ଗ୍ରାମ୍ୟ ନିର୍ମାଣ ବିଭାଗ ଅଧିକାରୀଙ୍କ ଅକଳନ ବିନା ରାସ୍ତାକାମ , ବିଭିନ୍ନ ପ୍ରକଳ୍ପରେ ଅନିୟମିତତା ,

blank
ପଟ୍ଟାମୁଣ୍ଡାଇ ୧୪/୪ -ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳରେ ବସବାସ କରୁଥିବା ଲୋକମାନଙ୍କ ଗମନାଗନର ସୁବିଧା ନିମନ୍ତେ ରାସ୍ତା ନିର୍ମାଣ ବାବଦରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗ୍ରାମ୍ୟ ନିର୍ମାଣ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ବ୍ଲକ ମୂଖ୍ୟାଳୟକୁ ସଂଜୋଗ କରୁଥିବା ବିଭିନ୍ନ ମୁଖ୍ୟ ମୁଖ୍ୟ ରାସ୍ତାଗୁଡ଼ିକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲକରାଇ ରାସ୍ତା ନିର୍ମାଣ କରାଉଛନ୍ତି। ହେଲେ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧିନରେ ହେଉଥିବା ରାସ୍ତା ନିର୍ମାଣ ଯୋଜନା ଗୁଡିକ କେବଳ କାଗଜ କଲମରେ ସିମିତ ରହୁଥିବା ଅଭିଯୋଗ ହେଉଛି । ଯେଉଁ ରସ୍ତା କାମ ହେଉଛି ବର୍ଷକୁ ଥରେ ଦୁଇଥର ସେଥିରେ ପ୍ୟାଚ କାମ ହେଉଛି । ରାସ୍ତା କାମରେ ଅନିୟମିତତା ଯୋଗୁଁ ଖାଲଖମା ହୋଇପଡୁଥିବା ବେଳେ ଲୋକାଙ୍କ କାମରେ ଆସୁନାହିଁ । ଏହି ଭଳି ଆରଡି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗ୍ରାମାଂଚଳର ଲୋକେ ସରକାରଙ୍କ ଯୋଜନାରୁ ବଂଚିତ ହେଉଛନ୍ତି ବୋଲି ସାଧରଣରେ ମତପ୍ରକାଶ ପାଉଛି ।
ସ୍ଥାନୀୟ ଗ୍ରାମବାସୀ ଶିବ ପ୍ରଶାଦ ପ୍ରଧାନ, ନଳିନୀ ରାଉତ, ସର୍ବଶ୍ୱେର ସେଠୀ ସୌମ୍ୟ ପ୍ରଧାନ କୁହନ୍ତି ପଟ୍ଟାମୁଣ୍ଡାଇ ବ୍ଲକର ଉତିକଣ ଅଂଚଳର ପ୍ରତ୍ୟକ ଗ୍ରାମକୁ ସଂଜୋଗ କରୁଥିବା ଏକାଧିକ ଆରଡି ବିଭାଗ ରାସ୍ତା କାମରେ ଅନିୟମିତତା ଦେଖାଯାଉଛିା ଏହି ଉତିକଣ ଅଂଚଳର ନିର୍ମାଣଧିନ ରାସ୍ତା ଘାଟକୁ ଦେଖିଲେ ଜଣା ପଡୁଛି ଏଠି ସରକାରଙ୍କ ପକ୍ଷରୁ ଆସିଥିବା ରାସ୍ତ ନିର୍ମାଣ ଟଙ୍କା ବାଟବଣା ହେଉଛିା ରାସ୍ତା କାମ ସରିବାର ମାସ କେଇଟାବି ଯାଉନି ରାସ୍ତା ଫାଟି ଆଁ କରିବା ସହ ଗାତ ହୋଇଯାଇଥିବା ଦେଖିବାକୁ ମିଳିଛି । ଉଦାହରଣ ଭାବେ ଦୋଷିଆ ରୁ ସାତକୁଡିଆ ପ୍ରାୟ ୪ କୋଟି ଟଙ୍କାର ରାସ୍ତାକୁ ନେଇପାରିବା । ସମ୍ପୃକ୍ତ ରାସ୍ତା ଦୋଷିଆ ରୁ ଧନିଆପଲ୍ଲୀ ପର୍ଯ୍ୟନ୍ତ ପୁରୁଣା ରାସ୍ତା ଉପରେ ପିଚୁ କାରାଯାଇଥିବା ବେଳେ ଧନିଆପଲ୍ଲୀରୁ ସତକୁଡିଆ ପର୍ଯ୍ୟନ୍ତ ନୂତନ୍ନ ରାସ୍ତା ନିର୍ମାଣ ହେବାର ବ୍ୟୟଅଟକଳ ହୋଇଥିଲା । ମାତ୍ର ରାସ୍ତାଟି ବ୍ୟକ୍ତିଗତ ଜମି ଦେଇ ଯିବାକୁ ଥିବା ବେଳେ ଜମିମାଲିକ ବାଧକ ସାଜିଲା । ଫଳରେ ରାସ୍ତା କାମ ଅଧାରୁ ବନ୍ଦ ରହିଛି । ବିଭାଗ ପକ୍ଷରୁ ସଠିକ ଆକଳନରେ କାମ ହୋଇନଥିବାରୁ ରାସ୍ତାଟି ଜନସାଧାରଣଙ୍କ ହିତରେ ନଆସି ଅଧାପନ୍ତିରିଆ ଭାବେ ରହିଛି । ହେଲେ ଗତ ୨୦୨୪ରେଏହି ରାସ୍ତାର ନିର୍ମାଣ କରିଥିବା ଠିକା ସଂସ୍ଥା ବିଲ ଉଠାଇ ନେଇଛି ବୋଲି ବିଭାଗ ପକ୍ଷରୁ ଜଣାପଡିଛି । ଏନେଇ ଗ୍ରାମବାସୀ ନିର୍ବାହୀ ଯନ୍ତ୍ରୀ, ଓ ମୁଖ୍ୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ କୌଣସି ଫରକ ପଡିନଥିଲା । ଅନ୍ୟପକ୍ଷରେ ଦୋଷିଆ-ଧନିଆପଲ୍ଲୀ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇରହିଛି । ରାସ୍ତାକାମ ଏପରି ହୋଇଛି ଯେ ଗୋଡ଼ ଘୋସାରିଲେ ହାତରେ ରାମ୍ପିଲେ ଗୋଡ଼ି ଉଠିଯାଉଛି। କାମବେଳେ ପଟ୍ଟାମୁଣ୍ଡାଇ ଆରଡି ବିଭାଗ ସହକାରୀ ଯନ୍ତ୍ରୀ, କିମ୍ବା କନିଷ୍ଠ ଯନ୍ତ୍ରୀ ପ୍ରାୟତଃ ଦେଖାଶୁଣା କରୁନଥିଲେ କି ଏବେ କରୁନାହାଁନ୍ତି । ସେଥିପାଇଁ ଠିକାଦାରଙ୍କ ମନମାନିରେ ଜେନେତେନେ ପ୍ରକାର ରାସ୍ତା କାମସାରି ବିଲନେଇଚାଲିଛନ୍ତି। ରାସ୍ତା ସାରା ଖାଲଖମାରେ ପଡ଼ିରହିଛି । ଗାଡ଼ିମଟର ତ ଦୂରର କଥା ପାଦରେ ଚାଲିକି ଯିବାକୁ ଭୟ ଲାଗୁଛି । ବିଶେଷକରି ସରକାର ଗାଁକୁ ରାସ୍ତା, ସେତୁ, ପୋଲ ନିର୍ମାଣ ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି। କିନ୍ତୁ ଗ୍ରାମ୍ୟ ନିର୍ମାଣ ବିଭାଗର ଚିରାଚରିତ ଅବହେଳା ଯୋଗୁଁ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିଛି । ବର୍ଷବର୍ଷ ହେଲା ନିର୍ମାଣ ଆରମ୍ଭ ହୋଇଥିବା ପ୍ରକଳ୍ପ ଶେଷହେବାର ନାଁ ନେଉନି । ଯଦ୍ୱାରା ଜନସାଧାରଣ ଯାବତୀୟ ସମସ୍ୟା ଭୋଗିବା ହିଁ ସାର ହେଉଛି। ତୁରନ୍ତ ଖରାପ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ଦାବି କରାଯାଇଛି । ଦୁର୍ନିତୀ ନିବାରଣ ବିଭାଗ ମଧ୍ୟରାସ୍ତା କାମର ଭିତିରିଆ ତଦନ୍ତ ଆରମ୍ଭ କରୁଥିବା ଶୁଣିବାକୁ ମିଳୁଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କୁହାଯାଉଛି ।

Next Post

ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

Sun Apr 27 , 2025
କେନ୍ଦ୍ରାପଡ଼ା,୨୭ା୪: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର-କେନ୍ଦ୍ରାପଡା ପୂର୍ତ୍ତବିଭାଗ ରାସ୍ତାର ଶ୍ୟାମସୁନ୍ଦରପୁର ଗ୍ରାମ ନିକଟରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତିଙ୍କ କୈାଣସି ପରିଚୟ ମିଳିପାରିନାହିଁ। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। କିନ୍ତୁ ପରିଚୟ ମିଳିପାରିନଥିବାରୁ ମୃତଦେହକୁ ଚିହ୍ନଟ ପାଇଁ ୩ଦିନ ଶବ ସଂରକ୍ଷଣ ଗୃହରେ ରଖାଯିବ ବୋଲି ପୋଲିସ କହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଶ୍ୟାମସୁନ୍ଦରପୁର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading