
ପଟ୍ଟାମୁଣ୍ଡାଇ ତା ୧୮/୭- ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ସିଭିଲ କୋର୍ଟ ଓ ଓକିଲ ସଂଘ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଅତିରିକ୍ତ ଜିଲ୍ଲାଜଜ୍ ବିଦ୍ୟାଧର ପୃଷ୍ଟି ମୁଖ୍ୟଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ମାନନୀୟ ସବଜଜ୍ ଅପୂର୍ବା ଚୌଧୁରୀ, ଜେ ଏମ୍ ଏଫ ସି ବିଦ୍ୟୁତଲତା ପ୍ରଧାନ ଏବଂ ଡି କେ ବାଲକ୍ରିଷ୍ଣନ ଓକିଲ ସଂଘ ପୂର୍ବତନ ସଭାପତି ଭୀମସେନ ପ୍ରଧାନ, ବିଜ୍ଞାନ ମିହିର ଜେନା ଡ଼କ୍ଟର ନରହରି ଲେଙ୍କା ଓକିଲ୍ ସଂଘ ସମ୍ପାଦକ ରବିନ୍ଦ୍ର କୁମାର ଦାଶ, ଯୁଗ୍ମ ସମ୍ପାଦକ କୁମାର ସତ୍ୟନାରାୟଣ ନାୟକ, କୋଷାଧ୍ୟକ୍ଷ ଗୀତାଞ୍ଜଳୀ ପୃଷ୍ଟି, ଆଇନଜୀବୀ ସୁରେଶ କୁମାର ନରେନ୍ଦ୍ର ଧୀରେନ୍ଦ୍ର ସାହୁ ମନୋଜ ନାୟକ ଶିଶିର ମଲିକ ହୃଦାନନ୍ଦ ମହାନ୍ତି, ଅଶ୍ଵିନୀ ବେହେରା,ରାମ କୃଷ୍ଣ ଦାଶ ଶିଶିର କୁମାର ମଲ୍ଲିକ ସୁଶାନ୍ତ ସାମଲ, ସୁନାକର ପ୍ରଧାନ ପ୍ରକାଶ ପାତ୍ର, ବିଦ୍ୟା ଭୂଷଣ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।
