
ପଟ୍ଟାମୁଣ୍ଡାଇ୧୮/୭-ନିଶାମୁକ୍ତ ଭାରତ ଅଭିଯାନ ଅବସରରେ ପଟ୍ଟାମୁଣ୍ଡାଇ ସରକାରୀ ଶିଲ୍ପତାଲିମ ପ୍ରତିୁଷ୍ଠାନ ପକ୍ଷରୁ ଏକ ବ୍ୟାପକ ଜନସଚେତନତା ରାଲି ଓ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜରୁ ନିଶା ଦ୍ରବ୍ୟର ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରିବା ଏବଂ ଯୁବପିଢ଼ିଙ୍କୁ ଏହାର କୁପରିଣାମ ବିଷୟରେ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଅନୁଷ୍ଠାନର ପ୍ରାଙ୍ଗଣରୁ ବାହାରିଥିବା ଏହି ସଚେତନତା ରାଲି ପଟ୍ଟାମୁଣ୍ଡାଇ ସହରର ମୁଖ୍ୟ ରାସ୍ତା ଦେଇ ପରିକ୍ରମା କରିଥିଲା। ରାଲିରେ ଆଇଟିଆଇର ଶତାଧିକ ଛାତ୍ରୀଛାତ୍ର, ଅଧ୍ୟାପିକା/ଅଧ୍ୟାପକ ଓ କର୍ମଚାରୀ ହାତରେ ସଚେତନତା ପ୍ଲାକାର୍ଡ ଓ ବ୍ୟାନର ଧରି ଅଂଶଗ୍ରହଣ କରିଥିଲେ। “ନିଶା ଛାଡ଼ନ୍ତୁ, ଜୀବନ ବଞ୍ଚାନ୍ତୁ ନିଶାମୁକ୍ତ ପଟ୍ଟାମୁଣ୍ଡାଇ, ସୁସ୍ଥ ପଟ୍ଟାମୁଣ୍ଡାଇ ଏବଂ ଯୁବଶକ୍ତିର ଗୋଟିଏ ନାରା ନିଶାମୁକ୍ତ ହେଉ ଦେଶ ଆମରା ଭଳି ଆକର୍ଷଣୀୟ ଓ କମ୍ପନସୃଷ୍ଟିକାରୀ ନାରାବାଜିରେ ସମ୍ପୂର୍ଣ୍ଣ ସହର ଗୁଞ୍ଜରିତ ହୋଇଉଠିଥିଲା।ନିଶା କେବଳ ଜଣେ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ନଷ୍ଟ କରେ ନାହିଁ ବରଂ ସମ୍ପୂର୍ଣ୍ଣ ପରିବାର ଓ ସମାଜକୁ ପତନ ଆଡ଼କୁ ନେଇଯାଏ। ଦେଶର ଭବିଷ୍ୟତ ଗଢ଼ିବାରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ତେଣୁ ସେମାନେ ନିଶାଦ୍ରବ୍ୟଠାରୁ ଦୂରେଇ ରହି ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ବ୍ରତୀ ହେବା ଆବଶ୍ୟକ ବୋଲି ସେମାନେ କହିଥିଲେ।ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଆଇଟିଆଇର ଏହି ସାମାଜିକ ସଚେତନତାମୂଳକ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି।
