ରାଜ୍ୟ ଭାଗବତ ଟୁଙ୍ଗି ପ୍ରଚାର ସମିତିର ନୂତନ କର୍ମକର୍ତ୍ତା ଚୟନ

blank
କେନ୍ଦ୍ରାପଡ଼ା,୨୬ା୯:ଓଡ଼ିଶାର ଅଗ୍ରଣୀ ସଂଗଠନ ଭାଗବତ ଟୁଙ୍ଗି ପ୍ରଚାର ସମିତି ପକ୍ଷରୁ ଭୁବନେଶ୍ୱର ନଅ ନମ୍ବର ଲେନ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମିତିର ସଭାପତି ବାବାଜି ସ୍ୱାଇଁ (ନଙ୍ଗୁଳି ବାବା)ଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ଭକ୍ତ ସମ୍ମିଳନୀ ଆହ୍ୱାନ କରଯାଇଥିଲା। ଏହି ସଭାରେ ଓଡିଶାର କୋଣ ଅନୁକୋଣରୁ ଭକ୍ତମାନେ ଯୋଗ ଦେଇଥିଲେ। ଉକ୍ତ ସଭାରେ ନିୟମ ଅନୁଯାୟୀ ପରିଚାଳନା କମିଟି ଚୟନ କରାଗଲା ତତ୍ ପରେ ଏକ ୯ ଦଫା ସମ୍ବଳିତ ଦାବିପତ୍ର ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଓ ସଚିବଙ୍କୁ ପ୍ରଦାନ କରାଯାଇଥିଲା। ଓଡ଼ିଶାରେ ଭାଗବତ ଟୁଙ୍ଗି ମାନଙ୍କର ପଡିରହିଥିବା ଅନୁଦାନ ରାଶି ତୁରନ୍ତ ଯୋଗାଇ ଦେବା, କଳାକାର ମାନଙ୍କ ବିଭିନ୍ନ ସମସ୍ୟା ସି. ଟି. ଏମ.ଏସ. ମାଧ୍ୟମରେ ପ୍ରୋଗ୍ରାମ କରିଥିବା ସାଂସ୍କୃତିକ ଦଳ ମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରିବା ଓ ବ୍ଲକ କଳାସଂସ୍କୃତି ସଂଘ,ଜିଲ୍ଲା କଳାସଂସ୍କୃତି ସଂଘକୁ କାର୍ଯ୍ୟକ୍ଷମ କରାଇବା ଇତ୍ୟାଦି ବିଷୟ ଉପରେ ଦାବିପତ୍ର ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସମିତିର ନୂତନ କର୍ମକର୍ତ୍ତା ଚୟନ କରାଯାଇ ସଭାପତି ଭାବେ ପୂଜ୍ୟ ନଙ୍ଗୁଳି ବାବା(ଜଗତସିଂହପୁର), ଉପ ସଭାପତି ସିଦ୍ଧେଶ୍ୱର ନାୟକ (କଟକ), ମନୋଜ ଦାସ (କେନ୍ଦୁଝର), ଘନଶ୍ୟାମ ପ୍ରଭୁ (କୋରାପୁଟ), ସୁବ୍ରତ ରାଉତ (କେନ୍ଦ୍ରାପଡ଼ା), ଶ୍ରୀକର ମିଶ୍ର (ବଲାଙ୍ଗୀର) ମୁଖ୍ୟ ଉପଦେଷ୍ଟା ଭାବେ ଶଶଧର ପଣ୍ଡା (ଭଦ୍ରକ), ସାଧାରଣ ସମ୍ପାଦକ – ଜ୍ଞାନରଞ୍ଜନ ରାଉତ(କେନ୍ଦ୍ରାପଡ଼ା), ସମ୍ପାଦକ ଭାବେ ସୁଧାଂଶୁ ଶେଖର ସାହୁ (ଜଗତସିଂହପୁର), କୋଷାଧ୍ୟକ୍ଷ ପ୍ରଶାନ୍ତ ଶେଖର ପଟ୍ଟନାୟକ(ଜଗତସିଂହପୁର), ସହକୋଷାଧ୍ୟକ୍ଷ ମେନନ ଦାସ(କେନ୍ଦ୍ରାପଡ଼ା), ଉପଦେଷ୍ଟା ଲିଙ୍ଗରାଜ ଚଇନି (ଭୁବନେଶ୍ୱର), ରାଜ୍ୟ ସଂଯୋଜକ ବସନ୍ତ କୁମାର ଦାସ(କେନ୍ଦ୍ରାପଡ଼ା), ଆଇନ ପରାମର୍ଶଦାତା ଅଶୋକ କୁମାର ସାମନ୍ତରାୟ (ଜଗତସିଂହପୁର)ଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶାର ପୂର୍ବତନ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସଙ୍କ ନାମରେ ପରିଚାଳିତ ହେଉଥିବା ଜମା ବହି ସଭାପତି ବାବାଜି ସ୍ୱାଇଁ ଓ ସମ୍ପାଦକ ସୁଧାଂଶୁ ଶେଖର ସାହୁଙ୍କ ନାମରେ ପରିଚାଳିତ ହେବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା ଓଡ଼ିଶାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସଧାରଣ ସଭ୍ୟ ପଦରେ ଚୟନ କରାଗଲା। ପରିଶେଷରେ ଘନଶ୍ୟାମ ପ୍ରଭୁ ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଚୋରାମଦ ଜବତ,୨ମହିଳା ସମେତ ୯କୋର୍ଟ ଚାଲାଣ

Fri Sep 26 , 2025
କେନ୍ଦ୍ରାପଡ଼ା,୨୬ା୯:ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ମାର୍ଶାଘାଇ, ଆଳି, କେନ୍ଦ୍ରାପଡ଼ା ସଦର, ପଟ୍ଟାମୁଣ୍ଡାଇ ଟାଉନ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ, ନିକିରାଇ, ଡେରାବିଶ ଓ କୁଦାନଗରୀ ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ପାଣିସାଉରିଆ ଗ୍ରାମର ସରୋଜିନୀ ମଳିକ(୩୨)ଙ୍କ ଠାରୁ ୧୪ ଲିଟର ବିଦେଶୀ ମଦ, ମାଟିଆ ଗ୍ରାମର ସଞ୍ଜୁଲତା ମଳିକ(୩୫)ଙ୍କ ଠାରୁ ୧୧ ଲିଟର ଦେଶୀ ମଦ, ଅଢ଼ାଜୋରି ଗ୍ରାମର ସଦାନନ୍ଦ ମଳିକ(୪୫)ଙ୍କ ଠାରୁ ୧୯ ଲିଟର ବିଦେଶୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading