ବନ୍ୟାଂଚଳ ବାଲିପାଟଣାରେ ସାପକାମୁଡ଼ା: ସରକାରୀ ବ୍ୟବସ୍ଥା ନଥିବାରୁ ଡଙ୍ଗାରେ ମହିଳାଙ୍କୁ ହସ୍ପିଟାଲ ସ୍ଥାନାନ୍ତର

ପଟ୍ଟାମୁଣ୍ଡାଇ ୧୭/୮ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ୟା ଜଳରେ ଘେରି ରହିଥିବା ଏହି ଗ୍ରାମରେ ଜନୈକା ମହିଳା ନିରଜନଳିନୀ ସାହୁ (୪୨) ଙ୍କୁ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଗ୍ରାମରେ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ଜରୁରୀକାଳୀନ ଯାତାୟାତ କିମ୍ବା ଚିକିତ୍ସା ବ୍ୟବସ୍ଥାର ସୁବିଧା ହୋଇନଥିଲା। ଫଳରେ ସଂନ୍ଧ୍ୟା ସାଢେ ୫ ଟାରେ ସାପକାମୁଡ଼ାର ଶିକାର ହୋଇଥିବା ମହିଳାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପାଇଁ ପରିବାରବର୍ଗ ଓ ଗ୍ରାମବାସୀ କୌଣସି ସରକାରୀ ସହାୟତା ପାଇନଥିଲେ। ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଦୁଇହଜାର ଟଙ୍କାଦେଇ ଏକ ଡିଙ୍ଗି ବରାଦ କରି ବନ୍ୟାଜଳ ପାର ହୋଇ ପ୍ରାୟ ଦୁଇ ଘଂଟା ପରେ ପଟ୍ଟାମୁଣ୍ଡାଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସମ୍ପ୍ରତି ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି। ତେବେ ବନ୍ୟାଂଚଳରେ ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସେବା ଓ ଡଙ୍ଗା ବ୍ୟବସ୍ଥା ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Next Post

ବ୍ରାହ୍ମଣୀ  ବନ୍ୟାରେ ପଟ୍ଟାମୁଣ୍ଡାଇ ସ୍ଥିତି ସଂଗୀନ :  ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ବିଡ଼ିଓ, ଇଓ ଓ ଆଇ ଆଇ ସି କୁମ୍ଭୀର ଭୟରେ ଲୋକ ଆତଙ୍କିତ

Mon Aug 17 , 2026
ପଟ୍ଟାମୁଣ୍ଡାଇ ତା ୧୭/୮ ବ୍ରାହ୍ମଣୀ ଓ କାଣୀ ନଦୀରେ ୩ୟ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ଅଂଚଳର ସ୍ଥିତି ସଂଗୀନ ହୋଇ ପଡିଛି । ଏହି ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି । ବନ୍ୟା ଯୋଗୁଁ ବ୍ଲକ ଓ ପୌରାଞ୍ଚଳର ପାଖାପାଖି ୬୫ ହଜାର ଲୋକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading