ପଟ୍ଟାମୁଣ୍ଡାଇ ୧୯/୮-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ମଙ୍ଗଳବାର ଏକ କୌତୁହଳପ୍ରଦ ଘଟଣା ଦେଖିବାକୁ ମିଳିଛି । ପ୍ରଥମ ପତ୍ନୀ ୪ଟି ପିଲା ଥାଇ ମଧ୍ୟ ଜଣେ ବ୍ୟକ୍ତି ଲୁଚିଛପି ଦ୍ୱିତୀୟ ବିବାହ କରୁଥିଲା । ଏହା ଜାଣି ପ୍ରଥମ ପତ୍ନୀ ସେଠାରେ ପହଁଚି ଉକ୍ତ ବିବାହ ବିରୋଧ କରିବା ସହ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ଥାନା ପୋଲିସ ଘଟଣା ସ୍ଥଳରେ ପଂହଁଚି ସ୍ୱାମୀ […]

ପଟ୍ଟାମୁଣ୍ଡାଇ ୧୬/୮ – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନ ଅଧିନ ଚଉଦକୁଲାଟ ଫାଣ୍ଡି ଅଂଚଳରେ ଜଣେ ମହିଳାଙ୍କୁ ଅସଡାଚଣ ସହ ଆକ୍ରମଣ ହୋଇଛି। ଏନେଇ ମହିଳା ଜଣଙ୍କ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତି କରି ପୋଲିସ ଉଭୟ ପକ୍ଷଙ୍କୁ ଡାକି ଅଭିଯୋଗର ଛାନବିନ ଜାରି ରଖିଛି । ମିଳିଥିବା ସୂଚନା ମୁତାବକ ରବିବାରେ ମହିଳା ଜଣକ କୌଣସି କାମରେ ଚଉଦକୁଲାଟରୁ ଘରକୁ ତାଙ୍କ ପୁଅ ଗାଡିରେ ଫେରୁଥିଲେ […]

କେନ୍ଦ୍ରାପଡ଼ା,୧୮ା୮:ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ପାରାଦୀପ- ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ଅଳାବାଙ୍କ ଛକ ନିକଟରେ ଏକ ଟ୍ରଲର ଧକ୍କାରେ ଜଣେ ଯୁବକଙ୍କର ମୃତ ହୋଇଥିବା ଜଣାପଡିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାଇ ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ ଚଣ୍ଡୀଖୋଲ ଆଡୁ ପାରାଦ୍ୱୀପ ଅଭିମୁଖେ ଆସୁଥିବା ଜଣେ ସ୍କୁଟି ଆରୋହୀ ଅଳାବାଙ୍କ ଛକ ଆଗକୁ ଥିବା ଏକ […]

ଗଣେଶପୂଜା ପାଇଁ ଶାନ୍ତି କମିଟି ବୈଠକ  କେନ୍ଦ୍ରାପଡ଼ା,୧୮ା୮:ଚଳିତ ଗଣେଶ ପୂଜା କେନ୍ଦ୍ରାପଡ଼ା ସହରରେ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଏକ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଜିଲ୍ଲାପାଳ ରଘୁରାମ ଆର ଆୟାର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ […]

କେନ୍ଦ୍ରାପଡା,୧୮ା୮: କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଜନନାୟକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୂର୍ଣ୍ଣ ଆରୋଗ୍ୟ କାମନା କରି ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି । ଏହି ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ବେହେରା କହିଛନ୍ତି ଯେ ନବୀନ ବାବୁ କେବଳ ବିଜେଡିର ନେତା ନୁହନ୍ତି ସେ ଓଡିଶାବାସୀଙ୍କର ଆତ୍ମା ଓ ବିଶ୍ୱାସର ପ୍ରତୀକ […]

କେନ୍ଦ୍ରାପଡ଼ା,୧୭ା୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆହାଟସ୍ଥିତ ଦୂର୍ଗାଦେବୀଙ୍କ ପବିତ୍ର ମୂର୍ତ୍ତିକା ଉତ୍ତୋଳନ ପାରମ୍ପାରିକ ରୀତିନୀତି ଅନୁସାରେ କୃଷ୍ଟ ଜନ୍ମାଷ୍ଟମୀ ତିଥି ନିର୍ଦ୍ଧାରିତ ସମୟରେ ବୈଦିକ ପୂଜାପାଠ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଉଦ୍ୟୋକ୍ତା ବିଶିଷ୍ଟ ସମାଜସେବୀ ବାସ୍ତୁବୀତ ଜ୍ୟୋତିର୍ବିଦ ପଣ୍ଡିତ ଡ. ନାରାୟଣ ପତିଙ୍କ ଉଦ୍ୟମ ଓ ଭାଗବତପୁର ଗ୍ରାମପଞ୍ଚାୟତ (ବାଲିଆ) ଅଞ୍ଚଳର ଭକ୍ତମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ପୁରୋଧା ମାନଗୋବିନ୍ଦ ମିଶ୍ରଙ୍କ ସମେତ ତିନିଜଣ ପୁରୋହିତ ଏବଂ […]

କେନ୍ଦ୍ରାପଡ଼ା,୧୬ା୮:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଜାତୀୟ ଦିବସରେ ଜିଲ୍ଲାପାଳ ରଘୁରାମ ଆର ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସେ ତାଙ୍କ ଅଭିଭାଷଣରେ ଆମ ଗଣତନ୍ତ୍ରକୁ ସମୃଦ୍ଧ ଓ ସଶକ୍ତ କରିବା ନିମନ୍ତେ ପ୍ରତ୍ୟେକ ନାଗରିକଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି କହିଥିଲେ। ଏହି ଦାୟିତ୍ୱ […]

କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଆଜି ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା। ରାତ୍ରଧୂପ ସମ୍ପନ୍ନ ପରେ ରତ୍ନ ସିଂହାସନରୁ ପୂଜାପଣ୍ଡାଙ୍କ ଦ୍ୱାରା ଆଜ୍ଞାମାଳ ଭୋଗ ମଣ୍ଡପକୁ ଅଣାଯାଇ ପୁରାଣ ପଣ୍ଡାଙ୍କୁ ଦିଆଯାଇ ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଜନ୍ମ ଇତି ବୃତ୍ତି ଉପରେ ପାଠ କରାଯାଇଥିଲା। ବାଳ ଗୋପାଳଙ୍କୁ ଭୋଗ ମଣ୍ଡପକୁ ବିଜେ କରାଯାଇଥିଲା। ଜନ୍ମ ନୀତି, ଲାଭିସ୍ପର୍ଶ […]

କେନ୍ଦ୍ରାପଡ଼ା,୧୬ା୮:କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ମନକରପୁର ଠାରେ ୭୯ତମ ସ୍ୱାଧୀନତା ଦିବସ ଜିଲ୍ଲା ସଭାପତି ଶରତ କୁମାର ବେହୁରାଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ବେହୁରା ପତାକା ଉତ୍ତୋଳନ କରି ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। ଏଥିରେ ଜିଲ୍ଲା ସଂଗଠନର କାର୍ଯ୍ୟକାରୀ ସଭାପତି ଗାଲେଖ ଚନ୍ଦ୍ର ପଢିଆରୀ, ଯୁବ ସଂଗଠକ ସୁଧାଂଶୁ ଶେଖର ବେଉରା, ଉପସଭାପତି ଡ. ଚୈତନ୍ୟ ଚରଣ ପରିଡା, କେନ୍ଦ୍ରାପଡ଼ା […]

କେନ୍ଦ୍ରାପଡା ୧୪/୮: କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ଚୋର-ଗାଦି ଛାଡ ପ୍ରସଙ୍ଗରେ ଏକ ମଶାଲ ଶୋଭାଯାତ୍ରା କଜଳା କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି ତିନିମୁହାଣି ଛକ ଠାରେ ଶେଷ ହୋଇଥିଲା। ନିର୍ବାଚନ ଆୟୋଗ ପରି ଏକ ସମ୍ଭିଧନିକ ଅନୁଷ୍ଠାନକୁ ହାତବାରିଶି କରି ଏ ଦେଶର ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାର କଂଗ୍ରେସ ସଂଯୋଜକ ବରିଷ୍ଟ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ ଅଭିଯୋଗ କରିଥିଲେ। ବିଜେପି ସରକାର […]

Breaking News