ଚଳିତ ସ୍ୱାଧୀନତା ଦିବସ ପାଳନ ଅବସରରେ କେତେକ ସ୍ଥାନରେ ଜାତୀୟ ତ୍ରିରଙ୍ଗା ପତାକା ପରିବର୍ତ୍ତେ ରାଜନୈତିକ ଦଳର ପ୍ରତୀକ ବା ଦଳୀୟ ପତାକା ଉତ୍ତୋଳନ କରାଯାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ଘୁରିିବୁଲୁଛି। ଏହାକୁ ନେଇ ବୁଦ୍ଧିଜୀବୀ, ସାଧାରଣ ନାଗରିକ ଏବଂ ଆଇନଜୀବୀମାନଙ୍କ ମଧ୍ୟରେ ତୀବ୍ର କ୍ଷୋଭ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଭାରତୀୟ ସମ୍ବିଧାନ ଓ ଆଇନ ଅନୁଯାୟୀ, ସ୍ୱାଧୀନତା ଦିବସ ଭଳି ପବିତ୍ର ଜାତୀୟ ପର୍ବରେ କେବଳ ଜାତୀୟ ତ୍ରିରଙ୍ଗା ପତାକାକୁ ହିଁ ମୁଖ୍ୟ ଆସନ ଓ ସମ୍ମାନ ଦିଆଯିବା ବାଧ୍ୟତାମୂଳକ। ଜାତୀୟ ସମ୍ମାନର ଅପମାନ ନିବାରଣ ଆଇନ, ୧୯୭୧ଏବଂ “ଭାରତୀୟ ପତାକା ସଂହିତା ଅନୁସାରେ ଜାତୀୟ ପତାକା ସହିତ କୌଣସି ଦଳୀୟ ବା ବ୍ୟକ୍ତିଗତ ପତାକାକୁ ସମାନ ଉଚ୍ଚତାରେ ଉଡ଼ାଇବା, ତ୍ରିରଙ୍ଗା ସ୍ଥାନରେ ଦଳୀୟ ଚିହ୍ନ ବ୍ୟବହାର କରିବା କିମ୍ବା ଜାତୀୟ ପତାକାଠାରୁ ଉଚ୍ଚରେ ଅନ୍ୟ ପତାକା ସ୍ଥାପନ କରିବା ଏକ ସଙ୍ଗୀନ ଆଇନଗତ ଅପରାଧ। ଏହି ନିୟମର ଉଲ୍ଲଂଘନ କଲେ ଜରିମାନା ସହ କାରାଦଣ୍ଡର ପ୍ରାବଧାନ ରହିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଗୁଡ଼ିକରେ ଦେଖିବାକୁ ମିଳିଛି ଯେ, କିଛି ସ୍ଥାନୀୟ ନେତା ଓ କର୍ମୀ ଜାତୀୟ ଦିବସର ଆବେଗକୁ ଅବମାନନା କରି ଦଳୀୟ ଚିହ୍ନ ଥିବା ପତାକା ଉତ୍ତୋଳନ କରିଛନ୍ତି। ସାଧାରଣ ଜନତା ଏହାକୁ ଦେଶପ୍ରେମ ଓ ଜାତୀୟ ସ୍ୱାଭିମାନ ପ୍ରତି ଏକ କଠୋର ଆଘାତ ବୋଲି ଅଭିଯୋଗ କରିଛନ୍ତି। ଜାତୀୟ ତ୍ରିରଙ୍ଗା ସମଗ୍ର ୧୪୦ କୋଟି ଭାରତୀୟଙ୍କ ଏକତା ଓ ସାର୍ବଭୌମତ୍ୱର ପ୍ରତୀକ, ତେଣୁ ଏହାକୁ କୌଣସି ଗୋଟିଏ ରାଜନୈତିକ ଦଳ ସହ ଯୋଡ଼ିବା କିମ୍ବା ଏହାର ସ୍ଥାନରେ ଦଳୀୟ ଚିହ୍ନ ବ୍ୟବହାର କରିବା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ।
ଏହି ସମ୍ବେଦନଶୀଳ ଘଟଣାରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ତୁରନ୍ତ ହସ୍ତକ୍ଷେପ କରି ଭାଇରାଲ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରିବା ସହ ନିୟମ ଭଙ୍ଗ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଜିଲ୍ଲା ଆବାହକ ଗୟାଧର ଧଳ, ଏଆଇଟିୟୁସି ନେତା ରମଣିରଂଜନ ରାଉତରାୟ, ବାବାଜୀ ଧଳ, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ,ଙ୍ଖସିଆଇଟିୟୁ ନେତା ଜଗତାଜୀବନ ଦାଶ,ମାଧବ ଦାସ ସହ ଜନସାଧାରଣରେ ଦାବି କରିଛନ୍ତି ।
