ସ୍ୱାଧୀନତା ଦିବସରେ ଜାତୀୟ ପତାକା ବଦଳରେ ଦଳୀୟ ଚିହ୍ନ ଉତ୍ତୋଳନ: ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା, ଆଇନଗତ ଉଲ୍ଲଂଘନକୁ ନେଇ ପ୍ରଶ୍ନ

ଚଳିତ ସ୍ୱାଧୀନତା ଦିବସ ପାଳନ ଅବସରରେ କେତେକ ସ୍ଥାନରେ ଜାତୀୟ ତ୍ରିରଙ୍ଗା ପତାକା ପରିବର୍ତ୍ତେ ରାଜନୈତିକ ଦଳର ପ୍ରତୀକ ବା ଦଳୀୟ ପତାକା ଉତ୍ତୋଳନ କରାଯାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଘୁରିିବୁଲୁଛି। ଏହାକୁ ନେଇ ବୁଦ୍ଧିଜୀବୀ, ସାଧାରଣ ନାଗରିକ ଏବଂ ଆଇନଜୀବୀମାନଙ୍କ ମଧ୍ୟରେ ତୀବ୍ର କ୍ଷୋଭ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଭାରତୀୟ ସମ୍ବିଧାନ ଓ ଆଇନ ଅନୁଯାୟୀ, ସ୍ୱାଧୀନତା ଦିବସ ଭଳି ପବିତ୍ର ଜାତୀୟ ପର୍ବରେ କେବଳ ଜାତୀୟ ତ୍ରିରଙ୍ଗା ପତାକାକୁ ହିଁ ମୁଖ୍ୟ ଆସନ ଓ ସମ୍ମାନ ଦିଆଯିବା ବାଧ୍ୟତାମୂଳକ। ଜାତୀୟ ସମ୍ମାନର ଅପମାନ ନିବାରଣ ଆଇନ-୧୯୭୧ଏବଂ “ଭାରତୀୟ ପତାକା ସଂହିତା ଅନୁସାରେ ଜାତୀୟ ପତାକା ସହିତ କୌଣସି ଦଳୀୟ ବା ବ୍ୟକ୍ତିଗତ ପତାକାକୁ ସମାନ ଉଚ୍ଚତାରେ ଉଡ଼ାଇବା, ତ୍ରିରଙ୍ଗା ସ୍ଥାନରେ ଦଳୀୟ ଚିହ୍ନ ବ୍ୟବହାର କରିବା କିମ୍ବା ଜାତୀୟ ପତାକାଠାରୁ ଉଚ୍ଚରେ ଅନ୍ୟ ପତାକା ସ୍ଥାପନ କରିବା ଏକ ସଙ୍ଗୀନ ଆଇନଗତ ଅପରାଧ। ଏହି ନିୟମର ଉଲ୍ଲଂଘନ କଲେ ଜରିମାନା ସହ କାରାଦଣ୍ଡର ପ୍ରାବଧାନ ରହିଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଗୁଡ଼ିକରେ ଦେଖିବାକୁ ମିଳିଛି ଯେ, କିଛି ସ୍ଥାନୀୟ ନେତା ଓ କର୍ମୀ ଜାତୀୟ ଦିବସର ଆବେଗକୁ ଅବମାନନା କରି ଦଳୀୟ ଚିହ୍ନ ଥିବା ପତାକା ଉତ୍ତୋଳନ କରିଛନ୍ତି। ସାଧାରଣ ଜନତା ଏହାକୁ ଦେଶପ୍ରେମ ଓ ଜାତୀୟ ସ୍ୱାଭିମାନ ପ୍ରତି ଏକ କଠୋର ଆଘାତ ବୋଲି ଅଭିଯୋଗ କରିଛନ୍ତି। ଜାତୀୟ ତ୍ରିରଙ୍ଗା ସମଗ୍ର ୧୪୦ କୋଟି ଭାରତୀୟଙ୍କ ଏକତା ଓ ସାର୍ବଭୌମତ୍ୱର ପ୍ରତୀକ, ତେଣୁ ଏହାକୁ କୌଣସି ଗୋଟିଏ ରାଜନୈତିକ ଦଳ ସହ ଯୋଡ଼ିବା କିମ୍ବା ଏହାର ସ୍ଥାନରେ ଦଳୀୟ ଚିହ୍ନ ବ୍ୟବହାର କରିବା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ।

ଏହି ସମ୍ବେଦନଶୀଳ ଘଟଣାରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ତୁରନ୍ତ ହସ୍ତକ୍ଷେପ କରି ଭାଇରାଲ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବା ସହ ନିୟମ ଭଙ୍ଗ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଜିଲ୍ଲା ଆବାହକ ଗୟାଧର ଧଳ, ଏଆଇଟିୟୁସି ନେତା ରମଣିରଂଜନ ରାଉତରାୟ, ବାବାଜୀ ଧଳ, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ,ଙ୍ଖସିଆଇଟିୟୁ ନେତା ଜଗତାଜୀବନ ଦାଶ,ମାଧବ ଦାସ ସହ ଜନସାଧାରଣ ଦାବି କରିଛନ୍ତି ।

Next Post

ଲଗାଣବର୍ଷା ସାଙ୍ଗକୁ ବ୍ରାହ୍ମଣୀରେ ପୁଣି ବନ୍ୟା, ବ୍ୟାପକ ଅଂଚଳ ଜଳମଗ୍ନ

Mon Aug 17 , 2026
ସିଂହଗାଁ, ଶ୍ରୀରାମପୁର ଡାମରପୁର ବଳଭଦ୍ରପୁର ବାଲିପାଟଣା ବଛାରା, ତନୁପୁର ବିଛିନ୍ନ ପଟ୍ଟାମୁଣ୍ଡାଇ ୧୬ା୮ – ସମ୍ପ୍ରତି ବାରମ୍ବାର ଲଘୁ ଚାପଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ ଓ କାଣୀ ନଦୀରେ ତୃତୀୟ ବନ୍ୟା ଆସିଛି । ଫଳରେ ପଟ୍ଟାମୁଣ୍ଡାଇର ବ୍ୟାପକ ଅଂଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟାଜଳ ଯୋଗୁଁ ସିଂହଗାଁ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ବାଲିପାଟଣା, ବାଛରା ଓ ତନୁପୁର ଆଦି ପ୍ରମୁଖ ଗ୍ରାମଗୁଡ଼ିକ ବହ୍ୟଜଗତରୁ ବିଛିହ୍ନ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading