ପଟ୍ଟାମୁଣ୍ଡାଇ ୪/୯ -କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ କାର୍ଯ୍ୟକ୍ରମ ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ, କେନ୍ଦ୍ରାପଡ଼ା ଜିଲା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଗୋପୀନାଥ ପଲାନିଆନ୍ନନ ଯୋଗଦେଇ କଂଗ୍ରେସ ଦଳର ସଂଗଠନ ଅଭିବୃଦ୍ଧି ପାଇଁ ଦଳୀୟ ନେତା ଓ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ । ଜିଲା ସଭାପତି ଚୟନ ପାଇଁ ମତାମତ […]

କେନ୍ଦ୍ରାପଡ଼ା,୪ା୯:ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଏକ ମଣ୍ଡଳ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ତଥା ମଦ୍ରାସାର ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହିତ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ ପାଇଁ ‘ସିଦ୍ଧି ଓ ଲକ୍ଷ୍ୟ’ ନାମକ ଏକ ବ୍ଲୁପ୍ରିଣ୍ଟର […]

ପଟ୍ଟାମୁଣ୍ଡାଇ ୪/୯ – ପଟ୍ଟାମୁଣ୍ଡାଇ ସହର ଗତ କିଛି ଦିନ ହେବ ଅଶାନ୍ତ ହୋଇପଡିଛି । ସାମାନ୍ୟ ଘଟଣାକୁ ନେଇ  ଦୁଇଟି ଗୋଷ୍ଠୀ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହୋଇଛି  । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା  ପୋଲିସ  ଉଭୟ ପକ୍ଷର ୪ଜଣଙ୍କୁ  କୋର୍ଟ ଚାଲାଣ କରାଇଛି । ଏହି ଘଟଣାକୁ ସାମ୍ପ୍ରଦାୟିକ ଗଣ୍ଡଗୋଳରେ ପରିଣତ କରିବା ପାଇଁ କେତେକ ଅସାମାଜିକ ତତ୍ୱ ଶଡଯନ୍ତ୍ର କରିବା ଘଟଣା ପୋଲିସ ନଜରକୁ […]

କେନ୍ଦ୍ରାପଡ଼ା,୨ା୯:କେନ୍ଦ୍ରାପଡାର ତୁଳସୀ ମହିଳା ମହାବିଦ୍ୟାଳୟକୁ ରାଜ୍ୟ ମହିଳା ଆୟୋଗ ସଦସ୍ୟା ଡ. କଳ୍ପନା ମଲ୍ଲିକ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ସେ ମହାବିଦ୍ୟାଳୟର ଅଧ୍ୟକ୍ଷ,ଅଧ୍ୟାପକ, କର୍ମଚାରୀ, ଆଭ୍ୟନ୍ତରୀଣ କମିଟି ଅଧ୍ୟକ୍ଷା ଓ ସଦସ୍ୟ,ସଦସ୍ୟାମାନଙ୍କ ସହ ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିଷେଧ ଆଇନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଛାତ୍ରୀମନଙ୍କ ସହ ମଧ୍ୟ ସିଧାସଳଖ ଆଲୋଚନା ହୋଇଥିଲା। ଯେଉଁଥିରେ ଆଭ୍ୟନ୍ତରୀଣ କମିଟିର ଭୂମିକା, ଯୌନ ଉତ୍ପୀଡନ ବିଷୟକ ନିୟମାବଳୀ, ଓ ସାମଗ୍ରୀ […]

କେନ୍ଦ୍ରାପଡ଼ା,୨ା୯:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର ମଙ୍ଗଳବାର ପୂର୍ବାହ୍ନରେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରି ମେଡିକାଲ ଅଧିକାରୀଙ୍କ ସହିତ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ ଜିଲ୍ଲାପାଳ ଇଣ୍ଡୋର ଓ ଆଉଟ୍ ଡୋର ରୋଗୀ ମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ପରେ ଜିଲ୍ଲାପାଳ ବିଭିନ୍ନ ରେଜିଷ୍ଟର ଏବଂ ଔଷଧ ଗୁଡିକ ଯାଞ୍ଚ କରିଥିଲେ। ରୋଗୀ ମାନେ ଯେପରି ସର୍ବଦା ଉତ୍ତମ ଚିକିତ୍ସା ସେବା ପାଇପାରିବେ […]

