ପଟ୍ଟାମୁଣ୍ଡାଇ ବାହୁଡ଼ା ଯାତ୍ରାରେ ବିମୋହିତ ହେଲେ ହଜାର ହଜାର ଭକ୍ତ

blank
ପଟ୍ଟାମୁଣ୍ଡାଇ ତା ୨୪/୭- ପଟ୍ଟାମୁଣ୍ଡାଇର ଅଂଚଳରେ ବିଭିନ୍ନ  ସ୍ଥାନରେ ପବିତ୍ର ବାହୁଡା଼ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ମୁଖ୍ୟ ରଥଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ମା ସୁଭଦ୍ରାଙ୍କର ଯଥାଵିଧି ପୂଜା ଅର୍ଚନା କରିଥିଲେ । ବ୍ରାହ୍ମଣପଣ୍ଡିତମାନେ ମନ୍ତ୍ର ଧ୍ଵନି ମଧ୍ୟରେ ପହଣ୍ଡି ବିଜେ କରିବା ପରେ ସୁସଜ୍ଜିତ ରଥରେ ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ରଥାରୁଢ଼ କରାଯାଇଥିଲା । କାଉନ ସିଲର ତଥା ମୁଖ୍ୟପୂଜକ ମୃତ୍ୟୁଞ୍ଜୟ ପାଢ଼ୀଙ୍କ ନେତୃତ୍ୱରେ ହରପାର୍ବତୀ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ବାହୁଡା଼ ଯାତ୍ରା ପାଇଁ ଵିଧିବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପୌର ଅଧକ୍ଷ ହେମନ୍ତ ସାହୁ, ମାଉସୀ ମା ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଫେସର ଅର୍ଜୁନ ନାୟକ, କୁଳମଣି ସାହୁ ଓ ଦେବବ୍ରତ ମହାନ୍ତି, ବାବନ ସାହୁଙ୍କ ସମେତ ପରିଚାଳନା କମିଟି ସଦସ୍ୟଙ୍କ ସହଯୋଗରେ ଆୟୋଜିତ ବାହୁଡା଼ ଯାତ୍ରାରେ ମାଉସୀ ମା ମନ୍ଦିର ପରିଚାଳନା କମିଟି ସଭାପତି ପ୍ର ଅର୍ଜୁନ ଚରଣ ନାୟକ ପ୍ରଭୁଙ୍କ ରଥ ସମ୍ମୁଖରେ ଛେରା ପଂହଁରା କରିଥିଲେ । ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ଇଂ ପ୍ରକାଶ କୁମାର ଦାଶ,ସମ୍ପାଦକ ନରହରି ଲେଙ୍କା, ଇଂ ତ୍ରିଲୋଚନ ସୂତାର, ଇଂ ତପନ ପାତ୍ର, ଶୁକଦେବ ସ୍ୱାଇଁ, ଇଶ୍ୱର ଲେଙ୍କା ପ୍ରମୁଖ ବହୁ ସଦସ୍ୟ ସହଯୋଗ କରି ବାହୁଡା଼ ଯାତ୍ରା ଯଥାଵିଧି ଆରମ୍ଭ କରିଥିଲେ । ପତିତପାବନଙ୍କ ବାହୁଡା଼ ଯାତ୍ରା ପାଇଁ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳ ଉତ୍ସବମୁଖର ହୋଇପଡିଥିଲା । ଏହି ରଥଯାତ୍ରାରେ ପଟ୍ଟାମୁଣ୍ଡାଇ ସମେତ ଆଖପାଖ ଅଂଚଳର ହଜାର ହଜାର ପୁରୁଷ ମହିଳା ସାମିଲ ହୋଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ବକ୍ତାରପୁର ମାଉସୀ ମା ମନ୍ଦିର ଠାରୁ ରଥ ଟାଣି ଟାଣି ପୋଖରୀଆପଡା ପତିତପାବନ ମନ୍ଦିର ପର୍ଯ୍ୟନ୍ତ ଆଣିଥିଲେ । ରଥ ଦଉଡି ସ୍ପର୍ଶ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ରୀତିମତ ଠେଲାପେଲା ହୋଇଥିଲା । ବାହୁଡା଼ ଯାତ୍ରା ପାଇଁ ସମଗ୍ର ଲୋକାରଣ୍ୟ ହୋଇପଡିଥିଲା । ହଜାର ହଜାର ପୁରୁଷ ଓ ମହିଳାମାନେ ପ୍ରଭୁଙ୍କ ରଥକୁ ବକ୍ତାରପୁର ମାଉସୀ ମା ମନ୍ଦିର ନିକଟରୁ ଟାଣି ଟାଣି ପୋଖରୀଆପଡା ପତିତପାବନ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ପୋଲିସ ବାହିନୀ ସହିତ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ସିଦ୍ଧପାଟଣା ଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ଯଥାଵିଧି ଅନୁଷ୍ଠିତ ହୋଇଥିଲା । ଯଥାଵିଧି ପୂଜାର୍ଚନା ଓ ପହଣ୍ଡି ବିଜେ ପରେ ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ରଥାରୁଢ଼ କରାଯାଇଥିଲା । ଯଥା ଵିଧି ଛେରା ପଂହଁରା ପରେ ରଥ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କଷଣଅଣ୍ଟା ଗ୍ରୀନ ଗୋଲା ଛକରୁ ହଜାର ହଜାର ପୁରୁଷ ଓ ମହିଳା ରଥ ଟାଣି ଟାଣି ସିଦ୍ଧପାଟଣା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଠାରେ ପ୍ରଭୁ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ଚଳିତବର୍ଷ ପ୍ରଭୁଙ୍କ ରଥ ଯାତ୍ରା ଯୋଗୁଁ ସମଗ୍ର ବାଲିପାଟଣା ଗାଁ ଚଳଚଞ୍ଚଳ ହୋଇପଡିଛି ।  ସମଗ୍ର ଅଂଚଳବାସୀ ପ୍ରଭୁ ଜଗନ୍ନାଥଙ୍କ ମହିମାରେ ବିମୋହିତ ହୋଇ ରଥ ଯାତ୍ରା ପାଇଁ ପୂର୍ଣ୍ଣ ପ୍ରାଣରେ ଲାଗି ପଡିଥିଲେ । ପ୍ରତ୍ୟୁଷରେ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଯଥାଵିଧି ପୂଜାର୍ଚନା ପରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ମନ୍ତ୍ର ଧ୍ଵନି ମଧ୍ୟରେ ପହଣ୍ଡି ବିଜେ କରାଯାଇ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ରଥାରୁଢ଼ କରାଯାଇଥିଲା । ମନ୍ଦିର ପୂଜକ ଯଥାଵିଧି ଛେରାପଂହଁରା କରିବା ପରେ ଵିଧିବଦ୍ଧ ଭାବେ ବାହୁଡା଼ ଯାତ୍ରା ଆରମ୍ଭ ହୋଇଥିଲା । ବାଲିପାଟଣା ସମେତ ଆଖପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ନିଆରା ରଥଯାତ୍ରାରେ ସାମିଲ ହୋଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ରଥ ଟାଣି ଥିଲେ । ରଥ ଦଉଡି ସ୍ପର୍ଶ କରି ରଥ ଟାଣିବା ପାଇଁ ମହିଳା ଓ ପୁରୁଷମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ସହିତ ବିପୁଳ ଆନନ୍ଦ ଉଲ୍ଲାସ ହରିବୋଲ ଓ ହୁଳହୁଳି ମଧ୍ୟରେ ରଥ ଟାଣି ଥିଲେ । ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଥିବା ବାଲିପାଟଣା ଗାଁର ଆବାଳବୃଦ୍ଧବନିତା ରଥଯାତ୍ରାରେ ସାମିଲ ହୋଇ ଏକ ନିଆରା ଆଧ୍ୟାତ୍ମିକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ବାଲିପାଟଣା ସରପଞ୍ଚ ଅଜିତ ନାୟକ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ରଘୁନାଥ ମଲ୍ଲିକ, ସମ୍ପାଦକ ଶରତ ନାୟକ ସହସମ୍ପାଦକ ଦିଲ୍ଲୀପ ଜେନା, ରଥ ଯାତ୍ରା ପରିଚାଳନା କମିଟି ସଭାପତି ଧୀରେନ୍ଦ୍ର ନାଥ ସାହୁ ସମ୍ପାଦକ ଚନ୍ଦ୍ରଶେଖର ବେହେରା, ସମାଜସେବୀ ଅଭୟ ଜେନା, ସମରେନ୍ଦ୍ର ନାୟକ ଓ ସଂଜିତ ନାୟକ ପ୍ରମୁଖ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ରଥ ଯାତ୍ରା ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ହଜାର ହଜାର ପୁରୁଷ ଓ ମହିଳା ଭକ୍ତିରେ ଗଦ ଗଦ ହୋଇ ପ୍ରଭୁଙ୍କ ରଥକୁ ମାଉସୀ ମା ମନ୍ଦିର ଠାରୁ ଟାଣି ଟାଣି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ପଟ୍ଟାମୁଣ୍ଡାଇ ଅଂଚଳର ପ୍ରଶାସନିକ ଅଧିକାରୀ ଓ ପୋଲିସ ବାହନୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହିତ ରଥ ଯାତ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରଥ ଯାତ୍ରା ପାଇଁ ବାଲିପାଟଣା ଗାଁ ଲୋକାରଣ୍ୟ ହୋଇପଡିଥିଲା । ଏହାଛଡା ଅଳପୁଆ, ପେଣ୍ଠପାଳ,ବଲୁରିଆ ଅମୃତମଣୋହି, ପାଳପାଟଣା,ତନୁପୁର, ବେଲତଳ, ମାଳିପୁର ବଡପଡା ନୀଳକଣ୍ଠପୁର ଆଦି ବିଭିନ୍ନ ଅଂଚଳରେ ପବିତ୍ର ବାହୁଡା଼ ଯାତ୍ରା ମହାସମାରୋହ ରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Next Post

ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ବସ୍ତି ୧୧ନଂ ୱାର୍ଡ ସ୍ଥିତି ବେହାଲ! ଘରେ ପାଣି ପଶି ଚୁଲି ଜାଳୁନି, ପରିବେଶ ଦୂଷିତ , ସଂକ୍ରାମକ ରୋଗ ବ୍ୟାପିବା ଆଶଙ୍କା

Fri Jul 24 , 2026
ପଟ୍ଟାମୁଣ୍ଡାଇ ୨୪/୭-ସାମାନ୍ୟ ବର୍ଷା ହେଲେ ବଦଳିଯାଉଛି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧୧ ନମ୍ବର ୱାର୍ଡ ସଂଖ୍ୟାଲଘୁ ବସ୍ତିର ଛବି। ଚାରିଆଡ଼େ ଖାଲି ପାଣି ଆଉ ପାଣି! ନାଳ-ନର୍ଦ୍ଦମା ସଫା ହେଉନଥିବାରୁ ଗନ୍ଧା ପାଣି ନିଗଡ଼ି ନଯାଇ ସିଧା ଲୋକଙ୍କ ଘର ଭିତରେ ପଶୁଛି।ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ଯୋଗୁଁ ଚୁଲିରେ ନିଆଁ ଟିକେ ଜଳୁନି କି ହାଣ୍ଡି ବସୁନି। ଛୋଟ ଛୋଟ ଛୁଆଙ୍କୁ ଧରି ବସ୍ତି ଲୋକେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading