ସତ୍ୟସାଇ ସେବା ସମିତି ପକ୍ଷରୁ ଆରାଧନା ମହୋତ୍ସବ

blank

ପଟ୍ଟାମୁଣ୍ଡାଇ,୨୫/୪- ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁର ଶାସନ ସତ୍ୟସାଇ ସେବା ସମିତି ପକ୍ଷରୁ ଆରାଧନା ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସହ ଏକ ମାଗଣା ଚିକିତ୍ସା ସ୍ବାସ୍ଥ୍ୟ ଶିବିର ଅନୁ‌ଷ୍ଠିତ ହୋଇଯାଇଛି। ଡାକ୍ତର ରଶ୍ମି ରଂଜନ ମହାନ୍ତିଙ୍କ ତତ୍ବାବଧାନରେ ଏହି ଶିବିରରେ ୧୦୮ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ସମିତି ପକ୍ଷରୁ ନଗର ସଂକୀର୍ତ୍ତନ, ସଫେଇ, ଦୀପଦାନ, ଭଜନ ସହ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଏଇ ଅବସରରେ ସମିତି ପକ୍ଷରୁ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତିଙ୍କୁ ଉଲ୍ଲେଖନୀୟ ସେବା ପାଇଁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସଂବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୋପବଂଧୁ ନାୟକ, ସୁଷମା ମଲ୍ଲିକ , ରମେଶ ଚନ୍ଦ୍ର ଦାସ, ଗଗନ ବିହାରୀ ଭୂୟାଁ, ବିଜୟ କୁମାର ଆଚାର୍ଯ୍ୟ, ଗୌତମ କୁମାର ସେଠୀ, ଅର୍ଜୁନ ଚରଣ ସାହୁ, ବ୍ରଜ କିଶୋର ସାହୁ, ବସନ୍ତ ନାୟକ, ବିନୋଦିନୀ ଦାସ,ନିରୋଜିନୀ ଦାସ, , ପଦ୍ମାବତୀ ସାହୁ, ପ୍ରଗତି ସାହୁ, ଦୀପାଞଳି ପ୍ରଧାନ, ସ୍ଵାଗତିକା ପ୍ରଧାନ ପ୍ରମୁଖ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Next Post

ବିଲିକଣା ପଂଚାୟତକୁ ପୁରସ୍କୃତ କଲେ ରାଜସ୍ୱ ମନ୍ତ୍ରୀ

Fri Apr 25 , 2025
ପଟ୍ଟାମୁଣ୍ଡାଇ ତା ୨୫/୪- ଜାତୀୟ ପଂଚାୟତରାଜ ଦିବସ ପାଳନ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ ପଂଚାୟତ ରାଜ ଦିବସ ଉତ୍ସବରେ ସୁଶାସନ, ସ୍ୱଚ୍ଛ ଭାରତ ମିଶନ ସଫଳତା ସହ ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରୀତା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଲିକଣା ପଂଚାୟତ ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରି ଏ ଗ୍ରେଡ଼ ମାନ୍ୟତା ପାଇବା ସହିତ ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading