ଅଗ୍ନିକାଣ୍ଡରେ ୩ ବଖରା ଭଶ୍ମିଭୁତ, ଗୃହକର୍ତା ଗୁରୁତର

blank

ପଟ୍ଟାମୁଣ୍ଡାଇ ୧୧/୩ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ପଂଚାୟତ ମହଲକଣ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଚାଳ ଛପର ଘର ସମେତ ଆସବାବପତ୍ର ସମ୍ପୂର୍ଣ୍ଣ ଭଶ୍ମିଭୁତ ହୋଇଯାଇଛି। ନିଆଁକୁ ଆୟତ କରିବାକୁ ଯାଇ ଘରମାଲିକ ଗୁରୁତର ହୋଇ ଭୁବନେଶ୍ୱର ଘରୋଇ ଡାକ୍ତରଖାନା ଆଇସିୟୁରେ ଭର୍ତି ହୋଇଛନ୍ତି ।

ବଲୁରିଆ ମହଲକଣ ଗ୍ରାମର ବିଶ୍ୱଜିତ ରାଉତ ଓ ତାଙ୍କ ପତ୍ନୀ ଜୟଶ୍ରୀ ଶୋଇଥିବାବେଳେ ହଠାତ ଅତ୍ୟଧିକ ଗରମ ହେବାରୁ ବିଶ୍ୱଜିତ ଘର ବାହାରକୁ ଆସି ତାଙ୍କର ବାସଗୃହ ଜଳୁଥିବା ଦେଖି ଚିତ୍କାର କରିଥରଲେ । ସାହିପଡିଶା ମାନେ ପହଁଚି ପୋଖରୀରୁ ପାଣି ବୋହି ନିଆଁ ଲିଭାଇବାକୁ ଚେଷ୍ଠା ରେୁଥରବା ବେଳେ ବିଶ୍ୱଜିତ ଛପର ଉପରକୁ ଚଢି ଚାଳ ଉଲାରୁ ଥିବା ସମୟରେ ଅସାବଧାନତାବଶତଃ ସିଡ଼ିରୁ ଖସି ତଳେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଭର୍ତି କରାଯାଇଛି। ଏହି ଅଗ୍ନିକାଣ୍ଡରେ ବିଶ୍ୱଜିତଙ୍କ ପତ୍ନୀ ଜୟଶ୍ରୀଙ୍କ ଗୋଡ଼ ମଧ୍ୟ ପୋଡିଯାଇଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ ।ଅଣ୍ଢରା ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ଅଗ୍ନି ବିପନ୍ନ ବିଶ୍ୱଜିତଙ୍କ ପରିବାର ଅତ୍ୟନ୍ତ ଗରିବ ଓ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Next Post

ଉତ୍କଳଗୌରବ ମଧୁସୂଦନ ଦାସ,ଗୋପବନ୍ଧୁ ଚୌଧୁରୀ ଓ ରମା ଦେବୀଙ୍କ ଜନ୍ମଭୂମିରେ ଜନମଂଚ

Tue Mar 11 , 2025
ପଟ୍ଟାମୁଣ୍ଡାଇ ୧୧/୦୩ କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ କରି ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ଜନ ସମସ୍ୟାକୁ ନେଇ ଦୀର୍ଘ ବର୍ଷ ଧରି ଲଢେଇ କରି ଆସୁଥିବା ଗଣସଙ୍ଗଠନ ‘ଜନମଂଚ’ ପକ୍ଷରୁ ‘ଆମ ପୂର୍ବସୂରୀ, ଆମ ପରଂପରା, ଆମ ଐତିହ୍ୟ ପରିଚିତି’ କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତାର ଅପ୍ରତିମ ପ୍ରଣମ୍ୟ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମି ସାଲେପୁରର ସତ୍ୟଭାମାପୁର ଠାରୁ ମହାନ ତ୍ୟାଗୀ, ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading