ନୂଆଗାଁରେ ଅଷ୍ଟମପ୍ରହର ନାମଯଜ୍ଞ

blank
ପଟ୍ଟାମୁଣ୍ଡାଇ ତା ୧୨/୫- ପଟ୍ଟାମୁଣ୍ଡାଇ ପୌରାଞ୍ଚକ ଅନ୍ତର୍ଗତ ୯ନଂ ୱାର୍ଡ ନୂଆଗାଁ ଠାରେ ଗତ ୧୦, ୧୧, ୧୨ ତାରିଖ ତିନି ଦିନ ଧରି ଅଷ୍ଟମପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଶୁଭଧିବାସ, ନାମ ସଂକ୍ରିତନ ଓ ନଗର କୀର୍ତନ ଅନୁଷ୍ଠିତ ହୋଇ ଥିଲା । ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ମାନେ ଠାକୁରଙ୍କ ପୂଜାର୍ଚନା ଓ ସମସ୍ତ ପୂଜାଵିଧି ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ବୁଢା ଲେଙ୍କା, କାଉନସିଲର ପ୍ରିୟଙ୍କା ସେଠୀ, ଯୁବନେତା ଚିତ୍ତରଂଜନ ସେଠୀ, ପୂର୍ବତନ କାଉନସିଲର ଜୟରାମ ରାଉତ, ବରିଷ୍ଠ ନେତା ଦିଗାମ୍ବର ମିଶ୍ର,ପିଣ୍ଟୁ ସେଠୀ, ମେଘନାଦ ସେଠୀ, ବିଜୟ ସେଠୀ, ଫକୀର ସେଠୀ ପ୍ରମୁଖ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ତିନି ଦିନ ବ୍ୟାପି ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରତ୍ୟହ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁଙ୍କ କୃପା ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚାନନ ସେଠୀ, ଅରକ୍ଷିତ ସେଠୀ, କୁଶନ ସେଠୀ, ରବୀନ୍ଦ୍ର ସେଠୀ ଓ ଗୋଲକ ସେଠୀଙ୍କ ସମେତ ଗ୍ରାମବାସୀ ପରିଚାଳନା କରିଥିଲେ ।

Next Post

ଶ୍ରୀବଳଦେବଜୀଉଙ୍କ ଗଜ ଉଦ୍ଧାରଣ ବେଶ

Mon May 12 , 2025
କେନ୍ଦ୍ରାପଡ଼ା,୧୨ା୫:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ସୋମବାର ଗଜ ଉଦ୍ଧାରଣ ବେଶ କରାଯାଇଛି। ଆଜି ବୈଶାଖ ପୂର୍ଣ୍ଣମୀରେ ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଗଜ ଉଦ୍ଧାରଣ ବେଶ ଭକ୍ତମାନଙ୍କୁ ବେଶ ଆମୋଦିତ କରିଥିଲା। ଶ୍ରୀଜୀଉଙ୍କ ସନ୍ଧ୍ୟା ନୀତି ସମ୍ପନ୍ନ ପରେ ଏହି ବେଶ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ପାଖରେ ପକ୍ଷୀରାଜ ଗରୁଡ଼ ବିରାଜ ମାନ ଅଛନ୍ତି। ତାଙ୍କ କାନ୍ଧରେ ମହାଲକ୍ଷ୍ମୀ ଓ ନାରାୟଣ ବସିଛନ୍ତି। ନାରାୟଣଙ୍କ ହସ୍ତରେ ଶଙ୍ଖଚକ୍ର ଗଦାପଦ୍ମ ରହିଛି। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading