
ପଟ୍ଟାମୁଣ୍ଡାଇ ତା ୮/୭- ପଟ୍ଟାମୁଣ୍ଡାଇ ଅଂଚଳର ଶିକ୍ଷକନେତା କବି ଅନ୍ତର୍ଯ୍ୟାମୀ ବେଜଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ରାଜ୍ୟ ଉପଲକ୍ଷେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ, ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ମିଳିତ ଆନୁକୂଲ୍ୟରେ ମହାକାଳପଡା ବ୍ଲକ ବାରଡାଙ୍ଗ ଧ୍ୟାନଦାସ ମଠ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବନ ମହୋତ୍ସବରେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ,ଅତିରିକ୍ତ ବନ ସଂରକ୍ଷକ ଗଗନ ବିହାରୀ ମଲ୍ଲିକ,ଜିଲ୍ଲା ଇକୋ କ୍ଳବ ଆବାହକ ଗୋପୀନାଥ ଦାସ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଶିକ୍ଷକନେତା ପରିବେଶବିତ କବି ଅନ୍ତର୍ଯ୍ୟାମୀ ବେଜଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ସ୍ୱରୂପ ନଗଦ ୧୦ହଜାର ଟଙ୍କା,ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ । ଶ୍ରୀବେଜ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସ୍କୁଲ କଲେଜ ଓ ଅନୁଷ୍ଠାନରେ ବ୍ୟାପକ ଚାରା ରୋପଣ କରିବା ସହିତ ପରିବେଶ ସଚେତନତା ବାର୍ତା ଦେଇ ଆସୁଛନ୍ତି । ଏହି ସହିତ ତାଙ୍କର ସାରସ୍ୱତ ପ୍ରତିଭା ଯୋଗୁଁ ପରିବେଶ ସୁରକ୍ଷା ସମ୍ପର୍କିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇବା ସହିତ କବିତା ପାଠ ଉତ୍ସବରେ ପାଠ କରି ପ୍ରଶଂସା ଭାଜନ ହୋଇଛନ୍ତି । ଏଥି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
