
କେନ୍ଦ୍ରାପଡା,୨୧ା୭: କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, କାଣୀ ଆଦି ନଦୀର ତଟବର୍ତ୍ତୀ ଅଞ୍ଚଳବାସୀ ବର୍ଷା ଦିନ ଆସିଲେ ଭୟରେ କାଳାତିପାତ କରନ୍ତି। ଏହି ସବୁ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ହେଉଥିବାବେଳେ ଚଳିତ ବନ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ତଥାପି ବନ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ଦୃଢ଼ ପଦକ୍ଷେପ ନିଆଯାଇପାରିନାହିଁ। କେବଳ ସମ୍ଭାବ୍ୟ ବନ୍ୟାର କିଛିଦିନ ପୂର୍ବରୁ ଏବଂ ବନ୍ୟା ପରେ ଶାସକ ଓ ପ୍ରଶାସକଙ୍କ ତତ୍ପରତା ଦେଖାଯାଏ। ମାତ୍ର ବନ୍ୟା ନିୟନ୍ତ୍ରଣର ସଠିକ ବ୍ୟବସ୍ଥା କରାଯାଏ ନାହିଁ । ଫଳରେ ପ୍ରତ୍ୟକ ବନ୍ୟାରେ ଧନଜୀବନ ହାନୀ ହୁଏ । ଯଦି ଅଳପୁଆର ସୁବଳପୁର ଠାରୁ ବଲୁରିଆ ପର୍ଯ୍ୟନ୍ତ ଘେରିବନ୍ଧ ନିର୍ମାଣ କରାଯାଏ , ତେବେ ଧୋୟାଞ୍ଚଳର ଏକ ବୃହତ ଅଂଶକୁ ବନ୍ୟାପ୍ରବାହରୁ ମୁକ୍ତ କରାଯାଇପାରିବ ବୋଲି ୩ଦିନ ଧରି ବନ୍ୟାଞ୍ଚଳ ଗସ୍ତପରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ରାଜ୍ୟସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ଏହି ଦାବିପତ୍ର ସାହାନୁପ୍ରତିଶୀଳ ହୋଇ ଅଗ୍ରାଧିକାର ଭିତ୍ତିରେ ବିଚାର କରିବାକୁ ବିଧାୟକ ବେହେରା ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି । ଏନେଇ ଏକ ପ୍ରେସ ବିବୃତ୍ତି ଜାରି କରି ଗଣମାଧ୍ୟମକୁ ଜଣାଇଛନ୍ତି ।
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ୯ଟି ପଞ୍ଚାୟତ ଓ କେନ୍ଦ୍ରାପଡା ବ୍ଲକର ଗୋଟିଏ ପଞ୍ଚାୟତକୁ ଜୁଲାଇ ୧୭ ରୁ ୧୯ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବନ୍ୟାଞ୍ଚଳ ଗସ୍ତକରି ବନ୍ୟା ବିପନ୍ନଙ୍କ ସମସ୍ୟା ବୁଝିଥିଲେ । ଜଳବନ୍ଦିରେ ଥିବା ଲୋକେ ନିତ୍ୟ ବେବହାର୍ଯ୍ୟ ଜିନିଷ ସଂଗ୍ରହ କରିବାକୁ ସକ୍ଷମ ହେଉନଥିଲେ। ପ୍ରଶାସନ ପକ୍ଷରୁ ସେପରି ଦେଶୀଡ଼ଙ୍ଗା ବ୍ୟେବସ୍ଥା ହୋଇ ନଥିଲା । କେତେକ ପଡାଗ୍ରାମରେ ନଳକୂପ ବୁଡ଼ିଥିବାରୁ ପାନୀୟ ଜଳ ସଙ୍କଟ ଥିଲା । ଗୃହପାଳିତ ପ୍ରାଣୀଙ୍କ ଗୁହାଳ ବୁଡି ଥିବାରୁ ସେମାନଙ୍କୁ ମୁଖ୍ୟ ରାସ୍ତାରେ ଏଣେତେଣେ ବୁଲୁଥିଲେ । ଜଳବନ୍ଦୀରେ ଥିବା ଲୋକଙ୍କୁ ବିଧାୟକ ଭେଟିଥିବା ବେଳେ ଲୋକେ ମୁଖ୍ୟତଃ ଗୋ ଖାଦ୍ୟ ପାଇଁ ନିବେଦନ କରିଥିଲେ । ଗୋଖାଦ୍ୟ ଯୋଗାଣ ନିମନ୍ତେ ବିଧାୟକ ରିଲିଫ କମିଶନରଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ ୧୯ତାରଖରେ ପ୍ରତ୍ୟେକ ପଞ୍ଚାୟତରେ ଗୋଖାଦ୍ୟ ପହଞ୍ଚିବା ସମ୍ଭବ ହୋଇଥିଲା ମାତ୍ର ବନ୍ୟାପ୍ଲାବିତ ପ୍ରତ୍ୟେକ ଗ୍ରାମକୁ ଡଙ୍ଗା ଯାଇପାରିଲା ନାହିଁ । ଯାହା ଅତ୍ୟନ୍ତ ଦୁଖର ବିଷୟ । ଦୀର୍ଘ ୬ଦିନ ଧରୀ ଜଳବନ୍ଧୀ ଥିବା ଗ୍ରାମବାସୀମାନେ ବହୁ ହିନସ୍ତା ଭୋଗୁଥିବାର ଶ୍ରୀ ବେହେରା ଉପଲଧି କରିଥିଲେ । ଧୋୟାଞ୍ଚଳର ଏକ ବୃହତ ଅଂଶକୁ ବନ୍ୟାପ୍ରବାହରୁ ମୁକ୍ତ କରିବା ପାଇଁ ଅଳପୁଆର ସୁବଳପୁର ଠାରୁ ବଲୁରିଆ ଘେରିବନ୍ଧ ନିର୍ମାଣ କରିବାର ଜରୁରୀ ଆବଶ୍ୟକତା ଅଛି । ଏହି ଘେରବନ୍ଧ ନିର୍ମାଣ ହେଲେ ଅଳପୁଆ ପଞ୍ଚାୟତ ସୁବଳପୁର, ମିଶ୍ରବାଗ, ସେଠୀସାହି, ଜେନାସାହି ଓ ଅଳପୁଆ ଶାସନ, ତରଡିପାଳ ପଞ୍ଚାତୟର ପୋଖରୀକୂଳ, ତରଡିପାଳ ପେଣ୍ଠପାଳ ପଞ୍ଚାୟତର କୋଳଥିଆ, ବାଲିକିରା, ତୋଟାସାହି, ଦାଣ୍ଡିସାହି, ସିଂହଗାଁ ପଞ୍ଚାୟତର କୃଷ୍ଣଦାସପୁର, ଅଣ୍ଡରା ପଞ୍ଚାୟତର ବରହ୍ମପୁର, ବିଷ୍ଣୁପୁର, ଦାଣ୍ଡିଉପର ବ୍ରାହ୍ମ ଣ ସାହି ଓ ସମୁଦାୟ ଅଣ୍ଡରାବସ୍ତି ସୁରକ୍ଷିତ ହୋଇପାରିବ । ରାଜ୍ୟସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ଏହି ଦାବିପତ୍ର ସାହାନୁପ୍ରତିଶୀଳ ହୋଇ ଅଗ୍ରାଧିକାର ଭିତ୍ତିରେ ବିଚାର କରିବାକୁ ଶ୍ରୀଯୁକ୍ତ ବେହେରା ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି । ଗସ୍ତ ବେଳେ ବିଧାକଙ୍କ ତରଫରୁ ଶୁଖିଲା ଖାଦ୍ୟ, ଔଷଧ ଓ ବ୍ଲିଚିଂ ପାଉଡର ବଣ୍ଟନ କରାଯାଇଥିଲା । ବନ୍ୟାର ଠିକ ପରବର୍ତ୍ତି ଅବସ୍ଥାରେ ସ୍ୱାସ୍ଥ୍ୟ ବିଭାଗର ପ୍ରତ୍ୟେକ ପଞ୍ଚାୟତରେ ଗ୍ରାମିଣ ଶିବୀର କରାଇବାକୁ ସେ ପରାମର୍ଶ ଦେଇଛନ୍ତି ।
ବିଧାୟକ ଏହି ବନ୍ୟାଞ୍ଚଳ ଗସ୍ତ ସମୟରେ ବିଜେଡି ଦଳର ପ୍ରମୁଖ ନେତା ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ରଶ୍ମିକାନ୍ତ ବେହେରା, ସଭାପତି ବାପିବାବୁ, ଚନ୍ଦନ ସାହୁ, କୈଳାସ ଦାସ, କୃତିବାସ ସାହୁ, ସମ୍ବିତ ଶ୍ରୀ ଚନ୍ଦନ, ମଧୂସୁଦନ ସେଠୀ, ରଞ୍ଜିତ ନାୟକ, ଦେବବ୍ରତ ନାୟକ, ନିରଞ୍ଜନ ବାରିକ, ଅଭିଷେକ ବିଶ୍ଭାଲ, ମୁନା ମଲ୍ଲିକ, କୁଶିଆ ମଲ୍ଲିକ, କୈଳାସ ସେଠୀ, ସୁଧିର ବିଶ୍ୱାଳ, କେଦାର ବିଶ୍ୱାଳ, ଜ୍ୟୋତି ରଞ୍ଜନ ପ୍ରଧାନ, ଶ୍ରୀକାନ୍ତ ସାମଲ, ବାବାଜୀ ମଲ୍ଲିକ, ଶଶାଙ୍କ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ନାୟକ ,ଦୀପକ ନାୟକ, ଦେବାଶିଷ ବେହେରା, ଗାଙ୍ଗାଳୀ ସେଠୀ, ଉମେଶ ମହାନ୍ତି, ନିରଞ୍ଜନ ମଲ୍ଲିକ, ଚିଣ୍ଟୁ ସ୍ୱାଇଁ, ବିଶ୍ୱରଞ୍ଜନ ପରିଡା, ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ, ବିଶ୍ୱଜିତ ମହାନ୍ତି, ବୃନ୍ଦାବନ ମଲ୍ଲିକ, କୁଳମଣୀ ମଲ୍ଲିକ, ସରପଞ୍ଚ ସିଦ୍ଧାର୍ଥ ଦାସ, ସୁଜିତ ବିଶ୍ୱାଳ, ମଣି ରାଉତ, ସୁରେନ୍ଦ୍ର ଚନ୍ଦ୍ର ମାହାଳି, ବାବୁଲି ଦେ, ଲିଟୁ ଧଳ, ପପୁ ଖଣ୍ଡାଇ, ମାତା ବାରିକ, ବିମଳ ଖଣ୍ଡାଇ, ସତ୍ୟାମ ବିଶ୍ୱାଳ, ସରପଞ୍ଚ ଅଜିତ ପରିଡା, ନାରାୟଣ ପରିଡା, ସୌମ୍ୟରଞ୍ଜନ ସାହୁ, ପ୍ରମୋଦ ଜେନା, ସୁବ୍ରତ କେତନ ସୁତାର, ଅମୂଲ୍ୟ ପ୍ରଧାନ, ସାମ୍ବାଦିକ ଲକ୍ଷ୍ମୀଧର ବାରିକ ପ୍ରମୁଖ ସାମିଲ ହୋଇଥିଲେ ।
