟ୍ ସାହାଯ୍ୟରେ ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ପିଲାଙ୍କୁ ଆଳି ସ୍ଥିତ ମହାଦେବ ପାଟଣା ସ୍କୁଲରେ ଥଇଥାନ କରାଯାଇଛି। ସେଠାରେ ସେମାନଙ୍କ ପାଇଁ ରହିବା, ସୁଷମ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ପ୍ରାଥମିକ ଚିକିତ୍ସାର ସୁବ୍ୟବସ୍ଥା କରାଯାଇଛି ବୋଲି ଜିଲାପାଳ ରଘୁରାମ ଆର ଆୟର ସୁଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ କୁଳସାହି ଆବାସିକ ସ୍କୁଲ ଚାରିପାଖରେ ବନ୍ୟା ଜଳ ମାଡ଼ି ଆସିଥିଲା। ଫଳରେ ସ୍କୁଲ ଭିତରେ ୩୦୦ରୁ ଊର୍ଦ୍ଧ୍ୱ ପିଲା ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇ ପଡ଼ିଥିଲେ। ବିଦ୍ୟୁତ ସେବା ବିଚ୍ଛିନ୍ନ ଏବଂ ଖାଦ୍ୟ-ପାନୀୟ ଜଳର ଅଭାବ ଯୋଗୁଁ ଗତ ୫ ଦିନ ଧରି ପିଲାମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିଲେ। ନିଜର ଦୁଃଖ ଅସହ୍ୟ ହେବାରୁ ଅସହାୟ ଛାତ୍ରୀଛାତ୍ରମାନେ କାନ୍ଦି କାନ୍ଦି ସେମାନଙ୍କ ବିପଦ ସମ୍ପର୍କରେ ଗଣମାଧ୍ୟମରେ ଜଣାଇଥିଲେ।ଏହି ଖବର ପ୍ରକାଶପାଇବା କ୍ଷଣି ଜିଲ୍ଲା ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରିଥିଲା। ମଙ୍ଗଳବାର ନଦୀର ପରାଖର ସ୍ରୋତ ସହ ଜଳସ୍ତର ବଋୁଥିବାରୁ ସେମାନଙ୍କୁ ସୁରକ୍ଷାରେ ରଖାଯୀବା ସହ ଜିଲା ପ୍ରଶାସନ ଓ ଅଗ୍ନିଶମ ବାହିନୀ ସ୍ଥିତି ଉପରେ ନଜର ରଖିଥିଲା । ମାତ୍ର ବୁଧବାର ସକାଳ ୯ଟାରେ ଉପଜିଲାପାଳ ଅରୁଣ ନାୟକ,ଅତରିକ୍ତ ଜିଲାପାଳ ନବକୃର୍ଷ୍ଣ ଜେନା ଓ ତହସିଲଦାର ପଂଚାନନ ନାୟକଙ୍କ ସହ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ୬ଟି ସ୍ୱତନ୍ତ୍ର ବୋଟ୍ ସାହାଯ୍ୟରେ ସ୍କୁଲ ପରିସରରେ ପହଁଚିଥିଲେ। ବନ୍ୟାର ପ୍ରବଳ ସ୍ରୋତ ସତ୍ୱେ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ର ଯବାନମାନେ ନିଷ୍ଠାର ସହ ସମସ୍ତ ୨୪୦ ଛାତ୍ରୀଛାତ୍ରଙ୍କୁ ବୋଟ୍ ଯୋଗେ ସୁରକ୍ଷିତ ଭାବେ ଉଦ୍ଧାର କରି ନାଇଆଡିଆ ସେତୁ ପାଶ୍ୱର୍ରେ ରାଖାଯାଇଥିଲା ସେଠାରେ ଉପସ୍ଥିତ ବିଡିଓ ଓ ଅନ୍ୟକର୍ମଚାରୀମାନେ ପିଲାମାନଙ୍କୁ ଏକତାକାରି ସ୍ୱତନ୍ତ୍ର ବସ ଯୋଗେ ସମସ୍ତ ପିଲାଙ୍କୁ ଆଳି ସ୍ଥିତ ମହାଦେବ ପାଟଣା ଆବାସିକ ସ୍କୁଲରେ ଥଇଥାନ କରାଯାଇଛି।

ଏହି ବିଷୟରେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ପଚାରିବାରେ ଉଦ୍ଧାର ଅଭିଯାନ ସମ୍ପୂର୍ଣ୍ଣ ସଫଳ ହୋଇଛି। ସମସ୍ତ ଛାତ୍ରୀଛାତ୍ର ଏବେ ସୁରକ୍ଷିତ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ଦଳ ନିୟୋଜିତ ଅଛନ୍ତି ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦିଆଯାଉଛି। ଏହି କାର୍ଯ୍ୟପ୍ରଶାସନର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ସଫଳ ଉଦ୍ଧାର ପାଇଁ ଅଭିଭାବକ ଏବଂ ସ୍ଥାନୀୟ ଜନସାଧାରଣ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave a Reply

Next Post

କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନାର ପୋଲିସ ଅଧିକାରୀଙ୍କ ବଦଳି

Wed Aug 19 , 2026
କେନ୍ଦ୍ରାପଡ଼ା,୧୯ା୮:କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନାର ୯ଜଣ ଇନ୍ସପେକ୍ଟରଙ୍କୁ ବିଭିନ୍ନ ଥାନାକୁ ବଦଳି କରାଯାଇଛି। ସୂଚନାନୁଯାୟୀ ରାଜକନିକା ଥାନାର ଅତିରିକ୍ତ ଆଇଆଇସି ବିଶ୍ୱଭୂଷଣ ସାହାଣୀଙ୍କୁ ତାଳଚୁଆ ସାମୁଦ୍ରିକ ଥାନାକୁ ଆଇଆଇସି ଭାବେ ବଦଳି କରାଯାଇଥିବା ବେଳେ ଜିଲ୍ଲା ପୋଲିସ ହେଡକ୍ୱାଟରରେ ଥିବା ଇନ୍ସପେକ୍ଟର୍ ପ୍ରଦୀପ୍ତ କୁମାର କାନୁନ୍‌ଗୋଙ୍କୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଆଇଆଇସି ଭାବେ ବଦଳି ହୋଇଛି। ତନ୍ତିଆପାଳ ସାମୁଦ୍ରିକ ଥାନା ଆଇଆଇସି ରତିରଞ୍ଜନ ନାୟକଙ୍କୁ ରାଜନଗର ଥାନା ଆଇଆଇସି ଭାବେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading