ପଟ୍ଟାମୁଣ୍ଡାଇ ୮/୯ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବ୍ରାହ୍ମଣୀ ନଦୀ ବନ୍ୟା ଜଳରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଶ୍ରୀରାମପୁର ଗାଁର ରତ୍ନାକର ରାଉତ ( ୬୨)ବୋଲି ଜଣାପଡ଼ିଛି । ଡ଼ଙ୍ଗାରେ ପାର ହେବା ପାଇଁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାରୁ ଖସି ପଡି ପାଣିରେ ପଡ଼ିଯାଇଥିଲେ । ଫଳରେ ବନ୍ୟା ସ୍ରୋତରେ ବୁଡି ଭାସି ଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ […]
HOME
ପଟ୍ଟାମୁଣ୍ଡାଇ ୮/୯-ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୪ର୍ଥ ବନ୍ୟା ସ୍ଥିତିରେ ସୁଧାର ଆସିଛି । ଧିରେ ଧିରେ ବନ୍ୟା କମୁୁଥିବା ବେଳେ ବନ୍ୟା ବିପନ୍ନଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି । ଅଳଭା ଠାରେ ବନ୍ୟାଜଳ ପତନ ୧୬. ୫ଫୁଟ ଥିବାବେଳେ ଏଠାରେ ବିପଦ ସଂକେତ ସରକାରୀ ଭାବେ ବ୍ରିଟିଶ ଅମଳରୁ ୧୬ ଫୁଟ ରହିଛି ।ବିପନ୍ନ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି । ରାସ୍ତାଘାଟ ବୁଡି ଯାଇଥିବାରୁ […]
କେନ୍ଦ୍ରାପଡ଼ା,୮ା୯:ବିଶ୍ୱଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ବିଶ୍ୱଶାନ୍ତି ପାଇଁ ରୁଦ୍ରାଭିଷେକ, ଗୁରୁଦେବଙ୍କ ପାଦପୂଜନ, ଭଜନକୀର୍ତ୍ତନ କରାଯିବା ସହ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା। ଏଥିସହିତ ଶିବାନନ୍ଦଙ୍କ ଜୀବନଦର୍ଶନ ଉପରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ,ଆଶ୍ରମର ଉପସଭାପତି ଡ. […]
କେନ୍ଦ୍ରାପଡ଼ା,୮ା୯: ଆସନ୍ତା ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଞ୍ଚିର ମୋରାବାଡି ଫୁଟବଲ ଷ୍ଟାଡିୟମରେ ୩୬ତମ ପୂର୍ବ ଜୋନ କନିଷ୍ଠ ଆଥଲେଟିକ ଚମ୍ପିଆନସିପ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ଆଥଲେଟିକ ଆସୋସିଏସନ ଦ୍ୱାରା କଟକ ବାରବାଟି ଷ୍ଟାଡିୟମ ପୋଲିସ ପଡିଆରେ ଚଳିତମାସ ୬ରୁ ୭ତାରିଖ ଦୁଇଦିନ ଧରି ଖେଳାଳୀ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାପଡା ଆଥଲେଟିକ ଆସୋସିଏସନ ପକ୍ଷରୁ ୧୪ରୁ […]
କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଭେଣ୍ଡିଂ ଜୋନ କ୍ୟାବିନରେ ବୋଧଗାଁର ଝିଅ ବନିତା ରାଉତ ବିଭତ୍ସ ହତ୍ୟା ଘଟଣାର ପ୍ରତିବାଦରେ ସୋମବାର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ପୋଲିସିର ନିଷ୍କ୍ରିୟତା ଓ ପକ୍ଷପାତିତା, ଦୋଷୀମାନଙ୍କୁ ଘଣ୍ଟ ଘୋଡାଇବା, ମୃତ ବନିତାଙ୍କ ବିରୁଦ୍ଧରେ ପୋଲିସର ବୟାନ ବାଜି ଏବଂ ପୋଲିସର ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ […]
ପଟ୍ଟାମୁଣ୍ଡାଇ ୭/୯- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ଗତ ଜୁଲାଇ ୭ରୁ ଆଜି ପର୍ଯ୍ୟନ୍ତ ୪ ଥର ବନ୍ୟା ଆସି ୧୪ ପଚାଂୟତ ସମେତ ପୌରାଂଚଳର ୧୧ ଓାଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ବହୁ ଗ୍ରାମ ବହ୍ୟଜଗତରୁ ବିଛିନ୍ନ ଅଛି । କିଛି ମାସ ଭିତରେ ୪ ଥର ବନ୍ୟା ଆସିବା ଫଳରେ ହଜାର ହଜାର ହେକ୍ଟର ଚାଷଜମିରେ […]
ପଟ୍ଟାମୁଣ୍ଡାଇ ୬/୯ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ବହୁ ଗୌରବରେ ଗୌରବାନ୍ୱିତ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ୪ଜଣ ଶିକ୍ଷକ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରି ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି। ପବିତ୍ର ଗୁରୁ ଦିବସ ତଥା ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ନଙ୍କ ଜନ୍ମ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦିଆଯାଇଛି। ଏହି ବିଦ୍ୟାଳୟରୁ ଚାରି ଜଣ ସୁନାମ ଧନ୍ୟ […]
ପଟ୍ଟାମୁଣ୍ଡାଇ ୬/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ୧୪ଟି ପଂଚାୟତ ପୌରାଂଚଳର ପ୍ରାୟ ୧୧ଟି ଓାର୍ଡରେ ବାରମ୍ବାର ବନ୍ୟା ଆସି ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ଚଳିତବର୍ଷ ଗତ ୨ମାସ ଭିତରେ ୪ ଥର ବନ୍ୟା ଜଳ ପ୍ରବେଶ କରି ପ୍ରାୟ ୭୦ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଥିବା ବେଳେ ସହସହ ହେକ୍ଟର ଚାଷଜମୀ ନଷ୍ଠ ହୋଇଯାଇଛି । ବ୍ରାହ୍ମଣୀରେ […]
କେନ୍ଦ୍ରାପଡ଼ା,୬ା୯:ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ରାଜନଗର ଓ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗୋବିନ୍ଦପୁର ଗ୍ରାମର ଅନିରୁଦ୍ଧ ମଳିକ(୪୧)ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ, ସୌମ୍ୟରଞ୍ଜନ ପାତ୍ର(୨୧)ଙ୍କ ଠାରୁ ୨୧ ଲିଟର ଦେଶୀ ମଦ, ଏକଲାପୁର ଗ୍ରାମର ସଞ୍ଜୟ ରାଉତ(୪୫)ଙ୍କ ଠାରୁ ୩୬ ଲିଟର ବିଦେଶୀ ମଦ, ବେଣାକନ୍ଦା ଗ୍ରାମର ନାଡୁଗୋପାଳ ମଣ୍ଡଳ(୫୨)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, […]
କେନ୍ଦ୍ରାପଡ଼ା,୬ା୯:ପବିତ୍ର ସୁନିଆର ଶୁଭମୁହୂର୍ତ୍ତରେ ପ୍ରାନ୍ତ ଧର୍ମଜାଗରଣ ସମନ୍ୱୟ ସଂସ୍କୃତି ଆୟମ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ଧର୍ମଜାଗରଣ ସମନ୍ୱୟ ସହଯୋଗରେ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ତତ୍ୱାବଧାନରେ “ସାଧୁ ସ୍ୱାଧାୟ ସଙ୍ଗମ -୨୦୨୫” ନାମରେ ଏକ ଭବ୍ୟ କାର୍ଯ୍ୟକ୍ରମ ଗୁରୁବାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଆୟୋଜନ କରାଯାଇଥିଲା। ପୂଜ୍ୟ ସ୍ୱାମୀ ବ୍ରହ୍ମାନନ୍ଦଜୀ, ପ୍ରାନ୍ତ ସଂସ୍କୃତି ପ୍ରମୁଖ ସ୍ୱାମୀ ସ୍ମୃତିସାଗର ମହାରାଜ, ସ୍ୱାମୀ ସଚ୍ଚିଦାନନ୍ଦ ମହାରାଜ, ସ୍ୱାମୀ ବିଶ୍ୱନାଥ ମହାରାଜ,ତ୍ରୈଲୋକ୍ୟକେଶରୀ ଭାରତୀ […]

