ସରକାରୀ ଓଲଢି ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ଶୁଭାରମ୍ଭ

blank
କେନ୍ଦ୍ରାପଡ଼ା,୧ା୩: ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡା ପଞ୍ଚାୟତର ରାମଚନ୍ଦ୍ର ନୋଡାଲ ଉଚ୍ଚବିଦ୍ୟାଳୟ କ୍ଲଷ୍ଟରର ସରକାରୀ ଓଲଢି ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ଉଦ୍‌ଘାଟନ ଉତ୍ସବ ପାଳନ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ଡେରାବିଶ ଶିକ୍ଷା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡେରାବିଶ ଶିକ୍ଷା ମଣ୍ଡଳର ମଣ୍ଡଳ ଶିକ୍ଷା ସାଧନ ସଂଯୋଜକ ଦେବଦତ୍ତ ଶତପଥୀ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ସଚ୍ଚିକାନ୍ତ ମିଶ୍ର, ଖଗେଶ୍ୱର ଦାସ ଯୋଗ ଦେଇଥିଲେ । ଉକ୍ତ କ୍ଲଷ୍ଟରର ସିଆର୍‌ସିସି ରମେଶ ଚନ୍ଦ୍ର ପତି ସଭାରେ ଉପସ୍ଥିତ ରହି ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀଙ୍କ କାର୍ଯ୍ୟକୁ କ୍ଲଷ୍ଟର ଅନ୍ୟ ବିଦ୍ୟାଳୟ ତୁଳନାରେ ଏଠାରେ ଶ୍ରେଣୀଗୃହ, ଖେଳ ପଡିଆ, ରୋଷେଇ ଗୃହର ଅଭାବ ସତ୍ତ୍ୱେ ସବୁକ୍ଷେତ୍ରରେ ଆଗୁଆ ଥିବା କଥା କହିଥିଲେ । ମଣିଷ ଯାହା କର୍ମ କରେ ତାହାର ଫଳ ସେହି ଅନୁସାରେ ଏହି ସଂସାରରେ ପାଇଥାଏ ବୋଲି ମଣ୍ଡଳ ଶିକ୍ଷା ଅଧିକାରୀ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଂଯୋଜକ ଭକ୍ତରଞ୍ଜନ ସ୍ୱାଇଁ ଉକ୍ତ ବିଦ୍ୟାଳୟର ଶିକ୍ଷକ ସେକ୍ ବରକାତୁଲ୍ଲା ଓ ଶିକ୍ଷୟତ୍ରୀ ରଶ୍ମିତା ଶେଣ୍ଢଙ୍କ ବିଦ୍ୟାଳୟ ଓ ଛାତ୍ରଛାତ୍ରୀ ପ୍ରତି ସମର୍ପିତ କାର୍ଯ୍ୟର ଭୂୟଂସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସେକ୍ ଅଲିମୁଦ୍ଦିନ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ଗ୍ରାମେଶ୍ୱର ମହୋତ୍ସବ ଅନୁଷ୍ଠିତ , ପୂଜ୍ୟପୂଜାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

Sat Mar 1 , 2025
କେନ୍ଦ୍ରାପଡ଼ା,୧/୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତର ଜଣ୍ଟିଲୋ ଗ୍ରାମରେ ଗ୍ରାମେଶ୍ୱର ମହୋତ୍ସବ ପବିତ୍ର ଜାଗର ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅବସରପ୍ରାପ୍ତ କର୍ମଚାରୀ ରବୀନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ କୃଷିବିଜ୍ଞାନକେନ୍ଦ୍ରର ବୈଜ୍ଞାନିକ ଡ. ତାପସରଞ୍ଜନ ସାହୁ ମୁଖ୍ୟଅତିଥି, ଅବସରପ୍ରାପ୍ତ ମନସ୍ତତ୍ୱ ବିଭାଗ ପ୍ରାଧ୍ୟାପକ ଡ. ମୂରଲୀଧର ରଥ ମୁଖ୍ୟବକ୍ତା ଓ ପୂର୍ବତନ ଆରକ୍ଷୀ ଅଧୀକ୍ଷକ ନାରାୟଣ ବାରିକ, ଜମଧର ସରପଞ୍ଚ ରାଜକିଶୋର ଖୁଣ୍ଟିଆ, ସମଗ୍ରଶିକ୍ଷା ଅଭିଯାନର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading