ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସଠିକ କରବାକୁ ଜିଲ୍ଲାପାଳଙ୍କ ନିକଟରେ ଯୁବ ବିଜେଡିର ଅଭିଯୋଗ

ଭୋଟର ତାଲିକାରୁ ନାମ କାଟିବାକୁ ଷଢଯନ୍ତ୍ର

blank
କେନ୍ଦ୍ରାପଡା ୩୧/୭ : ନିର୍ବାଚନମନସ୍କ ଭାରତୀୟ ଜନତା ପାର୍ଟି ଭାରତର ସାର୍ବଭୌମତା ଅପେକ୍ଷା କଳେ ବଳେ କୌଶଳେ ନିର୍ବାଚନ ଜିତିବାକୁ ଅଧିକ ଗୁରୁତ୍ୱ ଦେଇଆସୁଛି, ରାଷ୍ଟ୍ର ଏବଂ ସମ୍ବିଧାନ ର ମୂଳ ଆଧାର ହେଉଛନ୍ତି ଭାରତର ନାଗରିକ, କିନ୍ତୁ ବିଜେପି ଭାରତୀୟ ନାଗରିକ ମାନଙ୍କ ସ୍ୱାର୍ଥ ଅପେକ୍ଷା ନିଜେ କିପରି ଦୀର୍ଘଦିନ କ୍ଷମତାରେ ରହିବେ ତା ପାଇଁ ସବୁ ପ୍ରକାରର ଅନ୍ୟାୟ ଏବଂ ଅନୀତି କରିବାକୁ ମଧ୍ୟ ପଛାଉନାହିଁ, ଯାହାର ଏକ ଜ୍ୱଳନ୍ତ ଉଦାହରଣ ଗତକାଲି ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଳସୁଧା ପଞ୍ଚାୟତ ର ବୁଥ୍ ନମ୍ବର ୨୭୬ ରେ ଦେଖିବାକୁ ମିଳିଛି । ଭାରତୀୟ ଜନତା ପାର୍ଟିର ବୁଥ୍ ଏଜେଣ୍ଟ ବୋଲି ଦାବି ରଖୁଥିବା ଗଗନ ବିହାରୀ ଦାସ ନାମକ ଜୈନେକ ବ୍ୟକ୍ତି ଏସ ଆଇ ଆର ମାଧ୍ୟମରେ ଭୋଟର ତାଲିକାରୁ ନାମକୁ ବାଦ ଦେବାପାଇଁ ଥିବା ଫରମ ନମ୍ବର ୭କୁ ବ୍ୟବହାର କରି ଶତାଧିକ ଭୋଟରଙ୍କ ନାମକୁ ବାଦ ଦେବାପାଇଁ ଦରଖାସ୍ତ କରୁଥିବା ସମୟରେ ଗ୍ରାମବାସୀଙ୍କ ନଜରରେ ପଡ଼ିଥିଲେ । ଏଥିରେ ଉତ୍ୟକ୍ତ ହୋଇ ପଳସୁଧା ଗ୍ରାମର ଭୋଟର ମାନେ ତାଙ୍କୁ ଅଟକ ରଖିବା ସହ ପୋଲିସର ହସ୍ତକ୍ଷେପ ଲୋଡ଼ିଥିଲେ । କୁଦାନଗରୀ ପୋଲିସ ସେଠାରେ ପହଂଚିବା ପରେ ବିଜେପି ର ଏଜେଣ୍ଟ ଜଣକ ଆଗରୁ ସମ୍ପୂର୍ଣ ଭାବେ ପୂରଣ କରାଯାଇଥିବା ଏହି ଫରମ ୭ ଗୁଡିକ ତାଙ୍କୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରୁ ମିଳିଥିବା ସ୍ୱୀକାର କରିଥିଲେ ଏବଂ ଚଞ୍ଚକତା କରି ଯେଉଁ ମାନେ ବିଜେପିକୁ ଭୋଟ ଦିଅନ୍ତି ନାହିଁ ସେମାନଙ୍କ ନାଁ ଭୋଟର ତାଲିକା ରୁ ବାଦ ଦେବାପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ତାଙ୍କୁ ଦାୟିତ୍ୱ ଦିଆ ଯାଇଥିବା କହିଥିଲେ । ଏହା ଶୁଣିବା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା ଏବଂ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଭୋଟ ଦେବା ହେଉଛି ନାଗରିକ ମାନଙ୍କ ମୌଳିକ ଅଧିକାର, ଏହି ଅଧିକାର କୁ କ୍ଷୁର୍ଣ କରି କ୍ଷମତା ଉପଭୋଗ କରିବା ଉଦେଶ୍ୟରେ ବିଜେପି କିଛି ସରକାରୀ ଅଧିକାରୀ ମାନଙ୍କୁ ମଧ୍ୟ ହାତବାରିସୀ କରି ଏହି ଘୃଣ୍ୟ ପରମ୍ପରା ଆରମ୍ଭ କରିବାକୁ ଚେଷ୍ଟା ଚଳାଇଛି, ବିଜୁ ଜନତା ଦଳ ଏହାକୁ ଦୃଢ଼ ଭାବେ ନିନ୍ଦା କରୁଛି ଏବଂ ଜିଲ୍ଲା ଯୁବ ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିବା ସହିତ ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କୁ ସଠିକ ଭାବରେ ତଦାରଖ କରି କୌଣସି ବି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନ ପଡିବେ ତାହା ନିଶ୍ଚିନ୍ତ କରିବା ପାଇଁ ଦାବି ରଖୁଅଛି, ନିର୍ଦ୍ଧିଷ୍ଟ ଭାବେ ପଲସୁଧା ପଞ୍ଚାୟତ ରେ ଘଟିଥିବା ଘଟଣା ବିଷୟରେ କୁଦାନଗରୀ ଥାନାରେ ଅଭିଯୋଗ କରିବା ସହିତ ଏହି ପ୍ରକିୟା ରେ ଉଦେଶ୍ୟମୂଳକ ଭାବେ ଭୋଟର ତାଲିକା ରୁ ବାଦଦେବା ପାଇଁ ଚାଲିଥିବା ଷଢଯନ୍ତ୍ର ରେ ସରକାରୀ ଅଧିକାରୀ ମାନେ ସାମିଲ ନ ହେବା ପାଇଁ ଅନୁରୋଧ କରୁଅଛି, ଏବଂ ଯଦି ଚୂଡାନ୍ତ ଭୋଟର ତାଲିକାରେ ଚଞ୍ଚକତା କରି କୌଣସି ବି ଯୋଗ୍ୟ ଭୋଟରଙ୍କୁ ବାଦ ଦିଆଯାଏ ତା ହେଲେ ସେହି ଭୋଟର ମାନଙ୍କୁ ସାଥିରେ ଧରି ବିଜୁ ଜନତା ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ସମସ୍ୟାର ସମାଧାନ ନ ହେବା ଯାଏ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବ ବୋଲି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାସ ଏହି ପ୍ରେସ ବିବୃତି ମାଧ୍ୟମରେ ଆପଣ ମାନଙ୍କୁ ଜଣାଉ ଅଛନ୍ତି । ପ୍ରଦୀପ୍ତ କୁମାର ମହାନ୍ତି, ମୁକ୍ତାର ଖାଁ, ସୟଦ ଇସ୍ମାଇଲ ହୋସେନ, ସେକ ସଲ୍ଲାଉଦିନ, ସୁଜିତ ସିଂ, ଆଶିଷ ସ୍ୱାଇଁ, ବିବେକ ସ୍ୱାଇଁ, ସୟଦ ନୁରଉଦିନ, ଶେଖ ତାଜମୁଲହୁସେନ, ଶେଖ ନାଶିମୁଦିନ, ଶେଖ ଚନ୍ଦନ, ପରବେଜ ଅଖତର, ଶେଖ ଲିଆକୁଦିନ ପ୍ରମୁଖ ଜିଲ୍ଲ୍‌ାଳଙ୍କୁ ଦାବିପତ୍ର ପ୍ରଦାନବେଳେ ଉପସ୍ଥିତି ଥିଲେ ।

Leave a Reply

Next Post

ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର , ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି ବରିଷ୍ଠ ଅଧିକାରୀ

Fri Jul 31 , 2026
କେନ୍ଦ୍ରାପଡ଼ା,୩୧ା୭:ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର, ରିଲିଫ୍ ଓ ଅତ୍ୟାବଶ୍ୟକ ସେବା ପ୍ରଦାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଜିଲ୍ଲାର ୮ଟି ବ୍ଲକ୍ ଯଥା ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା, ମାର୍ଶାଘାଇ ଏବଂ ମହାକାଳପଡ଼ା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଥିସହ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ପ୍ରଭାବିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading