ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଂକେତ ଡେଇଁ ୧୯.୬୫ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ ୧୭/୮ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ଜଳ ବିପଦ ସଂକେତ ୧୬ ଫୁଟ ଥିବା ବେଳେ ବର୍ତମାନ ୨୦ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ନଦୀକୂଳିଆ ଗ୍ରାମଗୁଡ଼ିକରେ ବନ୍ୟା ଆଶଙ୍କା ଘନେଇବାରେ ଲାଗିଛି। ଅଳଭା ଗ୍ରାମ ନିକଟସ୍ଥ ନଦୀ ଘେରିବନ୍ଧରେ ଘଳିଆ ସୃଷ୍ଟି ହୋଇଛି। ଯାହା ଗ୍ରାମବାସୀଙ୍କ ନିଦ ହଜି ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ପ୍ରକାଶ ପାଇଛିା ଜଳସମ୍ପଦ ବିଭାଗର ଆଗୁଆ ପଦକ୍ଷେପ ଅଭାବ ଓ ଅଣଦେଖା ଯୋଗୁଁ ଆଜି ଏଭଳି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଦୁର୍ବଳ ଘେରିବନ୍ଧ ଉପରେ କିଛି ଲୋକ ନିୟମ ବିରୋଧରେ ଭାରୀଯାନ ଚଳାଚଳ କରାଉଥିବାରୁ ବନ୍ଧ ଆହୁରି ଧସିବାର ଭୟ ଦେଖାଦେଇଛି। ଏହାକୁ ନେଇ ଗ୍ରାମବାସୀମାନେ ଭାରୀଯାନ ଚଳାଚଳକୁ ଦୃଢ଼ ବିରୋଧ କରିଛନ୍ତି। ବନ୍ଧର ସୁରକ୍ଷା ପାଇଁ ତୁରନ୍ତ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଜଳସମ୍ପଦ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚିି ବାଲିବସ୍ତା ପକାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି ।

Next Post

ବ୍ରାହ୍ମଣୀର ବନ୍ୟା ଜଳରେ ଫସିଛନ୍ତି ଶତାଧିକ ଛାତ୍ରୀଛାତ୍ର: କାନ୍ଦିକାନ୍ଦି ଗୁହାରି କଲେ ପିଲା

Mon Aug 17 , 2026
କୁଳସାହି ଆଶ୍ରମ ବିଦ୍ୟାଳୟରେ ବନ୍ୟା ପାଣି   ପଟ୍ଟାମୁଣ୍ଡାଇ ୧୭/୮କଳ୍ପତରୁ ନାୟକ- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି ଆବାସିକ ସ୍କୁଲ୍‌ରେ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ପଶିଯିବା ଯୋଗୁଁ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି । ଗତ ଦୁଇ ଦିନ ହେବ ସ୍କୁଲ୍ ଚାରିପାଖରେ ୮ ରୁ ୧୦ ଫୁଟ୍‌ର ବନ୍ୟା ପାଣି ଲହଡ଼ି ଭାଙ୍ଗୁଥିବାରୁ ପ୍ରାୟ ୩୦୦ ଜଣ ଛାତ୍ରୀଛାତ୍ର ଅସହାୟ ଭାବେ ଜଳବନ୍ଦୀ ହୋଇ ରହିଛନ୍ତି […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading