ପଟ୍ଟାମୁଣ୍ଡାଇ, ୧୦/୮ -ପଟ୍ଟାମୁଣ୍ଡାଇର ସର୍ବ ପୁରାତନ ମନ୍ମଥନାଥ ହାଇସ୍କୁଲ ୧୯୮୩ ମସିହା ମାଟ୍ରିକ ଜୁନିଅର ବ୍ୟାଚ ଛାତ୍ରଛାତ୍ରୀଙ୍କ ବୈଠକ ଓ ଗୁରୁପୂଜନ ପଟ୍ଟାମୁଣ୍ଡାଇ ପୌରପାଳିକା କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଚ୍ଚିକାନ୍ତ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ଗୁରୁ ପରୀକ୍ଷିତ ରାୟ, ଖଗେଶ୍ୱର ପରିଡ଼ା, କୃଷ୍ଣଚନ୍ଦ୍ର ପଣ୍ଡା ଓ ବିଷ୍ଣୁଚରଣ କରଙ୍କୁ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର […]
କେନ୍ଦ୍ରାପଡ଼ା ଶ୍ରମିକଙ୍କ ହକ୍ ଏବଂ କୃଷକଙ୍କ ବାସ୍ତବ ସମସ୍ୟା ପ୍ରତି ସରକାରଙ୍କ କ୍ରମାଗତ ଉଦାସୀନତା ବିରୋଧରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ମିଳିତ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ଗୁଡ଼ିକ, ସ୍ୱାଧୀନ କ୍ଷେତ୍ରଭିତ୍ତିକ ଫେଡେରେସନ୍ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ସଂପୃକ୍ତ ବିଭିନ୍ନ କୃଷକ ସଂଗଠନର ମିଳିତ ଆହ୍ୱାନରେ ହଜାର ହଜାର ଶ୍ରମିକ ଓ କୃଷକ ଏହି ଗଣ-ବିକ୍ଷୋଭରେ ସାମିଲ […]
ପଟ୍ଟାମୁଣ୍ଡାଇରେ ବନ୍ୟାପାଣି କମିଛି, ବଢ଼ିଛି ଦୁର୍ଦ୍ଦଶା ସରୀସୃପ ଓ କୁମ୍ଭୀର ଭୟରେ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ୯/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରଥମ ବନ୍ୟାପାଣି କିଛି ମାତ୍ରାରେ କମିବା ପରେ ଲୋକେ ଆଶ୍ୱସ୍ତି ଲାଭ କରିଥିଲେ ସୁଦ୍ଧା ଅନେକ ରାସ୍ତାଘାଟରେ ଜଳବନ୍ଦୀ ଅବସ୍ଥା ବଜାୟ ରହିଥିଲା। ମାତ୍ର ଶନିବାର ଠାରୁ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇବାରୁ ସ୍ଥିତି […]
କେନ୍ଦ୍ରାପଡ଼ା, ୯/୮: କେନ୍ଦ୍ରାପଡା ଟାଉନରେ କିଛି ଦିନ ହେଲା ଦାଦା ଗିରି ନଥିବା ବେଳେ ଏବେ କେତେକ ଯୁବକଙ୍କ ଗୁଣ୍ଡାମୀ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରାତି ଅଧରେ ଜଣଙ୍କ ଦୋକାନ ଘରକୁ ଶାବଳରେ ତାଡି ଭାଙ୍ଗିବା ସହ ପ୍ରତିବାଦ କରିବାରୁ ଘର ମାଲିକଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ଏ ନେଇ ଟାଉନ ଥାନାରେ ଅଭିଯୋଗ କରାଯାଇଛି । […]
କେନ୍ଦ୍ରାପଡା୯ା୮: କେନ୍ଦ୍ରାପଡା ଜିଲ୍ଲାର ଶିକ୍ଷକ ଏବେ କେନ୍ଦ୍ରାପଡା ସହର ମୁହାଁ କେନ୍ଦ୍ରାପଡା ସହର ପାଖାପାଖି ସ୍କୁଲରେ ଶିକ୍ଷକ ଛାତ୍ରଛାତ୍ରୀ ଅନୁପାତରେ ଥିବା ବେଳେ ଅନ୍ୟ ବ୍ଲକ୍ ରୁ ଆବଶ୍ୟକ ନଥିବା ବିଦ୍ୟାଳୟକୁ ଆସୁଛନ୍ତି । ଜିଲ୍ଲାର ଉପାନ୍ତ ବ୍ଲକ ମାନଙ୍କରେ କେଉଁଠି ଗୋଟିଏ ଶିକ୍ଷକରେ ଚାଲିଛି ୫ଟି ଶ୍ରେଣୀ ବା କେଉଁଠି ଦୁଇଟି ଶିକ୍ଷକରେ ଚାଲିଛି ଆଠ ଟି ଶ୍ରେଣୀ । ଏବେ ଶିକ୍ଷକ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି […]
କେନ୍ଦ୍ରାପଡ଼ା,୯ା୮:ଅଗଷ୍ଟ ୯ କ୍ରାନ୍ତୀ ଦିବସ ଅବସରରେ ଗରାପୁରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତୀରେ କେନ୍ଦ୍ରାପଡା ଜିଲ୍ଲା ଗାନ୍ଧି ପଦଯାତ୍ରା ସ୍ମୃତି କମିଟି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ତିନିମୁହାଣୀଛକସ୍ଥିତ ଗାନ୍ଧୀ ସ୍ମୃତିପୀଠରେ ସଙ୍ଗଠନ ପକ୍ଷରୁ ସମ୍ପାଦକ ରାଜେଶ ପଣ୍ଡାଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଙ୍କ ସହ ଥିବା ଅନ୍ୟ ସହିଦ୍ମାନଙ୍କୁ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସ୍ମୃତି କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ […]
କେନ୍ଦ୍ରାପଡ଼ା,୯ା୮:ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଁ ସେମାନଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍ ନେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଶିକ୍ଷା, କ୍ୟାରିୟର ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମତ ବିନିମୟ […]
ପଟ୍ଟାମୁଣ୍ଡାଇ ୯/୮ କଳ୍ପତରୁ ନାୟକ-ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ ଚଳିତ ବର୍ଷ ଧାନ ପଞ୍ଜୀକରଣ ପାଇଁ ଏଗ୍ରୀଷ୍ଟାକ୍ ଫାର୍ମର ଆଇଡି ବାଧ୍ୟତାମୂଳକ କରାଯାଇଛି। ମାତ୍ର ଏହି ନୂତନ ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ବ୍ୟାପକ ପ୍ରଚାର ପ୍ରସାର କରାଯାଇ ନାହିଁ । ଫଳରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀକୂଳ ଧାନ ପଞ୍ଜୀକରଣ ନେଇ ଗଭୀର ନିରାଶା ଓ ଚିନ୍ତାରେ ପଡ଼ିଛନ୍ତି। ଗ୍ରାମାଂଚଳରେ ଚାଷ କାର୍ଯ୍ୟ କରୁଥିବା […]
ପଟ୍ଟାମୁଣ୍ଡାଇ ୯/୮ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ତନୁପୁର ଗ୍ରାମରଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୁଇ ଜଣ ଯୁବକ ପଟ୍ଟାମୁଣ୍ଡାଇରୁ ଫେରୁଥିବା ବେଳେ ତନୁପୁର ନିକଟରେ ଥିବା ଏକ ବିଦ୍ୟୁତ ଖୁଂଟରେ ପିଟି ହୋଇ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ରୁ କେନ୍ଦ୍ରାପଡା ନେବା ବଟରେ ଜଣଙ୍କର ମୁତ୍ୟୁ ହୋଇଥିବା ଖବର ମିଳିଛି । ତନୁପୁର ଗ୍ରାମର ମାନସ ମଲିକ (୨୮) […]
କେନ୍ଦ୍ରାପଡ଼ା,୮ା୮:ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ବୃଦ୍ଧି ଓ ମାଆମାନଙ୍କୁ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ପୁରୁଣା ମେଡିକାଲ ପରିସରସ୍ଥିତ ସମ୍ମିଳନୀ ଗୃହରେ ମଧ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ […]