କେନ୍ଦ୍ରାପଡ଼ା,୨ା୮:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର ମଙ୍ଗଳବାର କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କୁତରଙ୍ଗ ଗ୍ରାମପଞ୍ଚାୟତର ପଲ୍ଲୀ ଶିକ୍ଷାଶ୍ରମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢାଇଛନ୍ତି। ଜିଲ୍ଲାପାଳ ପିଲାମାନଙ୍କୁ ସାଧାରଣ ଜ୍ଞାନ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏଥିସହ ପିଲାମାନଙ୍କୁ ସାଧାରଣ ଜ୍ଞାନ ବିଷୟରେ ପ୍ରତିଦିନ ଶିକ୍ଷା ଦେବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଗିଦ କରିଦେଇଥିଲେ। ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ସହ ସାଧାରଣ ଜ୍ଞାନ ପଢିବା ନିହାତି ଆବଶ୍ୟକ। ସାଧାରଣ ଜ୍ଞାନ […]

ପଟ୍ଟାମୁଣ୍ଡାଇ ୧/୯- ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଥିବା ବନିତା ରାଉତ ହତ୍ୟା ଘଟଣା ଏବେବି ରହସ୍ୟାବୃତ୍ତ ହୋଇ ରହିଛି । ଏହି ହତ୍ୟାର ପର୍ଦାଫାଶ କରିବା ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ସାଇଂଟିଫିକ ଟିମସହିତ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ତେବେ ସନ୍ଧିଗ୍ଧ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ମୃତା ବନିତାଙ୍କ ଶବ ବ୍ୟବଛେଦ ପରେ ତାଙ୍କ ଶାଶୁ ଘର ଗାଁ ଆଳି ଥାନା […]

ପଟ୍ଟାମୁଣ୍ଡାଇ କଲେଜରେ ଏଚଆରସି ସଚେତନତା ସଭା ପଟ୍ଟାମୁଣ୍ଡାଇ ୧/୯-ଆମ ରାଜ୍ୟରେ ଗଣମାଧ୍ୟମରେ ନିୟମିତ ଆତ୍ମହତ୍ୟା ସମ୍ପର୍କିତ ଖବର ପ୍ରକାଶ ପାଇବା ଯୋଗୁ ତାହା ସ୍ଥଳବିଶେଷରେ ବିଷମ ସ୍ଥିତି ସୃଷ୍ଟି କରୁଛି। ଓଡିଶାରେ ଆତ୍ମହତ୍ୟାର ସଂଖ୍ୟା ଜାତୀୟ ହାରଠାରୁ ଅଧିକ ହୋଇଥିବା ବେଳେ ସେଥିରେ ଛାତ୍ରୀଛାତ୍ର ମହଲରେ ଦେଖା ଦେଇଥିବା ଆତ୍ମହତ୍ୟା ପ୍ରବଣତା ଏକ ଚିନ୍ତାଜନକ ବିଷୟ । ଏଭଳି ହୀନ ମାନସିକତା ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ […]

କେନ୍ଦ୍ରାପଡ଼ା, ୩୧ା୮: ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରବିବାର ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ପକ୍ଷରୁ ସାଇକେଲ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନୁଆ ବସଷ୍ଟାଣ୍ଡରୁ ଏହି ସାଇକେଲ ଶୋଭାଯାତ୍ରା ବାହାରି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ସମାପ୍ତ ହୋଇଥିଲା । ଜିଲ୍ଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ସାଇକେଲ ସଚେତନତା ଶୋଭାଯାତ୍ରାର ଶୁଭାରମ୍ବ କରିଥିଲେ। ଅନ୍ୟମାନଙ୍କ […]

କେନ୍ଦ୍ରାପଡା,୩୧ା୮: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଜିଲ୍ଲା କନ୍‌ଭେନ୍‌ସନ୍ ଦୁହୁରିଆ ସ୍ଥିତ ଓଷ୍ଟା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଓଷ୍ଟାର ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ପ୍ରାରମ୍ଭରେ ସମନ୍ୱୟ ସମିତିର ଆବାହକ ଭଗବାନ ସାହୁ କନ୍‌ଭେନସନ୍‌ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରାଜ୍ୟ ଓଷ୍ଟାର ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା ଆନ୍ଦୋଳନର ସ୍ଥିତି, ସମନ୍ୱୟ ସମିତିର […]

Breaking News