ନକଲି ପନୀର, ଭେଜାଲ ଖାଦ୍ୟ ଜବତ ଓ ୬୧ ହଜାର ଟଙ୍କା ଜରିମାନା

ପଟ୍ଟାମୁଣ୍ଡାଇ ପୌରପରିଷଦ ଯୋଗାଣ ବିଭାଗର ଓ ଜିଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ଚଢ଼ାଉ

blank
ପଟ୍ଟାମୁଣ୍ଡାଇ ୨୫/୮-ପଟ୍ଟାମୁଣ୍ଡାଇ ସହରରେ ଥିବା ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଏବଂ ମିଠା ଦୋକାନଗୁଡ଼ିକରେ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ଏକ ବ୍ୟାପକ ମିଳିତ ଚଢ଼ାଉ ଅଭିଯାନ ସଂଗଠିତ ହୋଇଯାଇଛି। ସହରର ବିଭିନ୍ନ ପ୍ରମୁଖ ହୋଟେଲଗୁଡ଼ିକରେ ଚଢାଉ କରାଯାଇ ଭେଜାଲ ତଥା ନକଲି ଛେନା, ପନୀର ଏବଂ ଅପମିଶ୍ରିତ ଖାଦ୍ୟସାମଗ୍ରୀ ଯାଂଚ କରାଯାଇଛି। ଏହା ସହିତ ହୋଟେଲଗୁଡ଼ିକରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ବଦଳରେ ବେଆଇନ ଭାବେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର ହେଉଛି କି ନାହିଁ, ସେ ନେଇ ମଧ୍ୟ କଡ଼ା ଯାଂଚ କରାଯାଇଛି।ଏଥି ସହିତ  ନିଷିଦ୍ଧ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକର ବେଆଇନ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଜରିମାନା ଆଦାୟ ହୋଇଛି ।

blank

ଏହି ସ୍ୱତନ୍ତ୍ର ଯାଂଚ ଅଭିଯାନରେ ପଟ୍ଟାମୁଣ୍ଡାଇ ପୌରପରିଷଦ ନିର୍ବାହୀ ଅଧିକାରୀ ରଂଜନ ଦାଶ, କେନ୍ଦ୍ରାପଡା ଖାଦ୍ୟ ସୁରକ୍ଷା ଅଧିକାରୀ ଭରତଭୂଷଣ ସ୍ୱାଇଁ ଓ ପୌରଯୋଗାଣ ଅଧିକାରୀ ପୁଷ୍ପଲତା ଗାହାଣ ଏବଂ ପୌରଏନଫୋର୍ସମେଂଟ ଟିମ ସାମିଲ ହୋଇଥିଲେ।ଅଭିଯାନ ସମୟରେ ୧୦୩ କିଲୋଗ୍ରାମ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ ଜବତ କରାଯାଇଁ ୨୫,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଅସ୍ୱାସ୍ଥ୍ୟକର ଖାଦ୍ୟ ସମ୍ବନ୍ଧୀୟ ଉଲ୍ଲଂଘନ ପାଇଁ ୩୬,୦୦୦ ଟଙ୍କା ସହ ମୋଟ ୬୧,୦୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିସହିତ ହୋଟେଲରେ ବ୍ୟବହାର କରାଯାଉଥିବା ୭ଟି ଘରୋଇ ଏଲ୍‌ପିଜି ସିଲିଣ୍ଡର ମଧ୍ୟ ଜବତ କରାଯାଇଛି।ଏହି ଚଢାଉ ସହରର ବାଇପାସ୍ ଛକ, କଲେଜ ରୋଡ୍‌, ବସ୍‌ଷ୍ଟାଣ୍ଡ ଏବଂ ବଜାର ଅଂଚଳରେ ଥିବା ଏକାଧିକ ଛୋଟ-ବଡ଼ ହୋଟେଲ ଓ ମିଠା ଦୋକାନରେ ଚଢ଼ାଉ କରିଥିଲେ। ପ୍ରଶାସନର ଏହି ଆକସ୍ମିକ ଚଢ଼ାଉ ପରେ ସହରର ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଆତଙ୍କ ଓ ହଇଚଇ ସୃଷ୍ଟି ହୋଇଥିଲା। କେତେକ ଦୋକାନୀ ଅଭିଯାନ ସମ୍ପର୍କରେ ଖବର ପାଇ ଦୋକାନ ବନ୍ଦ କରି ଫେରାର ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଯାଂଚ ସମୟରେ କେତେକ ହୋଟେଲରୁ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଖାଦ୍ୟ, ଦିନ ଦିନ ଧରି ରଖାଯାଇଥିବା ବାସି ଛେନା, ନକଲି ପନୀର ଏବଂ ନିମ୍ନମାନର ଅପମିଶ୍ରିତ ଖାଦ୍ୟସାମଗ୍ରୀ ଜବତ କରାଯାଇ ଆୟୋଡିନ ଯାଂଚପରେ ନଷ୍ଟ କରାଯାଇଛି।ପ୍ରଶାସନର ଏହି କଠୋର ଆଭିମୁଖ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ସାଧୁବାଦ ଜଣାଇଛନ୍ତି।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading