ଅବହେଳିତ ଅବସ୍ଥାରେ ପଟ୍ଟାମୁଣ୍ଡାଇ ପୌରାଂଚଳ ପଟ୍ଟାମୁଣ୍ଡାଇ ୨୦।୫ – ବର୍ଷ ପରେ ବର୍ଷ ବିତି ଚାଲିଛି ମାତ୍ର ପଟ୍ଟାମୁଣ୍ଡାଇ ସହରରେ ଚାଲିଥିବା ଅନେକ ପ୍ରକଳ୍ପ ଶିଳାନ୍ୟାସରେ ସମିତ ରହିଛି । ଆଉ ଯେତକ କାର୍ଯ୍ୟ ହୋଇଛି ସେ ସବୁ ଲୋକଙ୍କ କାର୍ଯ୍ୟରେ ଲାଗୁନାହିଁ । ଅନେକ ଘୋଷଣା ହୋଇଥିଲେ ବି କାମ ଆରମ୍ଭ ହେଉାନାହିଁ ।ରାଜ୍ୟରେ ପୂର୍ବ ସରକାର ସମୟରେ ସ୍ଥିତି ଯେମିତି ଥିଲା ନୂଆ ସରକାରରେ ମଧ୍ୟ ସେଇପରି […]
ପଟ୍ଟାମୁଣ୍ଡାଇ ୨୧/୫ -କେନ୍ଦ୍ରାପଡ଼ାର ଜିଲା ପଟ୍ଟାମୁଣ୍ଡାଇ-ଗଣ୍ଡାକିଆକୁ ସଂଯୋଗ କରିଥିବା ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ଜଳନିକାସ ବିଭାଗ ପକ୍ଷରୁ ୬ କୋଟି ଟଙ୍କା ବ୍ୟୟବରାଦ କାରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି । ମାତ୍ର ନଦୀ ପଠା ଜବରଦଖଲ ଯୋଗୁ ଖନନକାର୍ଯ୍ୟ ବାଧା ଉପୁଜିଥିଲା । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ତହସିଲ ପକ୍ଷରୁ ପୂର୍ବ ନୋଟିସ ଆଧାରରେ ଗୁରୁବାର ସକାଳୁ ମାପଚୁପ ଆରମ୍ଭ ହୋଇଛଥିଲା । ମାତ୍ର କେତେଜଣ ଜବରଦଖଲ […]
ପଟ୍ଟାମୁଣ୍ଡାଇ ୨୧/୫ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର ଜଣେ ନାବାଳିକାଙ୍କୁ ନିଜର ମିଛ ପ୍ରେମ ଜାଲରେ ଫସାଇ ଅପହରଣ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗୁରୁବାର ସଂନ୍ଧ୍ୟାରେ ପୋଲିସ ଗିରଫ କରି ଥାନାରେ ଅଟକ ରଖିଛି। ନାବାଳିକାକୁ ଉଦ୍ଧାର କରି ତାଙ୍କ ପରିବାରଙ୍କ ଜିମା ଦେଇଛି । ଆସନ୍ତାକାଲି ସମ୍ପୃକ୍ତ ଯୁବକକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ବନ୍ଦନା ପାତ୍ର ସୂଚନା ଦେଇଛନ୍ତି । […]
କେନ୍ଦ୍ରାପଡ଼ା,୨୧ା୫:ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନା, ଭିତ୍ତିଭୂମି ବିକାଶ କାର୍ଯ୍ୟ, ଲମ୍ବିତ ମାମଲା ଏବଂ ଆଗାମୀ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବରେ ସମୀକ୍ଷା କରାଯାଇଥିଲା। ଏଥିସହିତ ବିଭିନ୍ନ ଯୋଜନା ଅଧିନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ ଜିଲ୍ଲାପାଳ। […]
ରାଷ୍ଟ୍ରପତିଙ୍କୁ ମହିଳା ସଂରକ୍ଷଣ ଦାବିପତ୍ର କେନ୍ଦ୍ରାପଡ଼ା, ୨୦/୫: ଦେଶରେ ଭାଜପା ସରକାର ଓ ନେତା ମାନେ ଭୋଟ ସମୟରେ କିଛି ଯୋଜନା ନାମରେ କିଛି ଅର୍ଥ ଦେଇ ମା’ ମାନଙ୍କୁ ଦୟା କରୁଛନ୍ତି ବୋଲି ଭାବୁଛନ୍ତି। ମହିଳାମାନେ ଯାହା ପାଉନାହାନ୍ତି ତା’ଠାରୁ ସେମାନେ ଅଧିକ ପ୍ରଚାର କରୁଛନ୍ତି। ସେମାନଙ୍କୁ ରାଜନୀତିରେ ମୋହରା ବନାଯାଉଛି। ମା’ମାନଙ୍କ ପାଇଁ କିଛି ନ କରି ଡ଼େଙ୍ଗୁରା ପିଟା ଯାଉଛି। ଫମ୍ପା ମାଠିଆ ପରି ବଡ଼ […]
ପଟ୍ଟାମୁଣ୍ଡାଇ ୨୦/୫ -ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ଅଲ୍ ଇଣ୍ଡିଆ ଅର୍ଗାନାଇଜେଶନ ଅଫ୍ କେମିଷ୍ଟ୍ସ ଆଣ୍ଡ୍ ଡ୍ରଗିଷ୍ଟ୍ସ (ଏଆଇଓସିଡି) ପକ୍ଷରୁ ବୁଧବାର ସମଗ୍ର ଦେଶରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଂଚଳର ବିଭିନ୍ନ ଅଂଚଳରେ ଥିବା ଔଷଧ ଦୋକାନ ବନ୍ଦ ଥିବାର ଦେଖିବାକୁ ମିଳିଛି । ଯାହାଫଳରେ ରୋଗୀ ଓ ସାଧାରଣ ଲୋକ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା […]
କେନ୍ଦ୍ରାପଡ଼ା,୨୦ା୫: ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାସ ହାର ୯୫.୭୯ ପ୍ରତିଶତ ହୋଇଛି। ବିଦ୍ୟାଳୟର ୩ଟି ବିଭାଗ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ମୋଟ ୧୨୪୦ଜଣ ପରୀକ୍ଷା ଦେବା ପାଇଁ ଫର୍ମ ପୁରଣ କରିଥିବା ବେଳେ ସେଥିମଧ୍ୟରୁ ୩ଟି ବିଭାଗରେ ମୋଟ ୧୨୩୭ଜଣ ପରୀକ୍ଷା ଦେଇଛନ୍ତି। ୩ଜଣ ଅନୁପସ୍ଥିତ ରହିଥିଲେ। ୫୨ଜଣ ଅସଫଳ ହେରାଇଥିବା ବେଳେ ୧୧୮୫ଜଣ ପାସ […]
କେନ୍ଦ୍ରାପଡ଼ା,୨୦ା୫ କେନ୍ଦ୍ରାପଡା ସଦର ଥାନା ପୋଲିସ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୧୦ ଗ୍ରାମର ବ୍ରାଉନସୁଗାର ପୋଲିସ ଜବତ କରିଛି । ଏ ନେଇ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି । ସେମାନେ ହେଉଛନ୍ତି ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନା ଅନ୍ତର୍ଗତ ବଡ଼ଶଙ୍କରପୁର ଗ୍ରାମର ସେକ ଲାଜାଙ୍କ ପୁଅ ସେକ ଅନିଲ(୨୩) ଓ ସେହି ଗ୍ରାମର ସେକ ଜାଫରଙ୍କ ପୁଅ […]
କେନ୍ଦ୍ରାପଡ଼ା,୨୦ା୫:ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ + ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। + ୨ କଳାରେ ୨୪୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୮, ଦ୍ୱିତୀୟ ଶ୍ରେଣୀରେ ୫୭ ଓ ତୃତୀୟ ଶ୍ରେଣୀରେ ୯୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। + ୨ ବିଜ୍ଞାନରେ ୬୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ […]
ପଟ୍ଟାମୁଣ୍ଡାଇ ସହରରେ ଦିଗହରା ସ୍ୱଚ୍ଛ ଭାରତ ମିଶନ ରାସ୍ତାକଡ଼ ଓ କାନ୍ଥବାଡରେ ଝାଡା ପରିସ୍ରା କରୁଛନ୍ତି ଲୋକେ! ପଟ୍ଟାମୁଣ୍ଡାଇ ୧୮/୫ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ସ୍ୱଚ୍ଛ ଭାରତ ମିସନ ବସ୍ତୁତଃ ଦିଗହରା ହୋଇପଡିଛି । ପଟ୍ଟାମୁଣ୍ଡାଇ ସହରକୁ ସ୍ୱଚ୍ଛ ଓ ନିର୍ମଳ ରହିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଇକୋ ଟ ଏ ଲେଟରେ ଦୀର୍ଘ ଦିନ […]

